close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ତ୍ୱଚା ଓ କେଶକୁ ସୁରକ୍ଷିତ ରଖିବାକୁ ଚାହୁଛନ୍ତି କି ? ଆପଣାନ୍ତୁ କିଛି ଟିପ୍ସ

ବର୍ତ୍ତମାନ ସମୟରେ ସମସ୍ତେ କମ ପରିଶ୍ରମ କରି ଅଧିକ ସୁନ୍ଦର ଦିଶିବାକୁ ଚାହିଁଥାନ୍ତି। କିଛି ଲୋକ ସୁନ୍ଦର ଦେଖାଯିବା ପାଇଁ ମାର୍କେଟରେ ମିଳୁଥିବା ବିୟୁଟି ପ୍ରଡ଼କ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। ଯାହାଦ୍ୱାରା  କିଛି ସମୟ ସୁନ୍ଦର ଦେଖାଯାଇଥାଏ କିନ୍ତୁ ପରେ ଚେହେରା ଖରାପ ହେବା ଆରମ୍ଭ ହୋଇଥାଏ। ଘରେ ଅବା ବାହାରେ ଆମର ଚର୍ମ ଖରା, ପ୍ରଦୂଷଣ ଏବଂ ଧୂଳି ବାଜି ତ୍ୱଚା ଓ  କେଶ ଉପରେ ପ୍ରଭାବ ପକାଇଥାଏ। ଯାହାଫଳରେ କେଶ ଝଡ଼ିବା, ତ୍ୱଚାରେ ଦାଗ ଓ ସ୍କିନ୍‌ ଖରାପ ହୋଇଯିବା ଭଳି ଅନେକ ପ୍ରକାର ଲକ୍ଷଣ ଦେଖାଦିଏ

ତ୍ୱଚା ଓ କେଶକୁ ସୁରକ୍ଷିତ ରଖିବାକୁ ଚାହୁଛନ୍ତି କି ? ଆପଣାନ୍ତୁ କିଛି ଟିପ୍ସ

ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସମସ୍ତେ କମ ପରିଶ୍ରମ କରି ଅଧିକ ସୁନ୍ଦର ଦିଶିବାକୁ ଚାହିଁଥାନ୍ତି। କିଛି ଲୋକ ସୁନ୍ଦର ଦେଖାଯିବା ପାଇଁ ମାର୍କେଟରେ ମିଳୁଥିବା ବିୟୁଟି ପ୍ରଡ଼କ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। ଯାହାଦ୍ୱାରା  କିଛି ସମୟ ସୁନ୍ଦର ଦେଖାଯାଇଥାଏ କିନ୍ତୁ ପରେ ଚେହେରା ଖରାପ ହେବା ଆରମ୍ଭ ହୋଇଥାଏ। ଘରେ ଅବା ବାହାରେ ଆମର ଚର୍ମ ଖରା, ପ୍ରଦୂଷଣ ଏବଂ ଧୂଳି ବାଜି ତ୍ୱଚା ଓ  କେଶ ଉପରେ ପ୍ରଭାବ ପକାଇଥାଏ। ଯାହାଫଳରେ କେଶ ଝଡ଼ିବା, ତ୍ୱଚାରେ ଦାଗ ଓ ସ୍କିନ୍‌ ଖରାପ ହୋଇଯିବା ଭଳି ଅନେକ ପ୍ରକାର ଲକ୍ଷଣ ଦେଖାଦିଏ।ତେବେ ଆସନ୍ତୁ  ତ୍ୱଚା ଏବଂ କେଶକୁ ପ୍ରଦୂଷଣରୁ ସୁରକ୍ଷିତ ରଖିବାର ଉପାୟ ସମ୍ପର୍କରେ ଜାଣିବା। 

ଆପଣଙ୍କର ତ୍ୱଚାକୁ  କ୍ଲିନଜିଂ, ଟୋନିଙ୍ଗ୍ ଏବଂ ମଶ୍ଚୋରାଇଜିଂ କରନ୍ତୁ।

- କେଶକୁ ପର୍ଯ୍ୟାପ୍ତ ପୋଷଣ ଦିଅନ୍ତୁ। ଯେପରି କେଶ ଶୁଖିଲା ନ ରୁହେ ।

-  ବାହାରକୁ ଯିବା ସମୟରେ ଆପଣଙ୍କ କେଶକୁ ପ୍ରଦୂଷଣରୁ ବଞ୍ଚାଇବାକୁ ବିଶେଷ ସ୍ପ୍ରେର ବ୍ୟବହାର କରନ୍ତୁ।

- ମୁହଁରେ ସନ୍ ସ୍କ୍ରିନ ଲଗାନ୍ତୁ। ଏଲୋବେରା ଜେଲ୍ ଲଗାଇ ପାରିବେ। ଏହାଦ୍ୱାରା   ୬ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ପ୍ରଦୂଷଣରୁ ମୁଁହକୁ ସୁରକ୍ଷିତ ରହିବ। 

- ନିୟମିତ ସ୍କ୍ରବର ବ୍ୟବହାର କରନ୍ତୁ। ଏଥିସହ ମୁହଁରେ ଫେସ୍ ପ୍ୟାକ୍ ଲଗାନ୍ତୁ। ଘରୋଇ ଫେସ୍ ପ୍ୟାକ୍ ମୁହଁକୁ ଅଧିକ ପ୍ରଦୂଷଣରୁ ସୁ ରକ୍ଷା ଦିଏ ।

-  ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ।  ପାଣି  ସ୍ୱାସ୍ଥ୍ୟ ଓ ମୁହଁ ପାଇଁ ନିତାନ୍ତ ଆବଶ୍ୟକ। ଯାହା ମୁଁହର ଚମକ ବଢାଇଥାଏ।

- ଯେତେ ପାରିବେ ଧୂଳି ଠାରୁ  ନିଜକୁ ଦୂରେଇ ରଖନ୍ତୁ। ଯାହାଫଳରେ ତ୍ୱଚାରେ ବ୍ରଣ ସମସ୍ୟା ରହିବ ନାହିଁ।  ଖରାକୁ ବାହାରିଲେ ମୁହଁରେ କିଛି ଲୋସନ୍ ଲଗାଈ ଘରୁ ବାହାରନ୍ତୁ।