କୋର୍ଟରେ ହାଜର ହେଲେ ୧୩ ଶୁଆ, କାରଣ ଜାଣିଛନ୍ତି ?
Advertisement

କୋର୍ଟରେ ହାଜର ହେଲେ ୧୩ ଶୁଆ, କାରଣ ଜାଣିଛନ୍ତି ?

କେବେ ଶୁଣିଛନ୍ତି, କୋର୍ଟରେ ପଶୁପକ୍ଷୀଙ୍କୁ ହାଜର କରାଯିବା ଘଟଣା ? ଯଦି ନୁହେଁ, ଆଜି ଶୁଣନ୍ତୁ ।

parrots produced in court

ନୂଆଦିଲ୍ଲୀ: କୋର୍ଟକୁ କେଉଁମାନେ ଯାଆନ୍ତି ? ଆପଣ କହିବେ ଅଭିଯୁକ୍ତ, ସାକ୍ଷୀ, ପୋଲିସ, ଓକିଲ, ବିଚାରପତି ଇତ୍ୟାଦି । ଏମାନଙ୍କର ହିଁ କୋର୍ଟରେ କାମ । ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ୧୩ଟି ଶୁଆଙ୍କୁ ହାଜର କରାଯାଇଥିଲା ।

କେବେ ଶୁଣିଛନ୍ତି, କୋର୍ଟରେ ପଶୁପକ୍ଷୀଙ୍କୁ ହାଜର କରାଯିବା ଘଟଣା ? ଯଦି ନୁହେଁ, ଆଜି ଶୁଣନ୍ତୁ । ଆଦି କୋର୍ଟରେ ହାଜର ହୋଇଥିଲେ ଶୁଆ । ଜାଣିଛନ୍ତି ଏହାର କାରଣ ? ପୁରା ଅଜିବ । ଶୁଆମାନେ ପୁଣି କଣ ଅପରାଧ କଲେ ? ନା ସାକ୍ଷୀ ହୋଇଛି ଶୁଆ । କୋର୍ଟ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଶୁଆମାନଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 

ଘଟଣା କିଛି ଅଲଗା । ପ୍ରକୃତ ଘଟଣା ଏପରି । ମଙ୍ଗଳବାର  ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ୧୩ଟି ଶୁଆ ସମେତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସିଆରପିଏଫ । ଅଭିଯୁକ୍ତ ଜଣକ ବିଦେଶୀ । ଭାରତରୁ ସେ ଏହି ଶୁଆଗୁଡିକୁ ବେଆଇନ ଭାବରେ ତା ଦେଶକୁ ନେଉଥିଲେ । ହେଲେ ବିମାନବନ୍ଦରରେ ପୋଲିସ ହାତରେ ଧରାପଡିଥିଲା ଅଭିଯୁକ୍ତ । 

ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଛି, ଅଭିଯୁକ୍ତ ରାସ୍ତା କଡରୁ ଏହି ଶୁଆଗୁଡିକୁ କିଣିଥିଲା । ପରେ ନିଜ ଦେଶକୁ ନେବାକୁ ଉଦ୍ୟମ କରିଥିଲା । ହେଲେ ବିମାନବନ୍ଦରରେ ସିଆରପିଏଫ ଶୁଆଗୁଡିକୁ ଉଦ୍ଧାର କରିଛି । ଅନ୍ୟପଟେ ଅଭିଯୁକ୍ତକୁ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ହାଜର କରାଯିବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।