• ଭୁବନେଶ୍ବରରେ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ ପାଇଁ MoU ସ୍ବାକ୍ଷରିତ
  • ବାଗ୍‌ଚୀ ଦମ୍ପତିଙ୍କ ଦାନ ଅନେକଙ୍କୁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ
  • ହସ୍ପିଟାଲ ଓ ପ୍ରଯତ୍ନ କେନ୍ଦ୍ର ପାଇଁ ୩୪୦ କୋଟି ଦେଇଛନ୍ତି ବାଗ୍‌ଚୀ ଦମ୍ପତି
  • ଶନିବାର ଓ ରବିବାର ବନ୍ଦ ରହିବ ଧର୍ମଗଡ଼ ସହରର ସବୁ ଦୋକାନ
  • ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ
  • କୋରୋନାରେ ଆକ୍ରାନ୍ତ ଥିଲେ ଅଜିତ ମଙ୍ଗରାଜ
  • ଅଜିତ ମଙ୍ଗରାଜ ମଙ୍ଗାରାଜଙ୍କ ଦେହାନ୍ତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
  • ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • IPL2021: ହାଇଦ୍ରାବାଦ ହାତରୁ ବେଙ୍ଗାଲୁରୁ ଛଡାଇ ଆଣିଲେ ମ୍ୟାଚ
  • ୬ ରନରେ ବିଜୟୀ ହେଲା ଆରସିବି

ଆଜିଠୁ ନୂଆ ଅଧ୍ୟାୟ ଆରମ୍ଭ: ହେମନ୍ତ

ଏହା ସହିତ ରାଜ୍ୟର ସମ୍ଭାବିତ ନୂଆ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଆଜି ସାଇକେଲରେ ତାଙ୍କ ଘର ସାମ୍ନାରେ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଛି । 

ଆଜିଠୁ ନୂଆ ଅଧ୍ୟାୟ ଆରମ୍ଭ: ହେମନ୍ତ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ୱରେ ମେଣ୍ଟକୁ ରାଜ୍ୟବାସୀ ବହୁମତ ଦେଇଛନ୍ତି । ସରକାରୀ ସ୍ତରରେ ଫଳାଫଳ ଘୋଷିତ ହୋଇ ନଥିଲେ ମଧ୍ୟ ମେଣ୍ଟ ରାଜ୍ୟରେ ସରକାର ଗଢିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ତେବେ  ନିର୍ବାଚନର ଫଳାଫଳ ବାହାରିବା ଦିନ ଠାରୁ ହିଁ ରାଜ୍ୟରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ହେମନ୍ତ ସୋରେନ । ଏହା ସହିତ ରାଜ୍ୟର ସମ୍ଭାବିତ ନୂଆ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଆଜି ସାଇକେଲରେ ତାଙ୍କ ଘର ସାମ୍ନାରେ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ମୁହଁରେ ଥିବା ଚମକ ତାଙ୍କର ଖୁସିକୁ ହିଁ ବଖାଣୁଥିଲା । 

ତେବେ ସେ ଯାହା ବି ହେଉ, ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହେମନ୍ତ କହିଛନ୍ତି କି, ରାଜ୍ୟର ସବୁ ଜାତି, ସବୁ ଧର୍ମର ଲୋକଙ୍କ ପାଇଁ ସେ କାର୍ଯ୍ୟ କରିବେ । ସୋରେନ ଏହି ଫଳାଫଳକୁ ନେଇ ତାଙ୍କର ବାପା ତଥା ଗୁରୁ ଶିବୁ ସୋରେନଙ୍କ ପରିଶ୍ରମର ଫଳ ବୋଲି ସେ କହିଛନ୍ତି । ହେମନ୍ତ କହିଥିଲେ କି, ଏହା ନିଶ୍ଚିତ ପକ୍ଷେ ଆମ ପରିବାର ପାଇଁ ଉତ୍ସାହର ଦିନ । ଏହା  ସହିତ ଆଜି ସଂକଳ୍ପ ନେବାର ସମୟ ମଧ୍ୟ । ରାଜ୍ୟବାସୀଙ୍କ ଆକାଙ୍କ୍ଷାକୁ ପୁରଣ କରିବାର ଦିନ ବୋଲି ସେ କହିଛନ୍ତି । ଯ଼େଉଁ ଉଦ୍ଦେଶ୍ୟରେ ଏହି ରାଜ୍ୟର ଗଠନ ହୋଇଥିଲା । ତାହାର ସମୟ ଆସି ପହଞ୍ଚିଛି ବୋଲି ସେ କହିଥିଲେ । ତେବେ  ଦଳର କାର୍ଯ୍ୟପନ୍ଥା ଆଗକୁ ମେଣ୍ଟ ସହଯୋଗୀଙ୍କ ସହିତ ଆଲୋଚନା କରି ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । 

ହେମନ୍ତ ତାଙ୍କ ଦଳ ସହିତ କଂଗ୍ରେସ ଓ ଆରଜେଡ଼ି ସହିତ ମିଶି ଏହି ବିଜୟ ହାସଲ କରିଥିବାରୁ ସେ ଉଭୟ କଂଗ୍ରେସ ଏବଂ ଆରଜେଡ଼ି କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ରାଜ୍ୟବାସୀଙ୍କୁ ସେ ଭରସା ଦେଇ କହିଛନ୍ତି କି, ରାଜ୍ୟ ସରକାରଙ୍କର ସବୁ ବର୍ଗ, ସବୁ ସମୁଦାୟଙ୍କ ଉପରେ ଦୃଷ୍ଟି ଦେବେ । ରାଜ୍ୟ ପାଇଁ ଆଜିଠାରୁ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା । ରାଜ୍ୟବାସୀ ଯେଉଁ ଉଦ୍ଦେଶ୍ୟ ନେଇ ଆମକୁ ମତଦାନ କରିଛନ୍ତି, ଆମେ ତାଙ୍କର ଇଚ୍ଛାଙ୍କୁ ପୁରଣ କରିବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି । 

Tags: