Advertisement
Article Detail0/zeeodisha/odisha665773
Zee OdishaOther Newsତ୍ରାହି ଡାକୁଛି ବିଶ୍ୱ, ମୁନାଫା କମାଇବା ଚକ୍କରରେ ଚୀନ...

ତ୍ରାହି ଡାକୁଛି ବିଶ୍ୱ, ମୁନାଫା କମାଇବା ଚକ୍କରରେ ଚୀନ...

ପ୍ରଥମେ ସମଗ୍ର ବିଶ୍ୱରେ କୋରୋନା ଛାଡ଼ିଲା...ଆଉ ଏବେ ଆର୍ଥିକ ମାନ୍ଦାବସ୍ଥାର ଫାଇଦା ନେବାକୁ ଉଦ୍ୟମ...ତ୍ରାହି ଡାକୁଛନ୍ତି ୟୁରୋପୀୟ ଦେଶ, ମୁନାଫା କମାଇବା ଚକ୍କରର ଚାଇନିଜ କମ୍ପାନୀ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ଯୋଗୁ ବିଶ୍ୱ ଅର୍ଥନୀତି ଅବସାଦର ଛାଇରେ ଅଛି, କିନ୍ତୁ ଏପରି ଏକ ଦେଶ ଅଛି ଯାହା ଏହାର ଫାଇଦା ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହି ଦେଶ ଆଉ ଅନ୍ୟ କେହି ନୁହେଁ, ଚୀନ୍ । କୋରୋନା ଭାଇରସ୍ କାରଣରୁ ବିଶ୍ୱ ଅର୍ଥ ବ୍ୟବସ୍ଥାର ପାଖାପାଖି ୩ଶହ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଆଗକୁ ଏହା ଆହୁରି ବଢ଼ିପାରେ । ତେବେ ଆଜି ଆମେ ଆପଣଙ୍କୁ କହିବୁ, ଚୀନ୍ କିପରି ବର୍ତ୍ତମାନ ମୌକା ଦେଖି ଛକା ମାରିବାକୁ ଉଦ୍ୟମ କରୁଛି। କୁହାଯାଏ, ଭବିଷ୍ୟତର ଦର୍ପଣ ପରି ଇତିହାସ କାର୍ଯ୍ୟ କରେ । ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଆଧାର କରି ଆମେ ବିଶ୍ୱର ଭବିଷ୍ୟତ ଚିତ୍ର ସମ୍ପର୍କରେ ଆଲୋଚନା କରିବା । 

ଯିଏ ଦିନେ ସମଗ୍ର ବିଶ୍ୱକୁ କୋରୋନାର କାୟା ବିସ୍ତାର କରାଇଛି, ସେହି ଦେଶ ଏବେ ସମଗ୍ର ବିଶ୍ୱ ଅର୍ଥନୀତିକୁ ନିଜ ହାତମୁଠାରେ ରଖିବାକୁ ଉଦ୍ୟମ କରୁଛି ! ଯେତେବେଳେ ବିଶ୍ୱର ବହୁ ଶକ୍ତିଶାଳୀ ରାଷ୍ଟ୍ର କୋରୋନା ମୁକାବିଲା କ୍ଷେତ୍ରରେ ତ୍ରାହି ଡାକୁଛନ୍ତି, ଠିକ୍ ସେହି ସମୟରେ ଏହାର ଫାଇଦା ନେବାକୁ ଉଦ୍ୟମ କରୁଛି ଚୀନ । ଏବେ ଏହି ଦେଶ ଏଭଳି ଯୋଜନା କରୁଛି, ଆଗକୁ ଯେପରି ବିଶ୍ୱ ଅର୍ଥନୀତିକୁ ନିଜ ହାତମୁଠାରେ ରଖିବାକୁ ସକ୍ଷମ ହେବ । ଏକଥା ଆପଣଙ୍କୁ ଭୟଭୀତ କରିପାରେ, କିନ୍ତୁ ଆଜି ତଥ୍ୟର ସହ ଆମେ ଏହାର ଯୁକ୍ତି ଉପସ୍ଥାପନ କରିବୁ ।  ତେବେ ଏହା ପୂର୍ବରୁ ଆମକୁ ଇତିହାସ ଉପରେ ଟିକେ ନଜର ପକାଇବାକୁ ପଡ଼ିବ । 

