ଅମିତ ମହାନ୍ତି, ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦାର ହନିପ୍ରୀତ୍ ସିଂହଙ୍କୁ ଜାମିନ ମିଳିଛି । ପଞ୍ଚକୁଲା କୋର୍ଟ ତାଙ୍କୁ ଜାମିନ ଦେବା ପରେ ସିରସା ଆଶ୍ରମ ଫେରିଛନ୍ତି ହନିପ୍ରୀତ । ସେ ଆସୁଥିବା ଜାଣି ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ଭିଡ ଜମିଥିଲା । ହନିପ୍ରୀତଙ୍କୁ ସ୍ୱାଗତ ପାଇଁ ରାସ୍ତା ଦୁଇ ପାର୍ଶ୍ୱରେ ସମର୍ଥକ ଅପେକ୍ଷା କରି ରହିଥିଲେ । ମନେ ହେଉଥିଲା, ଏବେବି ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମଙ୍କ ଉପରେ ଅନ୍ଧଭକ୍ତଙ୍କ ଅହେତୁକ ଭକ୍ତି ରହିଛି ।
ବୁଧବାର ରାତିରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମଙ୍କ ଅତି ପାଖ ଲୋକ କୁହାଯାଉଥିବା ହନିପ୍ରୀତ ସିଂହଙ୍କୁ ଜାମିନ ପ୍ରଦାନ କରିଥିଲେ ପଞ୍ଚକୁଲା କୋର୍ଟ । ଆଉ ଏ ଖବର ଜଣାପଡିବା ପରେ ସମର୍ଥକଙ୍କ ଭିତରେ ଖୁସିର ମାହୋଲ । ମଧ୍ୟରାତ୍ରୀରେ ଡେରା ସଚ୍ଚା ସୌଦା ନିକଟରେ ଜମିଥିଲା ସମର୍ଥକଙ୍କ ଭିଡ । ଆଶ୍ରମ ଫେରିଥିଲେ ହନିପ୍ରୀତ ।
Haryana: Honeypreet, close aide of Dera Sacha Sauda Chief Gurmeet Ram Rahim, reached Dera Sacha Sauda in Sirsa, earlier tonight. She was released from Ambala Central Jail last evening after being granted bail by a Panchkula Court, in connection with violence in Panchkula in 2017. pic.twitter.com/Q3YKRBvjAU
— ANI (@ANI) November 6, 2019
ଆଶ୍ରମର ଦୁଇ ଅନ୍ତେବାସୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ଗିରଫ କରାଯାଇଥିଲା । ଆଉ ଏହାପରେ ପଞ୍ଚକୁଲାରେ ହୋଇଥିଲା ହିଂସା କାଣ୍ଡ । ରାମ ରହିମଙ୍କ ଗିରଫକୁ ବିରୋଧ କରି ହିଂସାକାଣ୍ଡ ଭିଆଇଥିଲେ ସମର୍ଥକ । ପୋଡାଜଳା ଆଉ ଭଙ୍ଗାରୁଜା । ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ପଞ୍ଚକୁଲା । ଏହି ହିଂସାକାଣ୍ଡରେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । ତେବେ ହନିପ୍ରୀତ ଏ ତମାମ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ ହୋଇଥିଲା ।
ପରେ ପୋଲିସ ହନିପ୍ରୀତଙ୍କୁ ମଧ୍ୟ ଗିରଫ କରିଥିଲା । ହନିପ୍ରୀତଙ୍କ ସମେତ ୩୯ ଜଣଙ୍କୁ ଦଙ୍ଗା ମାମଲାରେ ଗିରଫ କରାଯାଇଥିଲା । ୨୦୧୭ରୁ ଆମ୍ୱାଲା ସେଣ୍ଟ୍ରାଲ ଜେଲରେ ଥିଲେ ହନିପ୍ରୀତ । ସେପଟେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ଏବେ ଜେଲରେ ଅଛନ୍ତି ।