ଲକଡାଉନ ସମୟରେ କେମିତି କଟିବ ଗୁରୁବାର...
Advertisement

ଲକଡାଉନ ସମୟରେ କେମିତି କଟିବ ଗୁରୁବାର...

କେମିତି କଟିବ ଗୁରୁବାର

ଲକଡାଉନ ସମୟରେ କେମିତି କଟିବ ଗୁରୁବାର...

ମେଷ- ସୁସମ୍ବାଦ ପ୍ରାପ୍ତ ହେବ । ଶରୀର ଆରୋଗ୍ୟ ରହିବ । ସନ୍ତାନ ସନ୍ତତିଙ୍କ କୃତିତ୍ୱରେ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ବ୍ୟବସାୟର ଅଭିବୃଦ୍ଧି ହେବ ।

ବୃଷ- ଦେହ ଓ ମନ ଭଲ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ହଠାତ ଧନ ଆଗମନର ସୂଚନା ରହୁଛି । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟବସାୟ ଆଶାନୁରୂପକ ହେବ ।

ମିଥୁନ- ଶରୀର ସୁସ୍ଥ ରହିବ । କାର୍ଯ୍ୟାଳୟରେ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ଆୟରେ ଅଭିବୃଦ୍ଧି ଦେଖାଦେବ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ ।

କର୍କଟ- ମାନସିକ ଶାନ୍ତି ବଜାୟ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ନିର୍ବାହ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ଆୟ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ।

ସିଂହ- ସ୍ୱାସ୍ଥ୍ୟ ସଚେତନ ହେବେ । କର୍ତ୍ତବ୍ୟ ନିଷ୍ଠ ହେବେ । କାର୍ଯ୍ୟାଳୟରେ ଦାୟିତ୍ୱ ଭାର ବୃଦ୍ଧି ପାଇବ । ସହକର୍ମୀଙ୍କ ସହଯୋଗ ପାଇବେ । ଧନ ପ୍ରାପ୍ତି ହେବ । ସନ୍ତାନଙ୍କ କୃତିତ୍ୱ ମନରେ ଖୁସି ଆଣି ଦେବ ।

କନ୍ୟା- ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ସମୟାନୁବର୍ତ୍ତୀ ହେବେ । ହଠାତ କୌଣସି ଖୁସିଖବର ପାଇ ଆନନ୍ଦିତ ହେବେ । ପୁଞ୍ଜି ନିବେଶ ପାଇଁ ଦିନଟି ଅନୁକୂଳ । ପଡୋଶୀଙ୍କ ସହ ସମ୍ପର୍କ ମଜଭୁତ ହେବ

ତୁଳା- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ କର୍ମଚାପ ରହିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟ ସ୍ୱଳ୍ପଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ଜଞ୍ଜାଳ ବୃଦ୍ଧି ପାଇବ ।

ବିଛା- କର୍ମ ତତ୍ପରତା ଦେଖାଦେବ । ମନ ପ୍ରସନ୍ନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆୟବ୍ୟୟ ସମାନ ରହିବ । ବ୍ୟବସାୟରେ ଆଖିଦୃଶିଆ ଲାଭ ମିଳିବ ।

ଧନୁ- ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।

ମକର- ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ଅଟେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ ସମ୍ପାଦନ କରିବେ । ଆୟ ବୃଦ୍ଧି ପାଇବ । ବ୍ୟବସାୟିକ ଦୃଷ୍ଟିିକୋଣରୁ ଦିନଟି ଶୁଭପ୍ରଦ ଅଟେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ।

କୁମ୍ଭ- ସ୍ୱାସ୍ଥ୍ୟଗତ ସମସ୍ୟା ଚିନ୍ତାର କାରଣ ହେବ । ଚିଡିଚିଡା ସ୍ୱଭାବର ହେବେ । ଆୟ ଆଶାନୁରୂପକ ହେବ । ବ୍ୟବସାୟରେ ଅଭିବୃଦ୍ଧି ହେବ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।

ମୀନ- ଦିନଟି ଆପଣଙ୍କ ପାଇଁ ଅନୁକୂଳ ଅଟେ । ଦେହ ଓ ମନ ଭଲ ରହିବ । ଆୟ ଆଶାନୁରୂପ ହେବ । କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ ।