ପୁଣି ଖୋଲିଲା ୩ଟି ଗେଟ
Trending Photos
)
ସମ୍ବଲପୁର: ହୀରାକୁଦରେ ଖୋଲିଲା ଆଉ ୩ଟି ଗେଟ। ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ଦେଖିବାକୁ ମିଳିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଡ୍ୟାମ ମଧ୍ୟକୁ ପ୍ରଚୁର ପରିମାଣର ବର୍ଷା ଜଳ ପ୍ରବେଶ କରୁଛି। ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଡ୍ୟାମରେ ଜଳସ୍ତର ୬୧୬।୭୩ରେ ପହଞ୍ଚିଛି।
ଗତ ଗୁରୁବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷ ପ୍ରଥମ ଥର ପାଇଁ ଡ୍ୟାମର ଗେଟ ଖୋଲିଥିଲେ। ପ୍ରଥମେ ୫ ଓ ପରେ ୧୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ଚଳିତ ବର୍ଷା ଏକ ମାସ ପୂର୍ବରୁ ଡ୍ୟାମର ଗେଟ ଖୋଲାଯାଇଥିଲା। ତେବେ ଗତକାଲି ଆଉ ଦୁଇଟି ଗେଟ ଖୋଲାଯାଇଥିବା ବେଳେ ଆଜି ଆଉ ଦୁଇଟି ଗେଟ ଖୋଲାଯ଼ାଇଛି। ୧୫ଟି ଗେଟ ଦେଇ ମୋଟ ୧ ଲକ୍ଷ ୮୫ ହଜାର ୧୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଦେଖିବାକୁ ମିଳିଛି।