Advertisement
Article Detail0/zeeodisha/odisha695666
Zee OdishaOther Newsକୋରୋନା ମୁକାବିଲା: କେନ୍ଦ୍ର-ଦିଲ୍ଲୀ ସରକାରଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ

କୋରୋନା ମୁକାବିଲା: କେନ୍ଦ୍ର-ଦିଲ୍ଲୀ ସରକାରଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ

 କୋରୋନା ମୁକାବିଲା ନେଇ କେନ୍ଦ୍ର-ଦିଲ୍ଲୀ ସରକାରଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | 

 କୋରୋନା ମୁକାବିଲା: କେନ୍ଦ୍ର-ଦିଲ୍ଲୀ ସରକାରଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ମହାମାରୀ କୋରୋନା ମାଡରେ ଘାଇଲା ହୋଇଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ | ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ସ୍ଥିତି ଗୁରୁତର ହୋଇପଡିଛି | ଜୁନ ୧୪ ତାରିଖ ରବିବାର ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮,୯୫୮ ରହିଥିବା ମୋଟ ମୃତକଙ୍କ ସଂଖ୍ୟା ୧୨୭୧ ରହିଛି | ଅନ୍ୟପଟେ ୨୨,୭୪୨ ମାମଲା ସକ୍ରିୟ ଥିବା ବେଳେ, ୧୪୯୪୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | 

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ମହାମାରୀର ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ,ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଉଚ୍ଚସ୍ତରୀୟ ବୈଠକ ଜୁନ ୧୪ ତାରିଖ ରବିବାର ଦିନ ୧୧ଟା ବେଳେ ଅନୁଷ୍ଠିତ ହୋଇଛି |   

ଅନ୍ୟପଟେ ଦେଶର କୋଭିଡ19 ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନେଇ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ-ତୃତୀୟାଂଶ ୫ଟି ରାଜ୍ୟର ରହିଛନ୍ତି | ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ, ଚେନ୍ନାଇ, ସୁରଟ, ପୁନେ, ଇନ୍ଦୋର, କୋଲକାତା ଆଦି ସହର ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛନ୍ତି | କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି | ସୁସ୍ଥ ହେବା ମାମଲାରେ ଷଷ୍ଠ ସ୍ଥାନରେ ଥିବା ବେଳେ, କୋଭିଡ19 ଜନିତ ମୃତ୍ୟୁ ହେବା ଘଟଣାରେ ପ୍ରଥମ ୧୦ଟି ସର୍ବାଧିକ ପ୍ରଭାବିତ ଦେଶଙ୍କ ତାଲିକାରେ ରହିଛି |    

Add Zee News as a Preferred Source

ଦିଲ୍ଲୀରେ ମୋଟ କଣ୍ଟେନମେଣ୍ଟ ଜୋନ ୨୪୧ ରହିଥିବା ବେଳେ, ୬୬ଟି ଜୋନକୁ ଡିକଣ୍ଟେନମେଣ୍ଟ ଘୋଷଣା କରାଯାଇଛି | ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୩୯, ଉତ୍ତର ଦିଲ୍ଲୀରେ ୩୮, ଦକ୍ଷିଣ ଏବଂ ପଶ୍ଚିମ ଦିଲ୍ଲୀରେ ୩୭ଟି  କଣ୍ଟେନମେଣ୍ଟ ଜୋନ ରହିଛି | ନର୍ସିଂହୋମରେ ବେଡ ସଂଖ୍ୟା ୧୦ରୁ ୪୯ ମଧ୍ୟରେ ରହିଛି ତାହାକୁ କୋଭିଡ ନର୍ସିଂହୋମ ଭାବେ ଘୋଷିତ କରାଯାଇଛି |