close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଫୁସଫୁସ୍ ଗୋଲାପୀରୁ କଳା ହେଉଛି, ମୃତ୍ୟୁ ପାଖେଇ ପାଖେଇ ଆସୁଛି...

ଜନ୍ମରୁ ଶିଶୁ ପ୍ରତିଦିନ ୨୫ଟି ସିଗାରେଟ ଟାଣିବାର ଅଭ୍ୟାସ କରୁଛି

ଫୁସଫୁସ୍ ଗୋଲାପୀରୁ କଳା ହେଉଛି, ମୃତ୍ୟୁ ପାଖେଇ ପାଖେଇ ଆସୁଛି...
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ବାହାରକୁ ବାହାରିଲେ ଆଖି ପୋଡୁଛି, ତଣ୍ଟି ଜଳୁଛି । ନିଶ୍ୱାସ ନେଲେ ମୃତ୍ୟୁ ପାଖେଇ ଆସୁଥିବା ଅନୁଭବ ହେଉଛି । ଏସବୁ ପରିସ୍ଥିତି ଦେଇ ଏବେ ଗତି କରୁଛି ରାଜଧାନୀ ଦିଲ୍ଲୀ । ପ୍ରତିଦିନ ଲୋକେ ପ୍ରଦୂଷଣ ଖବର ଦେଖି ଓ ଶୁଣି ଶୁଣି ବିରକ୍ତ ମଧ୍ୟ ହୋଇ ଗଲେଣି । ସମସ୍ତଙ୍କୁ ବିପଦ ଅନୁଭୂତ ହେଉଛି ମାତ୍ର ପଦକ୍ଷେପ ନେବାକୁ ବୋଧେ ବିବେକ ବାଧା ଦେଉଛି । ବର୍ତ୍ତମାନ ଯେଉଁପରି ସ୍ଥିତି ଦେଇ ଦିଲ୍ଲୀର ସମୟ ବିତୁଛି ତାହାର ସତ ଆକଳନ କଲେ ସମାଜ ସ୍ତବ୍ଧ ହୋଇ ରହିଯିବ ।

ଜନ୍ମିତ ଶିଶୁ ଜନ୍ମ ହେଲା ଦିନରୁ ୨୫ଟି ସିଗାରେଟ ଟାଣିବାର ଅଭ୍ୟାସ କରୁଛି । ଏ କଥା ଶୁଣି ଚକିତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଆମେ ହିଁ ଜନ୍ମିତ ଶିଶୁଙ୍କୁ ଛୋଟବେଳୁ ସିଗାରେଟ ଟାଣିବାକୁ ବାଧ୍ୟ କରୁଛୁ । ବିଶିଷ୍ଚ ଫୁସଫୁସ ସର୍ଜନ ତଥା ଫୁସଫୁସ କେୟାରର ନିର୍ମାତା ଡାକ୍ତର ଅରବିନ୍ଦ କୁମାର FITକୁ କହିଛନ୍ତି କି ସେ  ୧୯୮୮ ମସିହାରୁ ସୁସ୍ଥ ଫୁସଫୁସ ଯୋଡ଼ି ପାଇ ନାହାନ୍ତି । ତାଙ୍କ କହିବା ଅନୁସାରେ ...

ମୋର ମନେ ମଧ୍ୟ ନାହିଁ ମୁଁ ଶେଷ ଥର ପାଇଁ କେବେ ଅପରେସନ କକ୍ଷରେ ଗୋଲାପୀ ରଙ୍ଗର ଅର୍ଥାତ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଫୁସଫୁସ ଦେଖିଥିଲି । ଆସ୍ଥମା ହେବା, ନିମୋନିଆର ଶିକାର ହେବା ତଥା ବିଭିନ୍ନ ପ୍ରକାର ଫୁସଫୁସ ସଂକ୍ରମିତ ରୋଗର ପରିମାଣ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଛୋଟ ବେଳୁ ହିଁ କଅଁଳ ଜୀବନଟିଏ ବିଷାକ୍ତ ବ୍ୟାଧି ନେଇ ଜନ୍ମ ହେଉଛି । ଆଉ ଏ ସବୁ ପାଇଁ ସିଧାସଳଖ ଭାବେ ବାୟୁ ପ୍ରଦୂଷଣ ହିଁ ଦାୟୀ । ଆଉ ଏ କଥା WHO(WORLD HEALTH ORGANISATION)ବି ସ୍ୱିକାର କରିଛି ଯେ ସିଗାରେଟରେ ଯେତିକି ପରିମାଣରେ କେମିକାଲର ମାତ୍ରା ଥାଏ ଦୂଷିତ ବାୟୁରେ ତାଠାରୁ ଅନେକ ଗୁଣା ଅଧିକ କେମିକଲ ଥାଏ ବୋଲି । 

ଯଦି ଗୋଟିଏ ଛୁଆ ବାୟୁ କ୍ୱାଲିଟି ଇଣ୍ଡେକ୍ସ ୬୦୦ରୁ ଉର୍ଦ୍ଧ ଥିବାବେଳେ ଜନ୍ମଗ୍ରହଣ କରୁଛି ତେବେ ସେ ଜନ୍ମରୁ ହିଁ ୨୫ଟି ସିଗାରେଟ ଟାଣିଲେ ଯେଉଁ କ୍ଷତି ହୋଇଥାଏ ତାକୁ ସହ୍ୟ କରୁଛୁ । ଅତଏବ ଦୂଷିତ ବାୟୁମଣ୍ଡଳରେ ଜନ୍ମ ଗ୍ରହଣ କରିଥିବା ଶିଶୁ ୨୫ ରୁ ୩୦ ବର୍ଷ ହେବା ବେଳକୁ କ୍ୟାନସର ରୋଗରେ ଶିକାର ହେବାର ଶତ ପ୍ରତିଶତ ସମ୍ଭାବନା ରହୁଛି ।  

ଅପରପକ୍ଷରେ ବାୟୁ ପ୍ରଦୂଷଣକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାଦୁଅ ଫୋଫଡା ଫୋପଡ଼ି ହେଉଛନ୍ତି । ତେବେ କେବଳ ସରକାର ନୁହଁ ଜନସାଧାରଣ ମଧ୍ୟ ନିଜେ ସଚେତନ ହେବାକୁ ଚାହୁଁ ନାହାନ୍ତି । ଦୀପାବଳିରେ ସରକାରଙ୍କ ପକ୍ଷରୁ ଯେତେ ନିୟମ ଲାଗୁ କରାଯାଇଥିଲ ମଧ୍ୟ ତାକୁ ଫୁ କରିଦେଇ ପ୍ରଦୂଷଣର ମାତ୍ରା ବଢ଼ାଇଥିଲେ । ଆଉ ଏବେ କୁମ୍ଭୀର କାନ୍ଦଣା କାନ୍ଦିଲାବେଳକୁ ବିଷ ଚାଦର ନିଜ କାୟା ମେଲାଇ ସାରିଛି ।