close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶତ୍ରୁ କବଳରୁ ମୁକ୍ତି ପାଇବାକୁ ଚାଁହୁଛନ୍ତି କି ? ଆପଣାନ୍ତୁ ଏହି ସବୁ ଉପାୟ

ଚାଣକ୍ୟ ନୀତି ଅନୁସାରେ ଶତ୍ରୁ ଯିଏ ବି ହୋଇଥାନ୍ତୁ, ତାଙ୍କୁ ଛୋଟ କିମ୍ବା ଦୁର୍ବଳ ଭାବିବା ଅନୁଚିତ । ତେବେ ଆସନ୍ତୁ ଜାଣିବା ଶତ୍ରୁ କବଳରେ ପଡ଼ିଥିଲେ ଚାଣକ୍ୟ ନୀତି ଅନୁସାରେ କଣ କରିବେ । 

ଶତ୍ରୁ କବଳରୁ ମୁକ୍ତି ପାଇବାକୁ ଚାଁହୁଛନ୍ତି କି ? ଆପଣାନ୍ତୁ ଏହି ସବୁ ଉପାୟ

ଭୁବନେଶ୍ୱର: ଆଚାର୍ଯ୍ୟ ଚାଣକ୍ୟ ସବୁ ବିଦ୍ୟାରେ ପାରଙ୍ଗମ ଥିଲେ । ସେ ଶିକ୍ଷା ମିତ୍ର, ବ୍ୟବସାୟ, ଆଚାର, ବିଚାର ସମେତ ଅନେକ ମହତ୍ୱପୂର୍ଣ୍ଣ ବିଷୟରେ ବିଚାର କରିଛନ୍ତି । ଚାଣକ୍ୟ ନୀତି ନାମକ ପୁସ୍ତକରେ ଶତ୍ରୁକୁ ପରାସ୍ତ କିପରି କରିବ ସେ ବିଷୟରେ ବର୍ଣ୍ଣନା କରାଯାଇଛି । ଚାଣକ୍ୟ ନୀତି ଅନୁସାରେ ଶତ୍ରୁ ଯିଏ ବି ହୋଇଥାନ୍ତୁ, ତାଙ୍କୁ ଛୋଟ କିମ୍ବା ଦୁର୍ବଳ ଭାବିବା ଅନୁଚିତ । ତେବେ ଆସନ୍ତୁ ଜାଣିବା ଶତ୍ରୁ କବଳରେ ପଡ଼ିଥିଲେ ଚାଣକ୍ୟ ନୀତି ଅନୁସାରେ କଣ କରିବେ । 

- ଶତ୍ରୁ କବଳରେ ପଡ଼ିଥିଲେ ସର୍ବଦା ସତର୍କ ରୁହନ୍ତୁ । ଶତ୍ରୁର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖନ୍ତୁ । ଯେତେବେଳେ ଶତ୍ରୁ ଆକ୍ରମକ ହୋଇ ପ୍ରହାର କରିବ ତାପରେ ନିଜେ ପଦକ୍ଷେପ ନିଅନ୍ତୁ ।   
- ଶତ୍ରୁ ହୋଇଥିଲେ ମଧ୍ୟ ସେହ ବ୍ୟକ୍ତିଙ୍କୁ ଅଣଦେଖା କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ତର୍କ କରିବାର ଶକ୍ତି କ୍ଷୀଣ ହୋଇଥାଏ । ଶତ୍ରୁ ମାନଙ୍କ ସହ ଜଣେ ଖେଳାଳି ଭଳି ବ୍ୟବହାର କରନ୍ତୁ ।    
- ଚାଣକ୍ୟ ନୀତି ଅନୁସାରେ ପ୍ରଥମେ ଶତ୍ରୁ ବିଷୟରେ ସମସ୍ତ କଥା ଜାଣନ୍ତୁ । ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପରେ ଶତ୍ରୁକୁ ପରାଜିତ କରିବା ସହଜ ହୋଇଥାଏ ।
- ଯଦି ଶତ୍ରୁ ଆପଣଙ୍କ ଠାରୁ ଅଧିକ ବଳଶାଳୀ ହୋଇଥାଏ, ତେବେ ତାଙ୍କ ସହ ଭଲ  ଆଚରଣ କରିବା ଦ୍ୱାରା ପରାସ୍ତ କରାଯାଇପାରିଥାଏ । କିନ୍ତୁ ଯଦି ଶତ୍ରୁ ଆପଣ ସମାନ ହୋଇଥାନ୍ତି ତେବେ ଅନୁରୋଧ କିମ୍ବା ବଳପୂର୍ବକ ହରାଇଯାଇପାରିବ।