• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଦୀପାବଳିରେ ପରଫେକ୍ଟ ଲୁକ୍‌ ପାଇଁ ଏମିତି ନିଅନ୍ତୁ ମେକ୍‌ଅପ୍‌

 ଦୀପାବଳିରେ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ସମସ୍ତଙ୍କ ମନରେ ଥାଏ। ଏଥିପାଇଁ ସମସ୍ତେ ପ୍ରସ୍ତୁତି ପୂର୍ବରୁ ଆରମ୍ଭ କରିଦିଅନ୍ତି। ଶାଢ଼ି ସହିତ ମ୍ୟାଚିଙ୍ଗ୍‌ କରି ଗହଣା ମଧ୍ୟ କିଣିଥା’ନ୍ତି। ତେବେ କେବଳ ଶାଢ଼ି ଓ ଗହଣା ପିନ୍ଧିଲେ ହେବ ନାହିଁ ତା ସହ ମେକ୍‌ଅପ୍‌ ମଧ୍ୟ ନେବାକୁ ପଡ଼ିଥାଏ। ଆପଣ ଯଦି ଏଥର ଦୀପାବଳିରେ ନିଜ ଲୁକ୍‌କୁ ଖାସ୍‌ କରିବା ପାଇଁ ଚାହୁଁଛନ୍ତି, ପାର୍ଲର ନ ଯାଇ ଘରେ ମଧ୍ୟ ଫେଷ୍ଟିଭ୍‌ ମେକ୍‌ଅପ୍‌ କରିପାରିବେ। 

ଦୀପାବଳିରେ ପରଫେକ୍ଟ ଲୁକ୍‌ ପାଇଁ ଏମିତି ନିଅନ୍ତୁ ମେକ୍‌ଅପ୍‌

ଭୁବନେଶ୍ୱର: ଦୀପାବଳିରେ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ସମସ୍ତଙ୍କ ମନରେ ଥାଏ। ଏଥିପାଇଁ ସମସ୍ତେ ପ୍ରସ୍ତୁତି ପୂର୍ବରୁ ଆରମ୍ଭ କରିଦିଅନ୍ତି। ଶାଢ଼ି ସହିତ ମ୍ୟାଚିଙ୍ଗ୍‌ କରି ଗହଣା ମଧ୍ୟ କିଣିଥା’ନ୍ତି। ତେବେ କେବଳ ଶାଢ଼ି ଓ ଗହଣା ପିନ୍ଧିଲେ ହେବ ନାହିଁ ତା ସହ ମେକ୍‌ଅପ୍‌ ମଧ୍ୟ ନେବାକୁ ପଡ଼ିଥାଏ। ଆପଣ ଯଦି ଏଥର ଦୀପାବଳିରେ ନିଜ ଲୁକ୍‌କୁ ଖାସ୍‌ କରିବା ପାଇଁ ଚାହୁଁଛନ୍ତି, ପାର୍ଲର ନ ଯାଇ ଘରେ ମଧ୍ୟ ଫେଷ୍ଟିଭ୍‌ ମେକ୍‌ଅପ୍‌ କରିପାରିବେ। ସେଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ।

-  ମେକ୍‌ଅପ୍‌ ପରେ ସ୍କିନ୍‌କୁ ଗ୍ଲୋ କରିବାକୁ ଚାଁହୁଥିଲେ ପ୍ରାଇମର୍‌ ଲଗାନ୍ତୁ। ଫାଉଣ୍ଡେସନ୍‌ ଲଗାଇବା ପରେ ମଧ୍ୟ ଏହା ଆପଣଙ୍କ ସ୍କିନ୍‌କୁ ଗ୍ଲୋ କରିଥାଏ। ଏହା ତ୍ୱଚାର  ରିଙ୍କଲ୍‌ସ୍‌ ସମସ୍ୟା ଥିଲେ ତାହା ଜଣାପଡ଼ିନଥାଏ।

- ମାର୍କେଟ୍‌ରେ ବିଭିନ୍ନ ପ୍ରକାର ଫାଉଣ୍ଡେସନ୍‌ ମିଳୁଛି। ଦୀପାବଳିରେ ସୁନ୍ଦର ଦିଶିବା  ଲାଗି କେବଳ ଇଲ୍ୟୁମିନେଟର ଫାଉଣ୍ଡେସନ୍‌ ବ୍ୟବହାର କରନ୍ତୁ। ଏହା  ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ।

-  ଲିପ୍‌ଷ୍ଟିକ୍‌ ଲଗାଇବା ସମୟରେ ଡାର୍କ କଲର ବାଛନ୍ତୁ। ରେଡ୍‌, ହଟ୍‌ ପିଙ୍କ୍‌ ଓ ମେରୁନ୍‌ ପରି ରଙ୍ଗ ବାଛିପାରିବେ। 

- ଆଖି ପାଇଁ କାଜୋଲ୍‌, ଆଇ ଲାଇନର୍‌ ଓ ଆଇ ଶ୍ୟାଡୋ ବ୍ୟବହାର କରନ୍ତୁ।

- ପାଉଡର୍‌ ବ୍ଲସର୍‌ ବଦଳରେ  କ୍ରିମ୍‌ ବ୍ଲସର୍‌ ବ୍ୟବହାର କରନ୍ତୁ। ଏହି ବ୍ଲସର୍‌ ଆପଣଙ୍କ ଇଲ୍ୟୁମିନେଟର୍‌ ଫାଉଣ୍ଡେସନ୍‌ ସହିତ ମ୍ୟାଚ୍‌ କରିବା ସହିତ ଆପଣଙ୍କ ଗାଲକୁ ଏକ ପର୍‌ଫେକ୍ଟ ଲୁକ୍‌ ଦେବ। ଯେଉଁଥିପାଇଁ ଆପଣ ସମସ୍ତଙ୍କଠାରୁ ଅଲଗା ଲାଗିବେ।