ଛୁଟିର ବର୍ଷ ୨୦୨୦ ! ୱିକେଣ୍ଡ ସହ ମିଶିଯାଉଛି ପର୍ବପର୍ବାଣିର ଛୁଟି, ଜାଣନ୍ତୁ କେଉଁ ମାସରେ କେତେ ଛୁଟି
ନୂଆବର୍ଷରେ ଆପଣ ଟୁର ପ୍ଲାନ୍ ରଖିଛନ୍ତି କି ?
Trending Photos
)
ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର : ନୂଆବର୍ଷରେ ଆପଣ ଟୁର ପ୍ଲାନ୍ ରଖିଛନ୍ତି କି ? ନୂଆ ବର୍ଷକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି ? ତେବେ ଆପଣଙ୍କର ଏଭଳି ଇଚ୍ଛା ନିଶ୍ଚୟ ପୂରଣ ହେବ । କାରଣ ବର୍ଷ ୨୦୧୯ ଅପେକ୍ଷା ୨୦୨୦ରେ ରହିଛି ଅଧିକ ଛୁଟି । ଆପଣ ଯଦି ସରକାରୀ କର୍ମଚାରୀ ତେବେ ମିଳିବ ବେଶୀ ଫାଇଦା । ବର୍ଷ ୨୦୨୦ରେ ଅଧିକାଂଶ ଛୁଟି ସୋମବାର ଓ ଶୁକ୍ରବାରରେ ପଡ଼ୁଛି ଗୋଟିଏ ସପ୍ତାହରେ ଏକା ସାଙ୍ଗରେ ମିଳିବ ୩ଟି ଛୁଟି ।
୨୦୨୦ରେ ଦଶହରା, ଦୀପାବଳୀ, ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ରବିବାରରେ ପଡୁଛି । ତେଣୁ ଏକ୍ସଟ୍ରା ଛୁଟି ଚାହୁଁଥିବା କିଛି ଲୋକଙ୍କୁ ଏହା ନିରାଶ କରିପାରେ ।
ସାଧାରଣତନ୍ତ୍ର ଦିବସ -୨୬ଜାନୁଆରୀ
ଜାନୁଆରୀ ମାସରେ ସାଧାରଣତନ୍ତ୍ର ଦିବସ ରବିବାରରେ ପଡିବ । ଏହି ମାସରେ ବିଶେଷ କିଛି ପ୍ଲାନିଂ ନକରିବା ଭଲ ।
ମହାଶିବରାତ୍ରୀ -୨୧ ଫେବୃଆରୀ
ଫେବୃଆରୀ୨୧ରେ ପଡୁଛି ମହାଶିବରାତ୍ରୀ । ଏହି ଦିନ ଶୁକ୍ରବାର ହୋଇଥିବା କାରଣରୁ ଭଲ ୱିକେଣ୍ଡ ମିଳିଯିବ । ତିନି ଦିନ ଛୁଟି ପାଇଁ କିଛି ପ୍ଲାନିଂ କରିପାରିବେ ।
ହୋଲି- ୧୦ ମାର୍ଚ୍ଚ
ମାର୍ଚ୍ଚ ୧୦ତାରିଖରେ ହୋଲି । ଏହି ଦିନ ମଙ୍ଗଳବାର । ଯଦି ୯ ମାର୍ଚ୍ଚରେ ଛୁଟି ନିଅନ୍ତି ତେବେ ଶନିବାର, ରବିବାର, ସୋମବାର ଓ ମଙ୍ଗଳବାର ଏମିତି ୪ ଦିନ ଛୁଟି ମିଳିଯିବ ।
ଗୁଡ୍ ଫ୍ରାଇଡେ-୧୪ ଅପ୍ରେଲ୍
ଅପ୍ରେଲରେ ଆପଣଙ୍କୁ ଲମ୍ବା ଛୁଟିର ସୁଯୋଗ ମିଳିବ । ୧୦ ତାରିଖରେ ଗୁଡ଼ ଫ୍ରାଇଡେ । ଅପ୍ରେଲ ୧୪ରେ ଆମ୍ବେଦକର ଜୟନ୍ତୀ, ମଙ୍ଗଳବାର । ସୋମବାର ଅର୍ଥାତ୍ ୧୩ ଅପ୍ରେଲରେ ଗୋଟିଏ ଦିନ ଛୁଟି ନେଲେ ଆପଣଙ୍କୁ ୧୦ରୁ ୧୪ଅପ୍ରେଲ୍ (ଶୁକ୍ରବାରରୁ ମଙ୍ଗଳବାର) ପର୍ଯ୍ୟନ୍ତ ୫ ଦିନ ଛୁଟି ମିଳିଯିବ ।
ଇଦ୍-ଉଲ୍-ଫିତୁର ୨୪ ମଇ
ମଇ ମାସରେ ଇଦ-ଉଲ୍-ଫିତୁର୍ ୨୪ତାରିଖ ରବିବାର । ଏହି ମାସରେ ଏକ୍ଟଟ୍ରା ଛୁଟି ମିଳିବ ନାହିଁ ।
ଜୁନ୍ ମାସରେ ଏକା ସାଙ୍ଗରେ କୌଣସି ଛୁଟି ହିଁ ନାହିଁ ।
ବକ୍-ରି - ଇଦ : ୩୧ ଜୁଲାଇ
ଜୁଲାଇ ୩୧ ଶୁକ୍ରବାର ବକ୍ରି ଇଦ । ଆପଣଙ୍କୁ ୩ ଦିନ ୱିକେଣ୍ଡ ମିଳିଯିବ ।
ରକ୍ଷା ବନ୍ଧନ – ୩ ଅଗଷ୍ଟ, ଜନ୍ମାଷ୍ଟମୀ- ୧୧ଅଗଷ୍ଟ, ସ୍ବାଧୀନତା ଦିବସ- ୧୫ଅଗଷ୍ଟ
ଅଗଷ୍ଟ ମାସରେ ଏମିତିରେ ବି ଅଧିକ ଛୁଟି ଥାଏ । ୩ ଅଗଷ୍ଟ(ସୋମବାର)ରେ ରକ୍ଷା ବନ୍ଧନ । ତେଣୁ ଆପଣଙ୍କୁ ମିଳିଯିବ ୩ ଦିନ ଛୁଟି । ସେହିଭଳି ୧୧ଅଗଷ୍ଟ(ମଙ୍ଗଳବାର) ଜନ୍ମାଷ୍ଟମୀ । ଏହି ସପ୍ତାହରେ ଯଦି ଆପଣ ୧୦ ଅଗଷ୍ଟରୁ ଛୁଟି ନେବା ଆରମ୍ଭ କରିବେ, ତେବେ ଆପଣଙ୍କୁ ୪ ଦିନ ଛୁଟି ମିଳିଯିବ । କିନ୍ତୁ ୧୫ ଅଗଷ୍ଟ ଶନିବାର ଥିବାରୁ ଗୋଟିଏ ଦିନ ଛୁଟି ଆପଣଙ୍କୁ ଲାଭ ଦେବ ନାହିଁ ।
ସେପ୍ଟେମ୍ବର ମାସରେ କୌଣସି ପର୍ବ ନଥିବାରୁ ଛୁଟି କମ୍ ।
ଗାନ୍ଧୀ ଜୟନ୍ତୀ -୨ ଅକ୍ଟୋବର, ମହାନବମୀ-୨୪ଅକ୍ଟୋବର, ଦଶହରା-୨୫ ଅକ୍ଟୋବର
ଅକ୍ଟୋବର ୨, ଶୁକ୍ରବାର ଗାନ୍ଧୀ ଜୟନ୍ତୀ । ଏହି ସପ୍ତାହରେ ଆପଣଙ୍କୁ ମିଳିଯିବ ୩ ଦିନ ଛୁଟି । ୨୪ ଅକ୍ଟୋବରରେ ମହାନବମୀ,୨୫ ଅକ୍ଟୋବରେ ଦଶହରା । ଶନିବାର ରବିବାର ପଡ଼ୁଥିବାରୁ ଏକ୍ସଟ୍ରା ଛୁଟି ନାହିଁ ।
ଦୀପାବଳୀ -୧୪ ନଭେମ୍ବର, ଗୁରୁ ନାନକ ଜୟନ୍ତୀ - ୩୦ ନଭେମ୍ବର
ନଭେମ୍ବର ୧୪ରେ ଦୀପାବଳୀ । ଶନିବାର ଦିପାବଳୀ ପଡୁଥିବାରୁ ପୁରା ୱିକେଣ୍ଡ ପାଇଁ ଆପଣ ଛୁଟିର ପ୍ଲାନ କରି ପାରିବେ ନାହିଁ । କିନ୍ତୁ ମାସ ଶେଷରେ ଆପଣଙ୍କୁ ୩ ଦିନ ପାଇଁ ଛୁଟି ମିଳିଯିବ । ୩୦ନଭେମ୍ବରରେ ଗୁରୁ ନାନକ ଜୟନ୍ତୀ । ଆଉ ଏଦି ଦିନ ସୋମବାର । ଏମିତିରେ ଶନିବାର ଠାରୁ ଆପଣ ସୋମବାର ପର୍ଯ୍ୟନ୍ତ ଛୁଟି ନେଇ ପାରିବେ । କୌଣସି ଜରୁରୀ କାମ ଥିଲେ ଆରାମରେ ସାରି ପାରିବେ ।
କ୍ରିସମାସ-25 ଡିସେମ୍ବର
ଡିସେମ୍ବର ୨୫ରେ କ୍ରିସମାସ୍ । ଶୁକ୍ରବାର ବଡ଼ଦିନ ପଡ଼ୁଥିବାରୁ ଆପଣଙ୍କୁ ଭଲ ୱିକେଣ୍ଡ ମିଳିଯିବ ।
More Stories