• ବିହାର ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
  • ବିହାର ନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ
  • ସରିଲା ଦୁର୍ଗାପୂଜା, କୋରୋନା କଟକଣା ମଧ୍ୟରେ ଭସାଣୀ ଶେଷ
  • IPL 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ,
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ପିଠାପଟା ପଟରୁ ୨୫ଟି ଓ ଯଶିପୁର କାଳିଆପାଣି ପଟୁ ୩୫ଟି ଗାଡ଼ି ପ୍ରବେଶ କରିପାରିବ
  • ଗୁଡ଼ଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଡିଜିଟାଲ ରାଲି କରିବେ

୩ ରାଜ୍ୟରେ ଅଦିନିଆ ବର୍ଷା,କେରଳରେ ସ୍ଥିତି ବେହାଲ

ଅଦିନିଆ ବର୍ଷାରେ ବେହାଲ କେରଳ, କର୍ଣ୍ଣାଟକ ଓ ତାମିଲନାଡୁ । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।

୩ ରାଜ୍ୟରେ ଅଦିନିଆ ବର୍ଷା,କେରଳରେ ସ୍ଥିତି ବେହାଲ
ଫାଇଲ ଫଟୋ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ଅଦିନିଆ ବର୍ଷାରେ ବେହାଲ କେରଳ, କର୍ଣ୍ଣାଟକ ଓ ତାମିଲନାଡୁ । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । କେରଳର ୭ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । କେରଳର ରାଜଧାନୀ ଥିରୁଅନନ୍ତପୁରମ ଓ କୋଚିରେ ସ୍କୁଲ କଲେଜ ବନ୍ଦ ରହିଛି। 

କେରଳ, କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ପୁଣି ଥରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । କୋଚିରେ ଲୋକମାନେ ଜଳ ବନ୍ଦୀ ହୋଇ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଉପରେ ପାଣି ଭରି ରହିଥିବାରୁ ଯାତାୟତରେ ସମସ୍ୟାକୁ ସାମ୍ନା କରୁଛନ୍ତି ଲୋକେ । ପାଣିର ପ୍ରଚଣ୍ଡ ଲହରୀରେ ଅନେକ ସ୍ଥାନରେ  ଗାଡ଼ି ଫସି ରହିଥିବା ଦେଖିବାକୁ ମିଳିଛି ।

ଏପଟେ କର୍ଣ୍ଣାଟକ ଓ ତାମିଲନାଡୁରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଆତଙ୍କ ସୃଷ୍ଚି ହୋଇଛି । କର୍ଣ୍ଣାଟକର ବେଲଗାୱୀରେ ଘର, ଦୋକାନ ସହ ସରକାରୀ ସ୍କୁଲ ମଧ୍ୟ ଅଧାରୁ ଅଧିକ ବୁଡ଼ି ରହିଛି ।  ସେପଟେ ବର୍ଷା ଯୋଗୁଁ ରାସ୍ତା ଧୋଇ ଯାଇ ଥିବାରୁ ଲୋକମାନେ ପାଣି ଘେରରେ ଫସି ରହିଛନ୍ତି । ପ୍ରବଳ ବର୍ଷାରେ କର୍ଣ୍ଣାଟକର କିଛି ଜିଲ୍ଲାରେ ପାଣିର ବିନାଶ ଳୀଳା ଜାରି ରହିଛି । ହୁବଲୀରେ ଘରଠାରୁ ଆରମ୍ଭ କରି ସ୍କୁଲ, ଦୋକାନ, ସରକାରୀ ବିଲଡିଂ ସବୁଠି ପାଣି ପଶି ଯାଇଛି । ଧାରୱାଡ଼ ଜିଲ୍ଲାର ଟୋଲ ଗେଟ ନିକଟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ବୁଡ଼ି ଯାଇଛି । ରାସ୍ତାରେ ଯାଉଥିବା ଗାଡି ଗୁଡ଼ିକ ମଧ୍ୟ ଅଟକି ରହିଛି ।

ପ୍ରବଳ ବର୍ଷା ନେଇ  ପାଣିପାଗ ବିଭାଗ ପକ୍ଷରୁ କେରଳର ୭ ଜିଲ୍ଲାରେ ରେଡ ଓ ୪ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ମତ୍ସ୍ୟଜୀବୀଙ୍କ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।