ଅଶାନ୍ତ ହଂକଂ, ଜୋରଦାର ପ୍ରଦର୍ଶନ ଜାରି ରଖିଛନ୍ତି ବିଦ୍ୟାର୍ଥୀ
Advertisement

ଅଶାନ୍ତ ହଂକଂ, ଜୋରଦାର ପ୍ରଦର୍ଶନ ଜାରି ରଖିଛନ୍ତି ବିଦ୍ୟାର୍ଥୀ

ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଗୁଳି ଓ ପେଟ୍ରୋଲ ବମର ଜବାବ ଦେଇଛନ୍ତି ପ୍ରଦର୍ଶନକାରୀମାନେ । ଏହାସହିତ ପୋଲିସ ଉପରେ ଇଟା ମାଡ଼ ମଧ୍ୟ କରିଛନ୍ତି ପ୍ରଦର୍ଶନକାରୀ । ପୋଲିସ ପ୍ରଦର୍ଶନକାରୀଙ୍କୁ ଆୟତ୍ତ କରିବା ପାଇଁ ନାକେଦମ ହୋଇଛି ।

 

ଅଶାନ୍ତ ହଂକଂ, ଜୋରଦାର ପ୍ରଦର୍ଶନ ଜାରି ରଖିଛନ୍ତି ବିଦ୍ୟାର୍ଥୀ

ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ହଂକଂରେ ପ୍ରଦର୍ଶନକାରୀଙ୍କୁ ଆୟତ୍ତ କରିବା ପୋଲିସ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି । ପୋଲିସ ରବର ଗୁଳି ଚଳାଇବା ସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରୁଛନ୍ତି । କିନ୍ତୁ ପ୍ରଦର୍ଶନକାରୀ କୌଣସି ମଧ୍ୟ ଉପାୟରେ ପଛକୁ ହଟିବା ପାଇଁ ପ୍ରସ୍ତୁତ ନୁହଁ ।

ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଗୁଳି ଓ ପେଟ୍ରୋଲ ବମର ଜବାବ ଦେଇଛନ୍ତି ପ୍ରଦର୍ଶନକାରୀମାନେ । ଏହାସହିତ ପୋଲିସ ଉପରେ ଇଟା ମାଡ଼ ମଧ୍ୟ କରିଛନ୍ତି ପ୍ରଦର୍ଶନକାରୀ । ପୋଲିସ ପ୍ରଦର୍ଶନକାରୀଙ୍କୁ ଆୟତ୍ତ କରିବା ପାଇଁ ନାକେଦମ ହୋଇଛି ।

ହଂକଂରେ ଏବେ ସମସ୍ତଙ୍କ ନଜର ଗୋଟିଏ ବିଶ୍ୱ ବିଦ୍ୟାଳୟ ଉପରେ ରହିଛି । ଯେଉଁଠାରେ ଆନ୍ଦୋଳନକାରୀ ଲୁଚି ରହିଛନ୍ତି । ପ୍ରାୟ ୨ ଶହ ଲୋକଙ୍କୁ ପୋଲିସ ବାହାର କରିବାରେ ସଫଳ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଲୋକମାନେ ଏକ ସୁଡଙ୍ଗ ମାଧ୍ୟମରେ ବାହରକୁ ବାହାରୁଛନ୍ତି ।

ସରକାରଙ୍କ ବିରୋଧରେ ରାଲିଥିବା ଉଗ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହାସହିତ ସ୍ଥାନୀୟ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।