ଆଉ କେତେ ଦିନ? 'We want Justice'

ବର୍ତ୍ତମାନ ସାରା ଦେଶରେ ଆକ୍ରୋଶ, ଆଖିରେ ଲୁହ ଏବଂ ମନରେ ଡର

ଆଉ କେତେ ଦିନ? 'We want Justice'
ସୌଜନ୍ୟ: ସୋସିଆଲ ମିଡିଆ

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ଆକ୍ରୋଶ, ଆଖିରେ ଲୁହ ଏବଂ ମନରେ ଡର l ଏ ସବୁ ଆକ୍ରୋଶ ଦେଶରେ ଖସି ଯାଉଥିବା GDP କୁ ନେଇ ନୁହେଁ, ରାଜନୀତି କିମ୍ବା ବେକାରୀ ସମସ୍ୟାକୁ ନେଇ ବି ନୁହେଁ, କି ଟ୍ରାଫିକ୍ ନିୟମ କି ପିଆଜ ଦର ବୃଦ୍ଧିକୁ ମଧ୍ୟ ନେଇ ନୁହଁ l ଏ  ଆକ୍ରୋଶ ଏମିତି ଏକ କୁତ୍ସିତ ମାନସିକତାକୁ ନେଇ ଯାହାକୁ ଆମ ସଭ୍ୟ ସାମାଜ ନା ଦେଇଛି ବଳାତ୍କାର, ସରକାର ନା ଦେଇଛନ୍ତି ଦୁଷ୍କର୍ମ । ଆଉ ଇଂରାଜୀରେ ଯାହାକୁ କୁହାଯାଏ  'RAPE'। ଏ ଜଘନ୍ୟ କାଣ୍ଡ ସବୁଦିନ ଆମ ଦେଶର କୋଣ ଅନୁକୋଣରେ କେଉଁଠି ନାଁ କେଉଁଠି ଘଟିଥାଏ l କିଛି ଘଟଣା ସାମ୍ନାକୁ ଆସୁଛି, କିଛି ଚପି ଯାଉଚି ଆଉ କିଛି ଚାପି ଦିଆଯାଉଛି l ସବୁଦିନ ଜଣେ ନିର୍ଭୟା ସେହି ଅସହ୍ୟ କଷ୍ଟ ସହୁଛନ୍ତି । ସେହି ରାକ୍ଷସଙ୍କର ଶିକାର ହେଉଛି l କେତେ କାହାର ଉଦାହରଣ ଦେବୁ । ଦିଲ୍ଲୀ, ହାଇଦ୍ରାବାଦ, ରାଞ୍ଚି ଓ ଓଡ଼ିଶା l ସବୁ ଏ ଦେଶର ଝିଅ ସଇତାନଙ୍କ ଶିକାର ହେଉଛନ୍ତି । ଆମ ଶିକ୍ଷିତ ସାମାଜରେ ସେଇ ଭଦ୍ର ମୁଖା ପିନ୍ଧି ବୁଲୁଥିବା ସେଇ ସଇତାନ୍ ମାନେ କଣ କେବେ ବି ସୁଧୁରିବେ ନାହିଁ! । Na ଏମିତି କାଣ୍ଡ ଘଟି ଚାଲିଥିବ ଆଉ ଆମେ ପ୍ରତିବାଦ କରି ଚାଲିଥିବୁ l ଆଉ ଆମେ ସେଇ ଚିରାଚରିତ ଢଙ୍ଗରେ ପ୍ରତିବାଦ କରିଚାଲିଥିବା । ଏଇ ଯେମିତି ରାଲି, ମହମବତୀ ଧରି ଶୋକ ପ୍ରକାଶ, ଆଉ ନାରାବାଜି ଦେଉଥିବା । ଆଉ ତଣ୍ଟି ଫଟେଇ ଚିତ୍କାର କରୁଥିବା 'We want Justice'। 'We want Justice' l ଆପଣ ମାନେ ବି ବାସ୍ତବତା ଜାଣିଛନ୍ତି ଆଉ ମୁଁ ବି ଜାଣିଛି lକେବଳ ପ୍ରଶ୍ନ ଉଠିବ, ସଡ଼କରୁ ସଂସଦ ଯାଏଁ ହୋହାଲ୍ଲା ହେବ, ପ୍ରତିଶ୍ରୁତି ମିଳିବ, କିନ୍ତୁ ଆମ କାନ ଯେଉଁ ଉତ୍ତର ଶୁଣିବାକୁ ଚାହୁଁଚି । ତାହା ମିଳିବନି l ଏହାରି ଭିତରେ ଦିନ ଗଡ଼ିଯିବ, ଆଉ ମୁଁ ଆପଣ ଆମେ ସମସ୍ତେ ମିଳିମିଶି ଭୁଲିଯିବା l ଆଉ ଅପେକ୍ଷା କରିବା ଆଉ ଜଣେ ନିର୍ଭୟାକୁ ।

ଆଉ କେତେ ଦିନ 'We want Justice' ଚିତ୍କାର ଶୁଣିବାକୁ ମିଳିବ ।