Sparta ଓ Athens ମଧ୍ୟରେ ଯୁଦ୍ଧ

Add Zee News as a Preferred Source

ଆଜିକୁ ପ୍ରାୟ ୬ ହଜାର ବର୍ଷ ପୂର୍ବ ଗ୍ରୀସର Athens ୟୁରୋପର ଏକ ଶକ୍ତିଶାଳୀ କେନ୍ଦ୍ର ଥିଲା । ଆର୍ଥାତ ସେହି ସମୟରେ ଏହା ଆଞ୍ଚଳିକ ସୁପର ପାୱାର ରହିଥିଲା । କିନ୍ତୁ ଖ୍ରୀଷ୍ଟପୂର୍ବ ୪୩୦ରେ ଏଥେନ୍ସରେ ଏକ ମହାମାରୀ ବ୍ୟାପିଗଲା ଏବଂ ଏଥିରେ ଏଥେନ୍ସ ରାଜ୍ୟର ପ୍ରାୟ 25 ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥିଲା ।  ତେବେ ଏହାର କିଛି ଦିନ ମଧ୍ୟରେ ଅନ୍ୟ ଏକ ଶକ୍ତିଶାଳୀ ରାଜ୍ୟ ସ୍ପାର୍ଟା,  ଏଥେନ୍ସକୁ ଚ୍ୟାଲେଞ୍ଜ କରିବାକୁ ଲାଗିଲା । ମହାମାରୀ ଯୋଗୁଁ ଏଥେନ୍ସର ଅର୍ଥନୀତି ଏବଂ ସେନା ଭାଙ୍ଗି ପଡିଥିଲା । ଯେତେବେଳେ ସ୍ପାର୍ଟା ଏବଂ ଏଥେନ୍ସ ମଧ୍ୟରେ ଯୁଦ୍ଧ ହୋଇଥିଲା, ସେତେବେଳେ ଏଥେନ୍ସକୁ ହରାଇ ସ୍ପାର୍ଟା ଏକ ନୂତନ ଶକ୍ତି ଭାବରେ ଉଭା ହୋଇଥିଲା । 

ଏହି ଯୁଦ୍ଧର କାହାଣୀ, Thucy-dides , ତାଙ୍କ ପୁସ୍ତକ History of the Pelopo-nnesianରେ ଲେଖିଥିଲେ । ଏଥିରେ ସେ ଲେଖିଛନ୍ତି, ଯେତେବେଳେ ଗୋଟିଏ ସୁପର ପାୱାର ସାମ୍ନାରେ ଅନ୍ୟ ଏକ ଶକ୍ତି ଉତ୍ପନ୍ନ ହେବାକୁ ଲାଗେ, ସେତେବେଳେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୁଏ । ଏହା Thucy-dides Trap ଭାବେ ପରିଚିତ । 

ବର୍ତ୍ତମାନର ସ୍ଥିତି

ଏବେ ବିଶ୍ୱକୁ ଏପରି ଏକ ମହାମାରୀ ଆସିଛି । ୟୁରୋପ ମହାଦେଶର ତ ଏହାର ପ୍ରଚଣ୍ଡ ପ୍ରଭାବ ଦେଖିବାକୁ ମିଳୁଛି । ୟୁରୋପର ଶକ୍ତିଶାଳୀ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ଚୀନ୍ ସ୍ପାର୍ଟା ଭଳି ସୁଯୋଗ ଖୋଜୁଛି । କିନ୍ତୁ ଏଥିପାଇଁ ଚୀନ୍ ସାମରିକ ଯୁଦ୍ଧ ନୁହେଁ, ଏକ ଅର୍ଥନୈତିକ  ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ବିନା ଗୁଳିରେ ବିଶ୍ୱର ବହୁ ଶକ୍ତିଶାଳୀ ଦେଶଗୁଡ଼ିକୁ ଆଣ୍ଠେଇଦେବା ଚକ୍କରରେ ଅଛି ଚୀନ । 

