କୋରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ହକି ଇଣ୍ଡିଆ ଦେଲା ଏତିକି ଦାନ...
Advertisement

କୋରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ହକି ଇଣ୍ଡିଆ ଦେଲା ଏତିକି ଦାନ...

କୋରୋନା ମହାମାରୀ ସମୟରେ ସହାୟତାର ହାତ ବଢାଇଛି ହକି ଇଣ୍ଡିଆ। ପୂର୍ବରୁ ଏକାଧିକ କ୍ରୀଡ଼ା ଅନୁଷ୍ଠାନ ସହାୟତା କରିଥିବା ବେଳେ ଆଜି ହକି ଇଣ୍ଡିଆ ମଧ୍ୟ ଓଡ଼ିଶାକୁ ସହାୟତା ରାଶି ଦାନ ଦେଇଛି।     #HockeyIndia donates Rs 21 lakh to Odisha Chief Minister's Relief Fund to help state fight the #COVID19 pandemi

କୋରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ହକି ଇଣ୍ଡିଆ ଦେଲା ଏତିକି ଦାନ...

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ସହାୟତାର ହାତ ବଢାଇଛି ହକି ଇଣ୍ଡିଆ। ପୂର୍ବରୁ ଏକାଧିକ କ୍ରୀଡ଼ା ଅନୁଷ୍ଠାନ ସହାୟତା କରିଥିବା ବେଳେ ଆଜି ହକି ଇଣ୍ଡିଆ ମଧ୍ୟ ଓଡ଼ିଶାକୁ ସହାୟତା ରାଶି ଦାନ ଦେଇଛି।  

 

ମିଳିଥିବା ସୂଚନା ମୁତାବକ ହକି ଇଣ୍ଡିଆ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହି ରାଶି କୋରୋନା ଲଢେଇରେ ରାଜ୍ୟକୁ ବେଶ ସାହାଯ୍ୟ କରିବ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।  

ରାଜ୍ୟରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଛୁଇଁଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣକର ମୃତ୍ୟୁ ମଧ୍ୟ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୩ ଜଣ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, ଯାଜପୁର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।