close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ହସ୍ପିଟାଲ କର୍ମଚାରୀଙ୍କୁ ଘାରିଛି ପାଣ୍ଡିଆନ ଭୟ

 ପାଣ୍ଡିାନଙ୍କ ଭୟରେ କେଉଁଠି ଚାଲିଛି ସଫେଇ କାମ ତ ଆଉ କେଉଁଠି ଚାଲିଛି ରଙ୍ଗ ଲଗା କାମ 

ହସ୍ପିଟାଲ କର୍ମଚାରୀଙ୍କୁ ଘାରିଛି ପାଣ୍ଡିଆନ ଭୟ

ସରୋଜ ବେହେରା, ଭୁବନେଶ୍ୱର: କେଉଁଠି ସଫେଇ କାମ ତ ଆଉ କେଉଁଠି ଚାଲିଛି ରଙ୍ଗ ଲଗା କାମ । କେଉଁଠି ଫ୍ୟାନ ସଫା କାମ ଚାଲିଛି ତ ଆଉ କେଉଁଠି ଚାଲିଛି ଫ୍ଲୋର ସଫେଇ । ଗତ କିଛି ବର୍ଷ ହେବ ସଫେଇ ହୋଇନଥିବା କ୍ୟାପିଟାଲ ହସ୍ପିଟାଲର ଏହା ହେଉଛି ଶୁକ୍ରବାରର ଦୃଶ୍ୟ । ସମୟ ସକାଳ ପ୍ରାୟ 10ଟା । ହସ୍ପିଟାଲରେ କର୍ମଚାରୀ ଲାଗି ପଡିଛନ୍ତି ସଫେଇ କାମରେ । ଡାକ୍ତରମାନେ ମଧ୍ୟ ସମୟ ପୂର୍ବରୁ ପହଂଚି ଯାଇଛନ୍ତି ହସ୍ପିଟାଲରେ । ଘଟଣା ବୁଝୁ ବୁଝୁ ଜଣାପଡିଲା, ହସ୍ପିଟାଲ ପରିଦର୍ଶନରେ ଆସି ପାରନ୍ତି ହସ୍ପିଟାଲର  5Tସଚିବ, ସ୍ୱାସ୍ଥ୍ୟ ସଚିବ ତଥା ଅନ୍ୟାନ୍ୟ ଅଧିକାରୀ । ଏଥିପାଇଁ  ଦୁଇ ଦିନ ହେବ ହସ୍ପିଟାଲ କର୍ତ୍ତୃପକ୍ଷ ଲାଗି ପଡିଛନ୍ତି ରୋଗୀଙ୍କୁ ସେବା ଯୋଗାଇ ଦେବାରେ । ହେଲେ ଯାହା ବର୍ଷ ବର୍ଷ ଧରି କରିପାରିନାହାନ୍ତି ତାହା ଗୋଟାଏ ଦିନରେ କିଭଳି ହୋଇପାରିବ ତାହାକୁ ନେଇ ଚିନ୍ତାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ । ଲୋକେ ଏବେ ବି ହସ୍ପିଟାଲ ଆସିବା ପରେ ହାଇରାଣ ହେଉଥିବା ଲୋକେ କହିଛନ୍ତି । କିଛି ଦିନ ତଳେ ହସ୍ପିଟାଲ ବାରଣ୍ଡାରେ ମହିଳା ଜଣେ ଶିଶୁ ପୁତ୍ର ଜନ୍ମ କରିବା ପରେ ହସ୍ପିଟାଲ ନିର୍ଦ୍ଦେଶକ ଚାରିଆାଡ଼େ ବୁଲି ବୁଲି ରୋଗୀଙ୍କ ସ୍ୱାସ୍ଥ୍ୟ ଓ ସେବା କଥା ପଚାରି ବୁଝିଥିଲେ ।

ହେଲେ ଶୁକ୍ରବାର ରୋଗୀଙ୍କ ଅଭିଯୋଗ କଥା ଓ ଚାଲିଥିବା ରଙ୍ଗକାମ ଅସଲ କଥାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା । କିଛି ଦିନ ତଳେସୁନ୍ଦରଗଡ଼ରେ ସିଡିଏମଓଙ୍କୁ ନିଲମ୍ବନ ପରେ ଏବେ ଡାକ୍ତରଙ୍କ ମଧ୍ୟରେ ଘାରିଛି ମୋ ସରକାର ଭୟ । ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି ସବୁ ଠିକ ଅଛି । ସ୍ୱାସ୍ଥ୍ୟ ସଚିବ ଓ 5T ଅଧିକାରୀ ବର୍ତ୍ତମାନ ବିଭିନ୍ନ ଜିଲ୍ଲା ବୁଲିବା ସହ ସେଠାରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଚାଲିଛନ୍ତି । ଯେ କୌଣସି ଲୋକଙ୍କ ଅବହେଳା ଦେଖା ଯାଉଛି ସୋମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏଭଳି ପରିସ୍ଥିତିରେ ଅଧିକାରୀମାନେ କ୍ୟାପିଟାଲ ହସ୍ପିଟାଲ ଆସି ତଦାରଖ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।