ସବୁବେଳେ ଫିଟ ରହିବା ପାଇଁ ଯଦି ଆପଣ ଚିନି ବ୍ୟବହାର କରୁଥିବେ ତେବେ ତାହା ଛାଡି଼ କେବଳ ମହୁକୁ ଆପଣାନ୍ତୁ ।
Trending Photos
ସୁଚିତ୍ରା ସେଣ୍ଡ୍, ଭୁବନେଶ୍ୱର: ଆମେ ଶରୀରକୁ ସୁସ୍ଥ ରଖିବା ପାଇଁ କେତେ କଣ କରିଥାଉ । ସେଥି ମଧ୍ୟରୁ ମହୁ ଏପରି ଏକ ଜିନିଷ ଯାହା ପ୍ରତିଦିନ ବ୍ୟବହାର କଲେ ଶରୀର ସୁସ୍ଥ ରହେ । ମହୁକୁ ଘରୋଇ ଭାବେ ବ୍ୟବହାର କଲେ ବେଶ ସହାୟକ ହୋଇଥାଏ । ଆଜି କାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଖାଦ୍ୟ ପାନୀୟ ଠିକ ଭାବେ ନେଇନଥାଉ । ଫଳରେ ଓଜନ ବୃଦ୍ଧି, କାମ କରିବାକୁ ଶକ୍ତି ନମିଳିବା, ଥକ୍କାପଣ, ଶୁଷ୍କ ଓ ନିର୍ଜୀବ ତ୍ୱଚା ପରି ସମସ୍ୟା ଦେଖାଦିଏ । ଫଳରେ ଯେତିକି ବୟସ ହୋଇଛି ତାହା ଠାରୁ ଅଧିକ ଦେଖାଯାଇଥାଏ । ଏହି ସବୁ କାରଣରୁ ମହିଳାଙ୍କ ଆତ୍ମବିଶ୍ୱାସ ଦୋହଲି ଯାଇଥାଏ । ଏଥିପାଇଁ ବେଶୀ କିଛି କରିବା ଆବଶ୍ୟକ ପଡେ ନାହିଁ । ସବୁବେଳେ ଫିଟ ରହିବା ପାଇଁ ଯଦି ଆପଣ ଚିନି ବ୍ୟବହାର କରୁଥିବେ ତେବେ ତାହା ଛାଡି଼ କେବଳ ମହୁକୁ ଆପଣାନ୍ତୁ ।
ଚିନି ଛାଡ଼ି, ମହୁ ଆପଣାନ୍ତୁ
ଯଦି ଆପଣ ସବୁବେଳେ ଫିଟ୍ ଓ ସୁନ୍ଦର ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ଖାଦ୍ୟ ପାନୀୟର ଅଭ୍ୟାସରେ ସୁଧାର ଆଣିବା ଆବଶ୍ୟକ । ଯଦି ଆପଣ ପ୍ରତିଦିନ କ୍ଷୀର, ମିଲ୍ପ ସେକ, ଲସି, ଲେମ୍ୱୁପାଣି, ଚା ଓ ସର୍ବତ ଆଦି ଖାଦ୍ୟ ପାନୀୟ ରେ ଚିନି ବ୍ୟବହାର କରୁଛନ୍ତି, ତେବେ ତାହା ଠାରୁ ଦୂରରେ ରହି ମହୁ ବ୍ୟବହାର କରିପାରିବେ । ମହୁ ଚିନି ଅପେକ୍ଷା ଶରୀରକୁ ଅଧିକ ସୁସ୍ଥ ରଖେ ।
ମହୁ ବ୍ୟବହାର କଲେ କି କି ପ୍ରକାର ସୁବିଧା ମିଳେ
ମହୁ ପ୍ରତିଦିନ ସେବନ କରିବା ଦ୍ୱାରା କାମ କରିବା ପାଇଁ ଭରପୂର ଏନର୍ଜି ମିଳେ । ଶରୀର ସୁସ୍ଥ ରହେ । ଏଥି ସହ ତ୍ୱଚା ସତେଜ ରହେ । ମହୁରେ ମ୍ୟାଗନେସିୟମ, ପୋଟାସିୟମ, ସୋଡିୟମ, କ୍ୟାଲସିୟମ, ସଲଫର ଓ ଆଇରନ, କପର, ଜିଙ୍ଗ ଓ ଆୟୋଡିନ ରହିଛି । ଯାହା ଶରୀରକୁ ଏନର୍ଜି ଯୋଗାଏ ।
୧. ଚିନି ତୁଳନାରେ ମହୁ ରେ ୨୦ ପ୍ରତିଶତ କମ କ୍ୟାଲୋରୀ ରହିଛି । ଯାହାର ସେବନ ଦ୍ୱାରା ଶରୀରକୁ ଭରପୂର ଉର୍ଜା ଓ କମ ପରିମାଣର କ୍ୟାଲୋରୀ ମିଳେ । ଏହାକୁ ସବୁବେଳେ ବ୍ୟବହାର ଦ୍ୱାରା ଆପଣଙ୍କ ଶରୀର ସ୍ଲିମ ରହିବା ସହ ଫିଟ ରହିଥାଏ ।
୨. ମହୁରେ ଅନ୍ୟ ନ୍ୟୁଟ୍ରେସନ ବ୍ୟତୀତ ଜରୁରୀ ଭିଟାମିନ୍ B-2, B-5, B-6 ଓ ଭିଟାମିନ୍ C ରହିଛି ଯାହା ଆମ ଶରୀର ଇମ୍ୟୁନିଟି ଷ୍ଟଙ୍ଗ କରିବାରେ ସହାୟକ ହୁଏ ।
୩. ମହୁରେ ଥିବା Antioxidant ତ୍ୱଚାକୁ ସତେଜ ରଖେ । ଏହା ଶରୀରକୁ ଅନ୍ୟ ବେମାର ସହ କ୍ୟାନ୍ସର ସହ ଲଢିବାକୁ ଶକ୍ତି ଯୋଗାଇଥାଏ । ଏହା ସହ ମହୁ ଶରୀରରେ ଜମାଟ ବାନ୍ଧିଥିବା ହାନିକାରକ ତ୍ୱଚାକୁ ବାହାର କରିବାରେ ସହାୟକ ହୋଇଥାଏ ।
୪. ବ୍ଲଡ ପ୍ୟୁରିଫିକେସନ ପାଇଁ ମହୁ ସବୁଠାରୁ ବେଶୀ ସହାୟକ ହୋଇଥାଏ । ପ୍ରତିଦିନ ଏକ ଚାମଚ ମହୁ ମିଶାଇ ଉଷୁମ ପାଣି ପିଇବା ଦ୍ୱାରା ମେଟାବୋଲିସମ ବଢାଏ । ମହୁ ଶରୀରର ଏକ୍ସଟ୍ରା ଫ୍ୟାଟ ହ୍ରାସ କରେ । ତେଣୁ ଆପଣ ମହୁକୁ ପ୍ରତିଦିନ ପାଣିରେ ପିଇବାର ଅଭ୍ୟାସ କରନ୍ତୁ ।
୫. ମହୁ ଚିନି ତୁଳନାରେ ଅଧିକ ହଜମ କରିବାରେ ସହାୟକ କରେ ।