ହାର୍ଟକୁ ସୁସ୍ଥ ରଖିବାର କିଛି ଉପାୟ
trendingNow,recommendedStories0/zeeodisha/odisha616241

ହାର୍ଟକୁ ସୁସ୍ଥ ରଖିବାର କିଛି ଉପାୟ

ନିୟମିତ ଚାଲିବା ଓ ସାଇକେଲିଂ କରିବା ଦ୍ୱାରା ହାର୍ଟ ସଂପର୍କିତ ରୋଗରୁ ମୁକ୍ତି ମିଳିବ 

ହାର୍ଟକୁ ସୁସ୍ଥ ରଖିବାର କିଛି ଉପାୟ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର : ହାର୍ଟ ସହିତ ଜଡ଼ିତ ରୋଗ ଖୁବ୍ ମାରାତ୍ମକ । ହାର୍ଟକୁ ସୁସ୍ଥ ରଖିବାକୁ ଡ଼ାକ୍ତର ଅନେକ ପରାମର୍ଶ ଦିଅନ୍ତି । ନିକଟରେ କରାଯାଇଥିବା ଅଧ୍ୟୟନରୁ ଜଣା ପଡ଼ିଛି ଯେ, ନିୟମିତ ଚାଲିବା ଓ ସାଇକେଲିଂ କରିବା ଦ୍ବାରା ହାର୍ଟ ସଂପର୍କିତ ରୋଗରୁ ମୁକ୍ତି ମିଳିବ । ଏହା କରିବା ଦ୍ୱାରା କେବଳ ହାର୍ଟ ନୁହେଁ, ଶରୀର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗର ମଧ୍ୟ ଏକ୍ସରସାଇଜ୍ ହୋଇଥାଏ । European Journal of Preventive Cardiologyରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଯେଉଁ ପରିବାରେ ମହିଳା ଓ ପୁରୁଷ ନିୟମିତ ସାଇକେଲିଂ ଓ ପାଦରେ ଚାଲିବା ଅଭ୍ୟାସ ଜାରି ରଖୁଛନ୍ତି । ସେମାନଙ୍କୁ ହାର୍ଟ ସଂପର୍କିତ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ । 

 ଅଫିସ ହେଉ କି ମାର୍କେଟ୍ ସବୁ ସମୟରେ ଭେଇକିଲର ବ୍ୟବହାର ଆବଶ୍ୟକ ନୁହେଁ । ଶରୀରକୁ ଆକ୍ଟିଭ୍ ରଖିବା ପାଇଁ ପାଦରେ କିମ୍ବା ସାଇକେଲରେ ଚାଲିବା ଅଭ୍ୟାସ ଜାରି ରଖନ୍ତୁ । କାରଣ ବ୍ୟାୟାମ ନକରିବା, ଓବେସିଟି( ମେଦବହୁଳତା), ଡାଇବେଟିସ୍, ମାଦକ ଦ୍ରବ୍ୟ ସେବନ ଆଦି ହୃଦୟ ସଂପର୍କିତ ରୋଗର କାରଣ 

ଚାଲିବାର ଫାଇଦା

- ନିୟମିତ ଚାଲିବା ଅଭ୍ୟାସ ଜାରି ରଖିଲେ, ଅନେକ ରୋଗରୁ ଆପଣଙ୍କୁ ମିଳିବ ଫାଇଦା ।  ଆଣ୍ଠୁ,ଗଣ୍ଠି ସମସ୍ୟା,ମାନସିକ ଅବସାଦ ବା Stress, ମୋଟାପା ଆଦି ନିୟନ୍ତ୍ରଣରେ ରହିଥାଏ । 

- ନିୟମିତ ଚାଲିଲେ ପୁରୁଣା ରୋଗ ମଧ୍ୟ ଭଲ ହୋଇଥାଏ । 
- ବ୍ଲଡ଼ ପ୍ରେସର ଓ ଡ଼ାଇବେଟିସ୍-2 ଆଶଙ୍କା ନଥାଏ । 
- ବିଭିନ୍ନ ବ୍ୟକ୍ତିଙ୍କ ଶାରୀରିକ କ୍ଷମତା ଭିନ୍ନ ଭିନ୍ନ ଅଟେ ।ତେଣୁ ଶରୀରର ସାମର୍ଥ୍ୟ ଅନୁସାରେ ଜୋର୍ କିମ୍ବା ଧୀରେ ଧୀରେ ଚାଲନ୍ତୁ । 

ସାଇକେଲିଂର ଫାଇଦା

- ସାଇକେଲିଂରେ ପାଦ ଓ ହାତର ଏକ୍ସରସାଇଜ୍ ଅଧିକ ହୋଇଥାଏ । 
- ଅସ୍ଥିମଜ୍ଜା ଓ ମାଂସପେଶୀ ମଜବୁତ ହୋଇଥାଏ । 
- ଓଜନ କମ୍ କରିବାକୁ ଚାହୁଁଥିଲେ, ସାଇକେଲିଂ ଭଲ ଅଭ୍ୟାସ । 
- ସାଇକେଲିଂ କେବଳ ଶାରିରୀକ ସ୍ତର ନୁହେଁ, ମାନସିକ ସ୍ଥିତିକୁ ମଧ୍ୟ ସନ୍ତୁଳନ ରଖେ । 
- ସାଇକେଲିଂକୁ ରିଲିଜିଙ୍ଗ୍ ଏକ୍ସରସାଇଜ୍ କୁହାଯାଏ । 

 

Trending news