OBCଙ୍କ ପାଇଁ ଆହୁରି ବଢିବ ସଂରକ୍ଷଣ: ଶାହ

ଝାଡଖଣ୍ଡ ନିର୍ବାଚନୀ ପ୍ରଚାରରେ ଶାହଙ୍କ ବଡ ବୟାନ । OBCଙ୍କ ପାଇଁ ଆହୁରି ବଢିବ ସଂରକ୍ଷଣ । ଏଥିପାଇଁ ଏକ କମିଟି ଗଠନ ହେବ । ତେବେ ଆଦିବାସୀ ଓ ଦଳିତଙ୍କ ପାଇଁ ଯେଉଁ ସଂରକ୍ଷଣ ରହିଛି, ତାକୁ ମଧ୍ୟ ହ୍ରାସ କରାଯିବ ନାହିଁ । ସେହିପରି ୨୦୨୪ ମଧ୍ୟରେ ଏନଆରସିକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । 

OBCଙ୍କ ପାଇଁ ଆହୁରି ବଢିବ ସଂରକ୍ଷଣ: ଶାହ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଝାଡଖଣ୍ଡ ନିର୍ବାଚନୀ ପ୍ରଚାରରେ ଶାହଙ୍କ ବଡ ବୟାନ । OBCଙ୍କ ପାଇଁ ଆହୁରି ବଢିବ ସଂରକ୍ଷଣ । ଏଥିପାଇଁ ଏକ କମିଟି ଗଠନ ହେବ । ତେବେ ଆଦିବାସୀ ଓ ଦଳିତଙ୍କ ପାଇଁ ଯେଉଁ ସଂରକ୍ଷଣ ରହିଛି, ତାକୁ ମଧ୍ୟ ହ୍ରାସ କରାଯିବ ନାହିଁ । ସେହିପରି ୨୦୨୪ ମଧ୍ୟରେ ଏନଆରସିକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । 

ଦ୍ୱିତୀୟ ପର୍ଯ୍ୟାୟ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଚକ୍ରଧରପୁରରେ ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ରାମ ମନ୍ଦିର ପ୍ରସଙ୍ଗ ମଧ୍ୟ ସେ ଉଠାଇଛନ୍ତି । କହିଛନ୍ତି, ରାମ ମନ୍ଦିର ମାମଲା ଲଢିବାର ଆବଶ୍ୟକତା ନାହିଁ ବୋଲି ଦେଶର ସର୍ବୋଚ୍ଚ ଅଦାଲତରେ କଂଗ୍ରେସ ନେତା କହୁଥିଲେ । ହେଲେ ଜନତାଙ୍କ ବଳ ପାଇ ଆମେ ମାମଲା ଲଢିଥିଲୁ । ଆଉ ଏବେ ସେ ଲଢେଇର ସୁଫଳ ମିଳିଥିବା କହିଛନ୍ତି ଶାହ । 

ସେହିପରି ଏନଆରସି ପ୍ରସଙ୍ଗରେ ସେ କହିଛନ୍ତି, ୨୦୨୪ ଭିତରେ ସମଗ୍ର ଦେଶରେ ଏହାକୁ ଲାଗୁ କରାଯିବ । ଅନୁପ୍ରଦେଶକାରୀଙ୍କ ପାଇଁ ଦେଶରେ କୌଣସି ସ୍ଥାନ ନାହିଁ । 

ଝାଡଖଣ୍ଡରେ ବିଗତ ୫ ବର୍ଷ ମଧ୍ୟରେ ହୋଇଥିବା ବିକାଶ କଥା ମଧ୍ୟ ଉଠାଇଛନ୍ତି ଅମିତ ଶାହ । ମୋଦି ସରକାର ଏବଂ ରଘୁବର ସରକାରଙ୍କ ଉଦ୍ୟମ ଯୋଗୁଁ ଝାଡଖଣ୍ଡରେ ନକ୍ସଲ ସମସ୍ୟାର ସମାଧାନ ହୋଇଥିବା ସେ କହିଛନ୍ତି । ବର୍ତ୍ତମାନ ଝାଡଖଣ୍ଡ ବିକାଶ ପଥରେ ଆଗକୁ ବଢୁଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । 

ଚଳିତ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ, ଜେଏମଏମ ଏବଂ ଆରଜେଡି ମେଣ୍ଟ ଗେରୁଆ ଦଳକୁ କଡା ଟକ୍କର ଦେଉଛନ୍ତି । ଏଥର ଝଡଖଣ୍ଡରେ ବିଜୟ ହାସଲ କରିବା ବିଜେପି ପାଇଁ ସେତେ ସହଜ ମନେ ହେଉନାହିଁ । 

ଆହୁରି ପଢନ୍ତୁ; 'ସଂସଦ ଯେପରି ଆଇନ ଚାହିଁବ, ଆମେ ଆଣିବାକୁ ପ୍ରସ୍ତୁତ'