ଧଳା କେଶରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଘରୋଇ ଉପଚାର
ବର୍ତ୍ତମାନର ଜୀବନ ଶୈଳୀ ଏବଂ ବଦଳିବା ଖାଦ୍ୟପେୟ ଯୋଗୁଁ କେଶରେ ଧଳାପଣ ବଢ଼ିବାରେ ଲାଗିଛି । ହେଲେ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବତାଇବାକୁ ଯାଉଛୁ ଯାହାଦ୍ୱାରା ଧଳା କେଶଠାରୁ ମୁକ୍ତି ମିଳିବ ।
Trending Photos

ପ୍ରଦ୍ୟୁମ୍ନ କୁମାର ମାଝୀ, ଭୁବନେଶ୍ୱର: ଆଜିକାଲି ଲୋକଙ୍କ ସବୁଠୁ ବଡ଼ ସମସ୍ୟା କେଶ ପାଚିଯିବା ବା ଧଳା କେଶ । ଅନେକ ସମୟରେ ଯୁବପିଢ଼ିଙ୍କ କେଶ ଧଳା ପାଇଁ ଚିନ୍ତିତ ରହିଥାନ୍ତି । ଏହି ଚିନ୍ତାକୁ ଧ୍ୟାନରେ ରଖି ଲୋକମାନେ ଧଳା କେଶକୁ ଦୂର କରିବାକୁ ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି । ବଜାରରେ ଉପଲବ୍ଧ ରାସାୟନିକ ସାମଗ୍ରୀ ବ୍ୟବହାର କରିଥାନ୍ତି । ହେଲେ ରାସାୟନିକ ସାମଗ୍ରୀର ବ୍ୟବହାର ଦ୍ୱାରା ଧଳା କେଶ ସମସ୍ୟା ଦୂର ହୋଇଯାଇଥାଏ, ହେଲେ ପୁଣି କିଛି ଦିନ ବ୍ୟବଧାନରେ ପୂର୍ବ ପରି ସ୍ଥିତି ହୋଇଯାଇଥାଏ । ଆମେ କିଛି ଆପଣଙ୍କୁ ଘରୋଇ ଉପଚାର ବତାଇବୁ ଯାହାଦ୍ୱାରା ଧଳା କେଶକୁ ଦୂର କରିହେବ ।
ଧଳା କେଶ ପାଇଁ ଘରୋଇ ଉପଚାର:
ବିଶେଷଜ୍ଞ କହିବା ଅନୁଯାୟୀ ଗହଳିଆ ଏବଂ କଳା ଚକଚକ୍ କେଶ ସୁସ୍ଥ କେଶର ପରିଚୟ । ହେଲେ କେଶ ଯେବେ ଧଳା ହେବା ଲାଗିଥାଏ ଚିନ୍ତା ବଢ଼ିଯାଇଥାଏ । ଆମେ ଆପଣଙ୍କୁ ଧଳା କେଶରୁ ମୁକ୍ତି ପାଇବାକୁ କିଛି ଘରୋଇ ଟିପ୍ସ ବତାଇବୁ । ଯାହାକୁ ଆପଣାଇ ଧଳାକେଶ ସମସ୍ୟାରୁ ମୁକ୍ତି ମିଳିପାରିବ ।
ଆଳୁର ଚୋପା ବ୍ୟବହାର: ସାଧାରଣ ଭାବେ ଆଳୁ ଚୋପା ଘରେ ମିଳିଯାଇଥାଏ । ଆଳୁର ଚୋପା ଘନ କଳା କେଶ ବଜାୟ ରଖିବାକୁ ସାହାଯ୍ୟ କରିଥାଏ । ଆଳୁର ଚୋପା ବ୍ୟବହାର ଦ୍ୱାରା କେଶର ରଙ୍ଗ ତୁରନ୍ତ କଳା ହୋଇନଥାଏ । ହେଲେ ଧିରେ ଧିରେ କେଶ କଳା କରିଥାଏ । ଏପରି କରିବାକୁ କିଛି ମାସ ଲାଗିଥାଏ । ଏକ ଜାଗାରେ ଆଳୁର ଚୋପା ଏକାଠି କରିନିଅନ୍ତୁ । ଏହି ଆଳୁ ଚୋପାକୁ ୨ କପ୍ ପାଣିରେ ପକାଇ ଭଲଭାବେ ନିଆଁରେ ସିଝାଇ ନିଅନ୍ତୁ । ପାଖାପାଖି ୧୦ ମିନିଟ୍ ସିଝାଇବା ପରେ ଥଣ୍ଡା ହେବାକୁ ରଖିଦିଅନ୍ତୁ । ଥଣ୍ଡା ହେବାପରେ ତାହାକୁ କେଶରେ ଲଗାଇ ଅଧଘଣ୍ଟା ଯାଏଁ ରହିବାକୁ ଦିଅନ୍ତୁ । ଏହା ପରେ ସାଧାରଣ ପାଣିରେ କେଶକୁ ଧୋଇନିଅନ୍ତୁ ।
ଘିଅର ବ୍ୟବହାର:
ଘିଅର ବ୍ୟବହାର କେବଳ ପରଠା, ହାଲୁଆ ଅବଂ ଅନ୍ୟ ଖାଦ୍ୟପଦାର୍ଥ ତିଆରି ପାଇଁ ବ୍ୟବହାର ହୋଇନଥାଏ । ଆପଣ କେଶର ରଙ୍ଗ କଳା ରଖିବାକୁ ମଧ୍ୟ ବ୍ୟବହାର କରିପାରିବେ । ଧଳା କେଶକୁ କଳା କରିବା ପାଇଁ ସବୁଠୁ ଭଲ ଉପାୟ ତେଲ ଭଳି ମୁଣ୍ଡରେ ଲଗାନ୍ତୁ । ଘିଅକୁ କେଶରେ ଲଗାଇ ୧ ଘଣ୍ଟା ଛାଡ଼ିଦିଅନ୍ତୁ । ଏହାପରେ କେଶକୁ ଧୋଇଦିଅନ୍ତୁ । ସପ୍ତାହକୁ ଏପରି ୨ଥର କରିବା ଦ୍ୱାରା ଧଳା କେଶ ଦୂର ହୋଇଯାଇଥାଏ ।
କଫିର ବ୍ୟବହାର:
କଫିର ବ୍ୟବହାର ଦ୍ୱାରା ନା କେବଳ କେଶର ରଙ୍ଗ କଳା ରହିଥାଏ, ଏହାଦ୍ୱାରା ମଜଭୂତ ଏବଂ କେଶକୁ ଚମକଦାର୍ କରିବାକୁ ଭଲ ଭୂମିକା ନିଭାଇଥାଏ । କଫିର ବ୍ୟବହାର ଦ୍ୱାରା ପୂର୍ବରୁ ପ୍ରଥମେ କେଶର ଲମ୍ୱ ହିସାବରେ ୨ରୁ ୩ ଚାମଚ କଫି ପାଉଡର ନିଅନ୍ତୁ । ଆପଣ ଧ୍ୟାନ ରଖନ୍ତୁ କଫି ଗହିରିଆ ରଙ୍ଗ ଓ ସ୍ୱାଦହୀନ ହୋଇଥିବା ଆବଶ୍ୟକ । କଫି କୁ ୧୦୦-୧୫୦ ମିଲିଗ୍ରାମ ପାଣିରେ ମିଳାଇ ଦିଅନ୍ତୁ । ଏହାପରେ ତାକୁ ଗରମ କରନ୍ତୁ, ଏହାକୁ ଭଲଭାବେ ମିଶିଯିବା ଓ କଳା ହେବାଯାଏଁ ଫୁଟାନ୍ତୁ । ତାହାକୁ ଥଣ୍ଡାହେବା ପରେ ମୁଣ୍ଡରେ ଲଗାନ୍ତୁ ଏବଂ ୪୫ ମିନିଟ୍ ରଖିବା ପରେ କେଶକୁ ଧୋଇନିଅନ୍ତୁ ।
ଅଁଳା ବ୍ୟବହାର: ଭିଟାମିନ୍ ସିରେ ଭରପୁର ଅଁଳା କେଶ ପାଇଁ ବହୁତ ଭଲ ଅଟେ । ଏହାର ବ୍ୟବହାର ଦ୍ୱାରା କେଶ କଳା ହେବା ସହ ଦୃତଗତିରେ ବଢ଼ିଥାଏ । ଏହା ସହ କେଶ ଚମକଦାର ଓ ଗହଳିଆ ହୋଇଥାଏ ।
ଏହାର ବ୍ୟବହାର କରିବାର ସଠିକ ଉପାୟ
ଅଁଳା ପାଉଡରକୁ ନଡ଼ିଆ ତେଲରେ ମିଶାଇ ଭଲଭାବେ ନିଆଁରେ ଫୁଟାଇ ଦିଅନ୍ତୁ । ଥଣ୍ଡାହେବାକୁ ରଖିଦିଅନ୍ତୁ । ଏହି ଅଁଳା ଯୁକ୍ତ ନଡ଼ିଆ ତେଲକୁ ମୁଣ୍ଡରେ ଲଗାଇ ୩୦-୪୦ ମିନିଟ୍ ଯାଏଁ ରହିବାକୁ ଦିଅନ୍ତୁ । ଏହାପରେ ସାଧାରଣ ପାଣିରେ ମୁଣ୍ଡକୁ ଧୋଇଦିଅନ୍ତୁ । ସାବୁନ ଓ ସାମ୍ପୋଠାରୁ କେଶକୁ ଦୂରେଇ ରଖିବା ଭଲ ।
ଏହାକୁ ଛାଡ଼ିଦେଲେ ଅନ୍ୟ ଏକ ଉପାୟ ମଧ୍ୟ ରହିଛି । ୪ଚାମଚ ଅଁଳା ପାଉଡର ନେଇ ୨ଚାମଚ ପାଣି ଏବଂ ୧ ଚାମଚ ଲେମ୍ୱୁ ରସ ମିଶ୍ରଣ କରିନିଅନ୍ତୁ । ଏହାକୁ ମିଶ୍ରଣ କରି ଭଲଭାବେ ଘୋଳ ତିଆରି କରନ୍ତୁ। ୧ ଘଣ୍ଟା ପରେ ଏହି ଘୋଳ ବା ପେଷ୍ଟକୁ କେଶରେ ଭଲଭାବେ ଲଗାଇଦିଅନ୍ତୁ । ୨୦-୨୫ ମିନିଟ୍ ମୁଣ୍ଡରେ ରହିବା ପରେ ପାଣିରେ ମୁଣ୍ଡକୁ ଭଲଭାବେ ଧୋଇ ନିଅନ୍ତୁ ।
ଵିଦ୍ର: ଏସବୁ ବ୍ୟବହାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
More Stories