ବର୍ତ୍ତମାନ ଆମେ ଆପଣଙ୍କୁ ଚୀନ୍‌ର ଏହି ଯୋଜନା ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଚିନ୍ତାରେ ପକାଇପାରେ । କାରଣ ଚୀନ୍ ବର୍ତ୍ତମାନ ବିଶ୍ୱର ଅନେକ ଧନୀଦେଶର ଅର୍ଥ ବ୍ୟବସ୍ଥାକୁ ନିଜେ କିପରି ନିୟନ୍ତ୍ରଣ କରିବ, ସେନେଇ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି । ଉଦାହରଣ ସ୍ୱରୂପ, ସ୍ପେନ ଏବଂ ଇଟାଲୀ ଭଳି ଦେଶରେ କରୋନା ଜୀବାଣୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି, ଏହି ଜୀବାଣୁ ଭୟ ମଧ୍ୟରେ ଚୀନ୍ ଲାଭ ଖୋଜିବା ଆରମ୍ଭ କରିଛି । ଏହି ଦେଶଗୁଡିକରେ ବହୁ ପରିମାଣର ଚିକିତ୍ସା ଉପକରଣ, ମାସ୍କ ଏବଂ ଭେଣ୍ଟିଲେଟର ବିକ୍ରୟ କରି ଚୀନ୍ ତ ଲାଭ ପାଉଛି । ତେବେ ଆଗକୁ ଚୀନ ଯେଉଁ ଯୋଜନା ପ୍ରସ୍ତୁତ କରୁଛି, ତାହା ଆପଣଙ୍କୁ ମଧ୍ୟ ଚିନ୍ତାରେ ପକାଇଦେବ । 

ଏମିତି ରହିଛି ଚୀନର ଯୋଜନା

ବ୍ୟବସାୟ କରିବା ଭୁଲ୍ ନୁହେଁ, କିନ୍ତୁ ପ୍ରଶ୍ନ ଚୀନ୍‌ର ଉଦ୍ଦେଶ୍ୟ ଉପରେ ରହିଛି । ଯେତେବେଳେ ସମଗ୍ର ବିଶ୍ୱ କୋରୋନା ଭାଇରସକୁ ନେଇ ତ୍ରାହି ଡାକୁଛି, ସେତେବେଳେ ଚୀନ ଏହାର ଫାଇଦା ନେବାକୁ ଅଣ୍ଟା ଭିଡ଼ିଛି । ଆଉ ଚୀନର ଟାର୍ଗେଟରେ ଏବେ ୟୁରୋପର ବିଭିନ୍ନ ଦେଶ ରହିଛି । କିଲର କୋରୋନା ଯୋଗୁଁ ବହୁ ୟୁରୋପୀୟ କମ୍ପାନୀ ଏବେ କ୍ଷତିରେ ଚାଲୁଛନ୍ତି । ୟୁରୋପୀୟ ଦେଶ ଗୁଡ଼ିକର ଅର୍ଥ ବ୍ୟବସ୍ଥା ମଧ୍ୟ ବିଗିଡିବାକୁ ବସିଲାଣି । ତେଣୁ ମୌକା ଦେଖି ଛକା ମାରିବାକୁ ଚାହୁଁଛି ଚୀନ । ଅର୍ଥାତ, କ୍ଷତିରେ ଚାଲୁଥିବା ୟୁରୋପୀୟ କମ୍ପାନୀକୁ କିଣିବା ପାଇଁ ଚୀନ ଚେଷ୍ଠା କରୁଛି । 

କେତେକ ଅନ୍ତର୍ଜାତୀୟ ରିପୋର୍ଟ ମୁତାବକ, ୟୁରୋପୀୟ ଦେଶଗୁଡ଼ିକର ବଡ଼ ବଡ଼ Global Bankerଙ୍କ ପାଖକୁ ଏନେଇ ବହୁତ ଅନୁରୋଧ ଆସୁଛି । ଯେଉଁଥିରେ କମ୍ପାନୀ ଗୁଡ଼ିକର ଦାମ୍ ପଚରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ କ୍ଷେତ୍ରରେ ଚାଇନାର କମ୍ପାନୀଗୁଡିକ ଦ୍ୱାରା ସର୍ବାଧିକ ଅନୁସନ୍ଧାନ କରାଯାଉଛି । ଚାଇନା କମ୍ପାନୀଗୁଡିକ ମଧ୍ୟ ଅଷ୍ଟ୍ରେଲିଆରେ ଏକ ବଡ଼ ଧରଣର ବିନିଯୋଗ କରିବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ଏହି ଦେଶଗୁଡିକର ଭୟ ଏହା ଯେ, ଚାଇନାର କମ୍ପାନୀଗୁଡିକ ପରିସ୍ଥିତିର ଫାଇଦା ଉଠାଇବେ । କୋରୋନା ଭାଇରସ୍ ଯୋଗୁଁ କ୍ଷତିରେ ଚାଲୁଥିବା କମ୍ପାନୀଗୁଡ଼ିକୁ ଶାଗ-ମାଛ ଦରରେ କିଣିବା ପାଇଁ ଉଦ୍ୟମ କରିବେ । 

About the Author