ଘିମିରି ସମସ୍ୟାରେ ପିଡ଼ିତ କି ?

ଶରୀରରେ ଘିମିରି ଏକ ଚର୍ମଜନିତ ରୋଗ ଅଟେ ।

ଘିମିରି ସମସ୍ୟାରେ ପିଡ଼ିତ କି ?
ପ୍ରତୀକାତ୍ମକ ଫଟୋ

ତପନ କୁମାର କର, ନୂଆଦିଲ୍ଲୀ: ଶରୀରରେ ଘିମିରି ଏକ ଚର୍ମଜନିତ ରୋଗ ଅଟେ । ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ବଢ଼ିଥାଏ । ଏହା ବାଦ ଝାଳ କମ ବାହାରୁ ଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଘିମିରି ହୋବାର ସମ୍ଭାବନା ଅଧିକ ଥାଏ । ଶରୀରରୁ ଝାଳ କମ ବାହାରିବା ଫଳରେ ଚର୍ମ ମଧ୍ୟରେ ଥିବା ଲୋମ କୂପଗୁଡିକ ବନ୍ଦ ହେଇଯାଇଥାଏ । ଏହା ଫଳରେ ଶରୀରରେ ଝାଳ ବାହାରି ହିଁ ବନ୍ଦ ହୋଇଯାଇଥାଏ । ସାଧାରଣତଃ ଖରାଦିନ ଆସିବା ମାତ୍ରେ ପ୍ରାୟ ଲୋକଙ୍କଠାରେ ଘିମିରି ଦେଖା ଦେଇଥାଏ । ଘିମିରି ବାହାରିବାର କେତେକ କାରଣ ରହିଛି, ଯେଉଁ ଗୁଜିକ ହେଉଛି-ପେଟ ସଫା ନ ରହିବା, ଶରୀରରେ ହର୍ମୋନରେ ଅସନ୍ତୁଳ ଦେଖାଗଲେ, ରକ୍ତ ବିଶୁଦ୍ଧ ନ ରହିବା ଦ୍ୱାରା, ଖରାଦିନେ ସନ୍ତୁଳିତ ଖାଦ୍ୟ ନ ଖାଇଲେ, କୌଣସି କାରଣରୁ ଆଲର୍ଜି ହେଇଥିଲେ ଓ ପ୍ରଦୂଷିତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଲେ ମଧ୍ୟ ଆମ ଶରୀରରେ ଘିମିରି ଦେଖା ଦେଇଥାଏ  ।

ଖରାଦିନରେ ଘିମିରି ହେବା ଏକ ସ୍ୱାଭାବିକ କଥା ଅଟେ । କିନ୍ତୁ ଏହା ଦ୍ୱାରା ହେଉଥିବା କୁଣ୍ଡେଇ ହେବା ଓ ଫଳିଜିବା ଦ୍ୱାରା ଖୁବ୍ ଅସହ୍ୟ ମନେ ହୋଇଥାଏ । ତେବେ ଘିମିରିରୁ ମୁକ୍ତି ପାଇବାର କିଛି ସଜହ ଉପାୟ ଆସନ୍ତୁ ଜାଣିବା ।

ଘିମିରି ହେଲେ କ'ଣ କରିବେ ବା କ'ଣ କଲେ ଘିମିରି ହେବ ନାହିଁ...

  • ଖରାଦିନରେ ସବୁ ବେଳେ ସଫା କଟନ ଡ୍ରେସ ବା ଶାଢି ପିନ୍ଧନ୍ତୁ, ଚେଷ୍ଟା କରନ୍ତୁ ଖଦି ବସ୍ତ୍ର ପରିଧାନ କରିବାକୁ ।
  • ଏକ ଗ୍ଲାସ୍ ପାଣିରେ ଏକ ଲେମ୍ବୁ ଚିପୁଡନ୍ତୁ ଦିଅନ୍ତୁ । ଏଥିରେ କାକୁଡିର ଏକ ଖଣ୍ଡ ବୁଡାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଘିମିରି ଉପରେ ଘଷନ୍ତୁ ଏପରି କଲେ ଦେଖିବେ ଘିମିରି ଧିରେ କମିଯିବ ।
  • ୩ ରୁ୫ ଚାମଚ ପାଣିରେ ଏକ ଚାମଚ ବେକିଙ୍ଗ ସୋଡା ମିଶାନ୍ତୁ ଏହାକୁ ଘିମିରି ଉପରେ ଘସନ୍ତୁ ଓ ୨୦ ମିନିଟ୍ ପରେ ଓଦା କନାରେ ପୋଛି ଦିଅନ୍ତୁ । ଏପରି ୨ଥର କରନ୍ତୁ ଦେଖିବେ ଶୀଘ୍ର ଘିମିରି କମିଯିବ ।
  • ଏକ ଚାମଚ ଆଲଭେରା ଜେଲ୍ ବା ଆଲଭେରା କୁ ଘିମିରିରେ ଲଗାନ୍ତୁ । ୨୦ ମିନିଟ୍ ପରେ ଓଦା କପଜାରେ ପୋଛି ନିଅନ୍ତୁ । ଏପରି ଦିନକୁ ୩ ଥର କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଘିମିରି ଦୂର ହେବା ସହ ସିତଳତା ଲାଗିଥାଏ ।
  • ଖାରା ଦିନରେ ଫ୍ରିଜ ପାଣି ନ ପିଇ ସର୍ବଦା ମାଠିଆ ବା ସୁରେଇର ପାଣି ପିଅନ୍ତୁ ,ଦେଖିବେ ସବୁବେଳେ ସୁସ୍ଥ ରହିବେ ।
  • ୨୦ ରୁ ୩୦ଟି ନିମ୍ୱ ପତ୍ର ଏକ ଗ୍ଲାସ ପାଣିରେ ଫୁଟାନ୍ତୁ । ଥଣ୍ଡା ହେବା ପରେ ଘିମିରି ଉପରେ ଏହାକୁ ମାଲିସ କରନ୍ତୁ ଓ ୨୦ ମିନଟ୍ ପରେ ଧୋଇ ନିଅନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଘମିରି ଶୀଘ୍ର କମିଯିବ ।
  • ଏକ ଚାମଚ ନଡିଆ ତେଲରେ ଶ୍ରୀ କର୍ପୁର ବା ଦେସି କର୍ପୁର ମିଶାଇ ଏହାକୁ ଘିମିରି ଉପରେ ମାଲିସ କରନ୍ତୁ । ଏହା ଦ୍ୱାରା ଘିମିରି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଉପଶମ ଲାଭ ହେଇଥାଏ ।
  • ଅଧ ଚାମଚ ଚନ୍ଦନ ଏକ ଚାମଚ ଗୋଲାପ ଜଳରେ ମିଶାଇ ଏହାକୁ ଘିମିରିରେ ଲଗାଇ ନିଅନ୍ତୁ, ଦେଖିବେ ଉପସମ ମିଳିବ ।
  • ନିମ୍ବଯୁକ୍ତ ସାବୁନ ବା ନିମ୍ୱ ପାଣିର ବ୍ୟବହାର କରନ୍ତୁ ନଚେତ ପାଣିରେ ନିମ୍ବପତ୍ରକୁ ଫୁଟାଇ ସେହି ଫୁଟାପାଣି ଥଣ୍ଡା ହେଲେ ଗାଧାନ୍ତୁ ଦେଖିବେ ଉପସମ ମିଳିବ ।
  • ଗାଧୋଇବା ସମୟରେ ପାଣିରେ ଡେଟଲ ପକାଇ ଗାଧାନ୍ତୁ ।