close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସାପ କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଚିକିତ୍ସା ?

ସାପ ଏକ ବିଷାକ୍ତ ଜନ୍ତୁ ଅଟେ ଯାହା ଦଂଶିବା ମାତ୍ରେ ମଣିଷ ର ମୁର୍ତ୍ୟୁ ନିଶ୍ଚିତ। ଗ୍ରାମାଞ୍ଚଳ, ଗରିବ ଲୋକମାନେ, ଯେଉଁମାନେ କମ୍‌ ଖର୍ଚ୍ଚରେ ବା ନିମ୍ନମାନର ଗୃହରେ ରହୁଥାନ୍ତି, କୌଣସି ମେସିନ୍‌ ବ୍ୟବହାର ନ କରି ନିଜ ଜମିରେ କାମ କରିଥାନ୍ତି ଏବଂ ଅନ୍ୟାନ୍ୟ ଜମିରେ କାମ କରାଯାଉଥିବା ବୃତ୍ତିରେ ନିୟୋଜିତ ହୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦେଇଥାଏ। ଚାଷ ଜମିରେ କାମ କରୁଥିବା ମଜୁରିଆ, ମହିଳା ଓ ଶିଶୁମାନେ ଅଧିକାଂଶ ସାପ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି।

ସାପ କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଚିକିତ୍ସା ?

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ସାପକୁ ଦେବତାର ଆଖ୍ୟା ଦିଆଯାଇଛି। ସାପ ଏକ ବିଷାକ୍ତ ଜନ୍ତୁ ଅଟେ ଯାହା ଦଂଶିବା ମାତ୍ରେ ମଣିଷ ର ମୁର୍ତ୍ୟୁ ନିଶ୍ଚିତ। ଗ୍ରାମାଞ୍ଚଳ, ଗରିବ ଲୋକମାନେ, ଯେଉଁମାନେ କମ୍‌ ଖର୍ଚ୍ଚରେ ବା ନିମ୍ନମାନର ଗୃହରେ ରହୁଥାନ୍ତି, କୌଣସି ମେସିନ୍‌ ବ୍ୟବହାର ନ କରି ନିଜ ଜମିରେ କାମ କରିଥାନ୍ତି ଏବଂ ଅନ୍ୟାନ୍ୟ ଜମିରେ କାମ କରାଯାଉଥିବା ବୃତ୍ତିରେ ନିୟୋଜିତ ହୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦେଇଥାଏ। ଚାଷ ଜମିରେ କାମ କରୁଥିବା ମଜୁରିଆ, ମହିଳା ଓ ଶିଶୁମାନେ ଅଧିକାଂଶ ସାପ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଏହା ଫଳରେ ସେମାନଙ୍କର ସାମାଜିକ ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହୋଇଥାଏ।ତେବେ ଆସନ୍ତୁ ଜାଣିବା ସାପ କାମୁଡିବା ସାଙ୍ଗେ ସାଙ୍ଗେ କଣ କଲେ ମୁର୍ତ୍ୟୁରୁ ଏଡାଇ ପାରିହବ।

କେମିତି କରିବେ ପ୍ରାଥମିକ ଚିକିତ୍ସା

ପ୍ରାୟ ୬୦୦ ପ୍ରଜାତିର ବିଷାକ୍ତ ସାପ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦- ୭୦ ପ୍ରତିଶତ ସାପ କାମୁଡ଼ିବା ବିଷାକ୍ତ ପ୍ରଭାବର କାରଣ ହୋଇଥାଏ। ସାପ କାମୁଡ଼ିବା ସମୟରେ ଚିକିତ୍ସାର ପ୍ରଥମ କାର୍ଯ୍ୟ ହୋଇଥାଏ ଶରୀରର ପ୍ରଭାବିତ ଅଂଶକୁ ସମ୍ପୂର୍ଣ୍ଣ ଭାବରେ ସ୍ଥିର ବା ଅଚଳ କରିଦେବା ଏବଂ ତୁରନ୍ତ ପୀଡ଼ିତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇଯିବା। କପଡ଼ା ବାନ୍ଧିବା ଏବଂ କ୍ଷତକୁ କାଟିଦେବା ବିଷର ପ୍ରଭାବକୁ ଅଧିକ ଗୁରୁତର କରିଦେଇପାରେ ଏବଂ ଏହାକୁ ପ୍ରାଥମିକ ଚିକିତ୍ସା ଭାବରେ ବ୍ୟବହାର କରିବା ଅନୁଚିତ।

snake bite ସାପ କାମୁଡ଼ିବା ଓ ତାହାର ଗୁରୁତର ପ୍ରଭାବଗୁଡ଼ିକ କିପରି ଏଡ଼ାଇବେ:

ଲମ୍ବା ଘାସ ବଢ଼ିଥିବା ସ୍ଥାନକୁ ଯାଆନ୍ତୁ ନାହିଁ।
ସୁରକ୍ଷାତ୍ମକ ଜୋତା, ବୁଟ୍ ପିନ୍ଧନ୍ତୁ।
ଜିନିଷପତ୍ର ସାଇତି ରଖୁଥିବା ସ୍ଥାନ ବା ଭଣ୍ଡାରଘର, କୋଠୀ ଇତ୍ୟାଦିରେ ଯେପରିକି ମୂଷା ବେଙ୍ଗ, ଇତ୍ୟାଦି ନ ରହନ୍ତି ଯତ୍ନବାନ ହୁଅନ୍ତୁ।
ଘର ଚାରିପଟୁ ଛୋଟ ଛୋଟ ବୁଦା, କାଠ ଗଦା, ଅଳିଆ ହଟାଇ ଦିଅନ୍ତୁ।
ମୂଷାମାନେ କାଟିପାରୁନଥିବା ପାତ୍ରରେ ଖାଦ୍ୟ ସାଇତି ରଖନ୍ତୁ, ଚଟାଣ ସ୍ତରଠାରୁ ଉଚ୍ଚରେ ଶେଯ ପକାଇ ଶୁଅନ୍ତୁ ଯେପରିକି ଖଟରେ ଶୁଅନ୍ତୁ।
ଯଦିଖଟ ନଥାଏ ତେବେ ଘର ଭିତରେ ଶୋଇଲା ବେଳେ ଶେଯ ଚାରିପଟେ ମଶାରୀ ଭଲ ଭାବରେଖୁଞ୍ଚି ଦିଅନ୍ତୁ।
ସାପ କାମୁଡ଼ିବାର ଗୁରୁତର ଫଳାଫଳ କମ୍‌ କରିବା ପାଇଁ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଝଡ଼ା ଫୁଙ୍କା, ଦେଶୀ ଚିକିତ୍ସା, ଠାକୁରଙ୍କ ପାଖରେ ପାଣି ଢ଼ାଳିବା ଇତ୍ୟାଦିରେ ସମୟ ନଷ୍ଟ ନ କରି ତୁରନ୍ତ ଡାକ୍ତରଖାନାକୁ ନେଇଯାଆନ୍ତୁ। ବିଷର ପ୍ରଭାବ ବିଷନାଶକ ହିଁ କମ୍‌ କରିପାରେ। ତେଣୁ ଶୀଘ୍ର ଚିକିତ୍ସା କରନ୍ତୁ ସାପ କାମୁଡ଼ା ପ୍ରଭାବରୁ ସୁରକ୍ଷିତ ରହନ୍ତୁ।

Tags: