JNU ଛାତ୍ର ଆନ୍ଦୋଳନ: ଆଜି ଫିଟିପାରେ ସମାଧାନର ରାସ୍ତା
Advertisement

JNU ଛାତ୍ର ଆନ୍ଦୋଳନ: ଆଜି ଫିଟିପାରେ ସମାଧାନର ରାସ୍ତା

ଦେଶର ସବୁଠୁ ପ୍ରତିଷ୍ଠିତ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ ଜାରି ରହିଛି ଛାତ୍ର ଆନ୍ଦୋଳନ । ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ନେଇ ଛାତ୍ରଛାତ୍ରୀ ଦାବି କରୁଛନ୍ତି । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଛାତ୍ରଛାତ୍ରୀ ସହ ଆଲୋଚନା ଚାଲିଛି । ଆଉ ଏହାରି ଭିତରେ ଆଜି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ କମିଟି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦେଶର ସବୁଠୁ ପ୍ରତିଷ୍ଠିତ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ ଜାରି ରହିଛି ଛାତ୍ର ଆନ୍ଦୋଳନ । ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ନେଇ ଛାତ୍ରଛାତ୍ରୀ ଦାବି କରୁଛନ୍ତି । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଛାତ୍ରଛାତ୍ରୀ ସହ ଆଲୋଚନା ଚାଲିଛି । ଆଉ ଏହାରି ଭିତରେ ଆଜି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ କମିଟି । 

ସୂଚନା ମୁତାବକ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଏକ କମିଟି ଆଜି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । କମିଟିରେ ୩ ଜଣ ସଦସ୍ୟ ରହିଛନ୍ତି । ଅପରାହ୍ନ ୪ଟାରେ  JNU ପ୍ରଶାସନିକ ବ୍ଲକରେ ଏହି ବୈଠକ ହେବ ବୋଲି ଜଣାପଡିଛି । କେବେ ଆଜି ସମାଧାନର ରାସ୍ତା ଫିଟିବ ବୋଲି ଆଶା କରାଯାଉଛି । 

fallback

ଗୁରୁବାର ଏହି କମିଟି ଶାସ୍ତ୍ରୀ ଭବନରେ JNU ଟିଚର୍ସ ଆସୋସିଏସନ ସହ ଆଲୋଚନା କରିଥିଲେ । ସେହିପରି ବୁଧବାର ମଧ୍ୟ ଏହି କମିଟି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲା । ଦୁଇ ପୃଥକ ବୈଠକରେ ଜେଏନୟୁର ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲା କମିଟି । ତେବେ ଏପର୍ଯ୍ୟନ୍ତ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । 

ତେବେ ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ହଷ୍ଟେଲ ଫି ବୃଦ୍ଧିକୁ ନେଇ ରହିଛି । ଯଦି ଆମେ ପୂର୍ବ ଓ ବର୍ତ୍ତମାନର ଫି ବିଷୟରେ ନଜର ପକାଇବା ମେସ ଫି ଓ ଏଷ୍ଟାବ୍ଲିସମେଣ୍ଟ ଫିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଛାତ୍ରଙ୍କୁ କେବଳ ବିଜୁଳି ଓ ସଫେଇ ବିଲ ଦେବାକୁ କୁହାଯାଇଛି । ବାସ କେବଳ ଏତିକି କଥାକୁ ନେଇ କିଛି ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଏଯାବତ ସିଙ୍ଗଲ ସିଟରେ ଛାତ୍ରଛାତ୍ରୀଙ୍କୁ ମାସିକ ମାତ୍ର ୨୦ ଟଙ୍କା ଦେବାକୁ ପଡୁଥିଲା । ଡବଲ ସିଟରେ ମାସିକ କେବଳ ୧୦ ଟଙ୍କା ଦେବାକୁ ପଡ଼ୁଥିଲା । ଏବେ ଏହାକୁ ବଢ଼ାଇ ଯଥାକ୍ରମେ ୬୦୦ ଓ ୩୦୦ ଟଙ୍କା କରାଯାଇଥିଲା । ହେଲେ ଯାହାକୁ ନେଇ ରକ୍ତର ସଂଘର୍ଷ କରିବାକୁ ପଛାଇଲେନି କିଛି ଛାତ୍ର ସଂଗଠନ ।

ବହୁତ ଛାତ୍ରଛାତ୍ରୀଙ୍କର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ଥାଏ । କାହିଁକି ବା ନ ରହିବ ? କାରଣ ସେହି ବିଶ୍ୱବିଦ୍ୟାଳୟକୁ ଆମ ଦେଶର ସରକାର ସର୍ବୋତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି । ଦେଶର ସବୁଠୁ ବେଶି ଅମଲା ସହିତ ରାଜନେତା ଓ ସାମାଜିକ କର୍ମୀ ସେହିଠାରୁ ହିଁ ବାହାରିଛନ୍ତି । ସେହିପରି ସେଠାରୁ ଆଜି ନୋବେଲ ପୁରସ୍କାର ବିଜେତା ମଧ୍ୟ ଆସିଛନ୍ତି । ଏମିତିକି ବର୍ତ୍ତମାନ ଭାରତର ଦୁଇ ଜଣ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଏସବୁ ହେଉଛି ସେଇ ଜେଏନୟୁର ପରିଚୟ । ସେହି ଅତୀତ କହୁଥିଲା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଯେଉଁ ଜେଏନୟୁକୁ ଏବେ ସଂଗଠିତ ସେକ୍ସ ରାକେଟର ଆଡ୍ଡାସ୍ଥଳୀ ମଧ୍ୟ କୁହାଯାଉଛି ।

ଆହୁରି ପଢନ୍ତୁ; ଜେଏନୟୁ: ଭବିଷ୍ୟତ ନା ଭାଣ୍ଡାମୀ !