ଏହି ଘରୋଇ ଫେସ ପ୍ୟାକ ବିଷୟରେ ଜାଣିଛନ୍ତି ?
Advertisement
Article Detail0/zeeodisha/odisha616640

ଏହି ଘରୋଇ ଫେସ ପ୍ୟାକ ବିଷୟରେ ଜାଣିଛନ୍ତି ?

 ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି ଯାହା ଡେଡ୍ ସ୍କିନ୍, ବ୍ଲାକ୍ ହେଡ୍ସ୍, କଳାଦାଗ, ବ୍ରଣ , ଶୁଷ୍କ ତ୍ୱଚା, ବୟସାଦ୍ଧିକ୍ୟ ଆଦି ସମସ୍ୟା ଦୂର କରେ । 

ଏହି ଘରୋଇ ଫେସ ପ୍ୟାକ ବିଷୟରେ ଜାଣିଛନ୍ତି ?

ତ୍ରିବେଣୀ ମହାପାତ୍ର, ନୂଆଦିଲ୍ଲୀ: ସାଧାରଣତଃ ସମସ୍ତେ କମଳା ଖାଇବା ପରେ ଚୋପାକୁ ଫିଙ୍ଗିଦେଇଥାନ୍ତି । ହେଲେ ଆପଣ ଜାଣନ୍ତି କି କମଳା ଚୋପାରେ ଅନେକ ଔଷଧିୟ ଗୁଣ ଭରି ରହିଛି । ଯାହା ତ୍ୱଚାକୁ ଅନେକ ଫାଇଦା ଦେଇଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି ଯାହା ଡେଡ୍ ସ୍କିନ୍, ବ୍ଲାକ୍ ହେଡ୍ସ୍, କଳାଦାଗ, ବ୍ରଣ , ଶୁଷ୍କ ତ୍ୱଚା, ବୟସାଦ୍ଧିକ୍ୟ ଆଦି ସମସ୍ୟା ଦୂର କରେ । ଏହାକୁ ଆପଣ ଘରେ ବସି ଅତି ସହଜରେ ପ୍ରସ୍ତୁତ କରି ବ୍ୟବହାର କରିପାରିବେ । ବିଶେଷ କଥା ହେଉଛି ଘରୋଇ ଉପଚାର ହୋଇଥିବାରୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଭୟ ମଧ୍ୟ ନାହିଁ । କମଳା ଚୋପାରୁ ପ୍ରସ୍ତୁତ ଏହି ପ୍ୟାକ୍‌କୁ ଲଗାଇବା ଦ୍ୱାରା ତ୍ୱଚାଜନିତ ଅନେକ ସମସ୍ୟା ଦୂର ହେବା ସହ ତ୍ୱଚାକୁ  ଗୋରା, କୋମଳ ଓ ଚିକ୍କଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପ୍ୟାକ୍ ପାଇଁ ପ୍ରସ୍ତୁତି ପ୍ରଣାଳୀ ବିଷୟରେ । 

fallbackକେମିତି କରିବେ ପ୍ରସ୍ତୁତ 

କମଳା ଚୋପାରୁ ଗୁଣ୍ଡ ପ୍ରସ୍ତୁତି କରିବା ଖୁବ ସହଜ । ପ୍ରଥମେ ଚୋପା କୁ ଖରାରେ ଭଲ  ଭାବେ ଶୁଖାଇ ଦିଅନ୍ତୁ । ଭଲ ଭାବେ ଶୁଖିଗଲେ ଏହାକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ ।

- କମଳା ଚୋପାର ଗୁଣ୍ଡକୁ ମହୁରେ ମିଶାଇ ଲଗାଇବା ଦ୍ୱାରା ବ୍ରଣ ଦୂର ହୋଇଯଏ ।

- କମଳା ଚୋପାରୁ ପ୍ରସ୍ତୁତ ପାଉଡରରେ ଦହି ମିଶାଇ ମୁହଁରେ ଲଗାଇବା ଦ୍ୱାରା  ବ୍ଲାକ୍ ହେଡ୍ସ୍ ଦୂର ହୋଇଯାଏ ।

- ମୁଁହରେ କଲା ଦାଗ ଥିଲେ କମଳା ଚୋପା ଗୁଣ୍ଡରେ ଗୋଲାପ ଜଳ ମିଶାଇ ଲଗାନ୍ତୁ ।

fallback- କମଳା ଚୋପାର ଆଣ୍ଟିଅକ୍ସିଡେଣ୍ଟ ଗୁଣ ତ୍ୱଚାକୁ ଫ୍ରି ରେଡିକାଲ୍ କ୍ଷତିରୁ ବଞ୍ଚାଇଥାଏ । ଏଥିସହ ଏତିରେ ଥିବା ସାଇଟ୍ରିକ୍ ଏସିଡ୍ ତ୍ୱଚାକୁ ଏକ୍ସଫୋଲିଏଟ୍ କରିଥାଏ । କମଳା ଚୋପାର ମାକ୍ସ
ମୁହଁଟୋନ୍ କୁ  ଟାଇଟ୍ କରିବାରେ ସହାୟକ ହୋଇଥାଏ।

- କମଳାରେ ଥିବା ସାଇଟ୍ରିକ୍ ଏସିଡ୍ ରେ କିଛି ଗୁଣ ଥାଏ ଯାହା ମୁଁହରେ ଥିବା ଅତିରକ୍ତ ତେଲକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ।