ଜୀବନରେ ଖୁସି ରହିବାକୁ ଚାଁହୁଛନ୍ତି କି ? ଆପଣାନ୍ତୁ ଏହି ସବୁ ଉପାୟ

ଯଦି ଥରେ ମାତ୍ର ଆମ ଜୀବନର ଶେଷ ହୁଏ  ତେବେ ତାହା ଆଉ ଫେରିପାଉନା । ତେଣୁ ଜୀବନକୁ ଆନନ୍ଦର ସହ ଅତିବାହିତ କରିବାରେ ହିଁ ଏହାର ସାର୍ଥକତା । ଆସନ୍ତୁ ଜାଣିବା ଜୀବନକୁ ଖୁସିରେ ବିତାଇବାର ଉପାୟ ବିଷୟରେ । 

ଜୀବନରେ ଖୁସି ରହିବାକୁ ଚାଁହୁଛନ୍ତି କି ? ଆପଣାନ୍ତୁ ଏହି ସବୁ ଉପାୟ

ଅମିତ ମହାନ୍ତି, ଭୁବନେଶ୍ୱର: ପ୍ରତ୍ୟେକଙ୍କ ବିଚାର ଜୀବନକୁ ନେଇ ଭିନ୍ନ ହୋଇଥାଏ । ତେବେ ଜୀବନ ହେଉଛି ଏମିତି ଏକ ଦୁର୍ଲଭ ଜିନିଷ, ଯାହାକି ଆମକୁ ବଡ଼ ଭାଗ୍ୟରୁ ହିଁ ମିଳିଥାଏ । ଯଦି ଥରେ ମାତ୍ର ଆମ ଜୀବନର ଶେଷ ହୁଏ  ତେବେ  ଆଉ ଫେରିପାଉନା । ତେଣୁ ଜୀବନକୁ ଆନନ୍ଦର ସହ ଅତିବାହିତ କରିବାରେ ହିଁ ଏହାର ସାର୍ଥକତା । ଆସନ୍ତୁ ଜାଣିବା ଜୀବନକୁ ଖୁସିରେ ବିତାଇବାର ଉପାୟ ବିଷୟରେ । 

୧- ସବୁବେଳେ ହସନ୍ତୁ । ଯଦି ଆମେ ସବୁବେଳେ ହସିବା ତ ତେବେ ଆମେ କମ୍‌ ସମୟ ମଧ୍ୟରେ ଅଧିକ ଜୀବନ ଜିଇଁ ପାରିବା । ତେଣିକି ଜୀବନଟା କେତେ ବା ଛୋଟ ହେଉନା କାହିଁକି ଆମକୁ ଜୀବନକୁ ନେଇ କୌଣସି ବି ଲୋଭ ରହିବନି ।

୨- ଜୀବନରେ ଖୁସିରେ ରହିବାକୁ ଆତ୍ମବିଶ୍ୱାସ ଏବଂ ପ୍ରେରଣା ନିହାତି ଆବଶ୍ୟକ । ଯେଉଁ କାମ କରିଲେ ଆପଣଙ୍କ ମନ ଖୁସି ରହିଥାଏ ଏବଂ ସେହି କାମ କରିବା ଦ୍ୱାରା ବି କାହାରି କିଛି ହେଲେ ବି ଖରାପ ଘଟିନଥାଏ, ସେହି କାମକୁ ଆପଣ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କରନ୍ତୁ ।

୩- ଆପଣାର ଲୋକଙ୍କ ସହ ଜୀବନ ବିତାନ୍ତୁ । ନିଜ ଲୋକଙ୍କ ସହିତ ଜିଇଁବା ଦ୍ୱାରା ଜୀବନକୁ ବଡ଼ ଖୁସି ମିଳିଥାଏ । ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଜୀବନ ଅଛି, ସର୍ବଦା ଆପଣାର ଲୋକଙ୍କ ସହିତ ଯୋଡ଼ି ହୋଇ ରୁହନ୍ତୁ । ଆପଣାର ଲୋକଙ୍କ ହାତକୁ କେବେ ହେଲେ ଛାଡ଼ନ୍ତୁ ନାହିଁ ।

୪- କାହାରି ଲାଗି ମନରେ ଘୃଣାଭାବ ରଖନ୍ତୁ ନାହିଁ । ଜୀବନର ଅନ୍ୟ ନାମ ହେଉଛି ପ୍ରେମ ଏବଂ ଆପଣାପଣ ସହିତ ଜିଇଁବା । ତେଣୁ ଆପଣ ନିଜ ମନରେ କେବେ ବି କାହାରିକୁ ନେଇ ଘୃଣାଭାବ ରଖନ୍ତୁ ନାହିଁ ବରଂ ସମସ୍ତଙ୍କ ପ୍ରତି ଭଲପାଇବା ଏବଂ ଆପଣାପଣ ରଖନ୍ତୁ, ଯାହାକି ଜୀବନକୁ ଖୁସି ପ୍ରଦାନ କରିଥାଏ ।

୫- ସମସ୍ତଙ୍କୁ ଖୁସିରେ ରଖନ୍ତୁ । ଜୀବନର ଅର୍ଥ କେବଳ ନିଜକୁ ଖୁସିରେ ରଖିବାରେ ସଂପୂର୍ଣ୍ଣ ହୋଇ ନ ଥାଏ ବରଂ ଜୀବନ ସେତିକିବେଳେ ପରିପୂର୍ଣ୍ଣ ହୁଏ, ଯେତେବେଳେ କି ଆପଣ ଅନ୍ୟମାନଙ୍କୁ ବି ଖୁସି ଦେଇପାରନ୍ତି ।

୬- ନିଜେ ନିଜକୁ ସୁସ୍ଥ ରଖନ୍ତୁ । ଯଦି ଆପଣ ନିଜ ଜୀବନକୁ ସଂପୂର୍ଣ୍ଣ ଭାବରେ ଉପଭୋଗ କରିବାକୁ ଚାହୁଁଥାନ୍ତି ତ, ତେବେ ପ୍ରଥମେ ନିଜକୁ ସୁସ୍ଥ ରଖନ୍ତୁ, ଯାହାକି ଖୁସି ରହିବାର ଆଧାର ।

Tags: