ହାଇ ହିଲ୍ ପିନ୍ଧୁଛନ୍ତି କି ? ଦେଖାଦେଇପାରେ ଏସବୁ ସମସ୍ୟା

 ଷ୍ଟାଇଲିସ୍ ଏବଂ ଗ୍ଲାମରିଅସ୍ ଦେଖାଯିବା ପାଇଁ  ଅଧିକାଂଶ ମହିଳା ହାଇ ହିଲ୍ ପିନ୍ଧିଥାନ୍ତି । 

ହାଇ ହିଲ୍  ପିନ୍ଧୁଛନ୍ତି କି ? ଦେଖାଦେଇପାରେ ଏସବୁ ସମସ୍ୟା

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ଅଧିକାଂଶ ମହିଳା ହାଇ ହିଲ୍ ପିନ୍ଧିବାକୁ ଭଲ ପାଆନ୍ତି । ଷ୍ଟାଇଲିସ୍ ଏବଂ ଗ୍ଲାମରିଅସ୍ ଦେଖାଯିବା ପାଇଁ  ଅଧିକାଂଶ ମହିଳା ହାଇ ହିଲ୍ ପିନ୍ଧିଥାନ୍ତି । କିନ୍ତୁ  ଏହା ଆମ ଶରୀରର ଅନେକ ଅଙ୍ଗରେ କୁପ୍ରଭାବ ପକାଇଥାଏ । ତେବେ ଆସନ୍ତୁ  ଜାଣିବା ହାଇ ହିଲ୍ ପିନ୍ଧିବା ଦ୍ୱାରା ଶରୀର ଉପରେ କେଉଁ  ସବୁ କ୍ଷତି ପହଞ୍ଚିଥାଏ ।

- ଅଷ୍ଟିଓ ଆର୍ଥ୍ରାଇଟିସ୍ ଏକ ପ୍ରକାର ଗଣ୍ଠିବାତ ଜନିତ ରୋଗ ଅଟେ । ଶରୀରର ଗଣ୍ଠିକୁ ଯୋଡ଼ୁଥିବା ଟିସୁ ଗୁଡ଼ିକ ଫୁଲିଯିବା ଦ୍ୱାରା ଏହି ରୋଗ ଉପୁଜିଥାଏ ।  ବିଶେଷଜ୍ଞଙ୍କ ମତ ଅନୁଯାଇ ହାଇ ହିଲ ପିନ୍ଧିବା ଦ୍ୱାରା  ଗଣ୍ଠି ଓ ଗୋଇଠି ଉପରେ ଅଧିକ ପ୍ରେସର ପଡ଼ିଥାଏ । ଆଉ ନିୟମିତ ହାଇହିଲ ପିନ୍ଧିବା ଦ୍ୱାରା ଅଷ୍ଟିଓ ଆର୍ଥ୍ରାଇଟିସ୍  ବଢିଥାଏ ।

- ହାଇହିଲ ପିନ୍ଧିବା ଦ୍ୱାରା କେବଳ ଆଣ୍ଠୁଗଣ୍ଠି ଓ ଗୋଇଠି ଉପରେ ପ୍ରଭାବ ପଡ଼ିନଥାଏ । ଏହାସହ ଅଣ୍ଟା ଓ ପିଠି ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ, ଅଣ୍ଟା ପିଠିର ଦରଜ ବଢ଼ିଯାଇଥାଏ । ହାଇହିଲ ପିନ୍ଧିବା ଦ୍ୱାରା ପିଠି ଉପରେ ପ୍ରଭାବ ପଡ଼ିଥାଏ ।  

-  ଅଧିକ ସମୟ ହାଇହିଲ ପିନ୍ଧିବା ଦ୍ୱାରା ଜଙ୍ଘର ମାଂସପେଶୀରେ ରେ ଯନ୍ତ୍ରଣା ହୋଇଥାଏ ।  ଯାହାଫଳରେ ସାଇଟିକା ଭଳି ମାରାତ୍ମକ ରୋଗର ବୃଦ୍ଧି ହେବାର ସମ୍ଭାବନା ଥାଏ ।  

ନିୟମିତ ହାଇହିଲ ପିନ୍ଧିବା ଦ୍ୱାରା ବେକର ପଛଭାଗରେ ଯନ୍ତ୍ରଣା ହୋଇଥଆଏ ।  ହାଇହିଲ ପିନ୍ଧିବା ଦ୍ୱାରା ଶରୀରର ସନ୍ତୁଳନ ବିଗିଡ଼ି ଯାଏ ଏବଂ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ ।  

 - ଖାଲି ଏତିକି ନୁହେଁ ବେଳେ ବେଳେ ଅଧିକାଂଶ ମହିଳା ଷ୍ଟାଇଲିସ  ଲୁକ  ପାଇଁ ହାଇହିଲ ପିନ୍ଧିଥାନ୍ତି । କିନ୍ତୁ ସଠିକ ଭାବେ କ୍ୟାରୀ  କରିପାରନ୍ତି ନାହିଁ, ଯାହା ଫଳରେ ପଡ଼ିଯାଆନ୍ତି ।  ଆଉ ଗୋଡ଼ ମକଚିଯିବା  ଭଳି ସମସ୍ୟାରେ ପଡ଼ିଥାନ୍ତି ।

Tags: