ଓଡ଼ିଆ ହିରୋଙ୍କୁ କୋରୋନା ଭୟ !
Advertisement

ଓଡ଼ିଆ ହିରୋଙ୍କୁ କୋରୋନା ଭୟ !

କୋରୋନାକୁ ମହାରଥୀ ଜ୍ୱାଇଁଙ୍କ ଭୟ 

ଓଡ଼ିଆ ହିରୋଙ୍କୁ କୋରୋନା ଭୟ !

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଏବେ କୋରୋନାକୁ ନେଇ ବେଶ ଭୟର ବାତାବରଣ ସୃଷ୍ଟି ହୋଇଛି । ସମଗ୍ର ବିଶ୍ୱରେ ପ୍ରାୟ ୮୦ଟି ଦେଶରେ ଏହି ଭାଇରସ ବ୍ୟାପିଛି । ସମଗ୍ର ବିଶ୍ୱରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାରୁ ଊର୍ଦ୍ଧ୍ୱ ହେଲାଣି । ସେପଟେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର କୌଣସି ପ୍ରତିଷେଧକ ବା ଔଷଧ ବାହାରି ନଥିବା ବେଳେ କେବଳ ସଚେତନ ହିଁ ସୁରକ୍ଷାର ବାଟ। 

ପୂର୍ବରୁ ଦକ୍ଷିଣ ଭାରତରେ ଭାଇରସ ଆକ୍ରାନ୍ତ ଦେଖାଦେଇଥିଲା । ଆଉ ବର୍ତ୍ତମାନ ପୂର୍ବ ଓ ଉତ୍ତର ଭାରତରେ କୋରୋନା ନିଜର ପ୍ରଭାବ ବିସ୍ତାରକରିବାରେ ଲାଗିଛି । ଓଡ଼ିଶାରେ ୩ ଜଣଙ୍କ ଆକ୍ରାନ୍ତ ଥିବା ଚର୍ଚ୍ଚା ହେଉଛି । ଆଉ ଏହି କୋରୋନା ଭୟ ଓଲିଉଡ଼ ଠାରୁ ଆରମ୍ଭ କରି ସବୁକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଫଳରେ ଓଲିଉଡ଼ର ନବବିବାହିତମାନେ ନିଜର ଆଗାମୀ କାର୍ଯ୍ୟକଳାପକୁ ମଧ୍ୟ ବାତିଲ କରିଛନ୍ତି । 

ଗତ ଫେବୃଆରୀ ମାସ ୨୮ ତାରିଖରେ ଓଲିଉଡ଼ର ହ୍ୟାଣ୍ଡସମ ହିରୋ ଅର୍ଦ୍ଧେନ୍ଦୁ ସାହୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବିବାହ କରିଥିଲେ । ନିକଟରେ ସେ ବାହାରକୁ ହନିମୁନରେ ଯିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଏହି କୋରୋନା ଭୟରେ ସେ ନିଜର ଏହି କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ସିଧାସଳଖ ମନା କରିନଥିଲେ ମଧ୍ୟ ଘରକାମ ବାହାନାରେ ଏହାକୁ ବାତିଲ କରାଯାଇଥିବା ସେ କହିଛନ୍ତି । 

ସୂଚନାଯୋଗ୍ୟ ଗତ ୨୮ ତାରିଖରେ ଅର୍ଦ୍ଧେନ୍ଦୁ ପଲ୍ଲବୀଙ୍କ ହାତ ଧରିଥିଲେ। ବେଶ ଧୁମଧାମର ସହିତ ସେ ବିବାହ କରିଥିଲେ । ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡ୍‌ରେ ବେଶ୍‌ ଧୂମ୍‌ଧାମରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବରେ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଯୋଗ ଦେଇଥିଲେ। ସେହିଭଳି ରାଜନୀତି, ବ୍ୟବସାୟ, ଅଭିନୟ ଓ ଅନ୍ୟାନ୍ୟ କ୍ଷେତ୍ରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ହାଇପ୍ରୋଫାଇଲ ମ୍ୟାରେଜ୍‌ରେ ଦେଖିବାକୁ ମିଳିଥିଲା।