ଭୁବନେଶ୍ୱର: ପ୍ରତେକ ବ୍ୟକ୍ତି ଅଧିକରୁ ଅଧିକ ଟଙ୍କା ରୋଜଗାର କରି ଧନୀ ହେବ ପାଇଁ ଚେଷ୍ଟା କରିଥାନ୍ତି । ସେଥିଲାଗି ପରିଶ୍ରମ ମଧ୍ୟ କରିଥାନ୍ତି । କିଛି ଲୋକ କମ ପରିଶ୍ରମ କରି ମଧ୍ୟ ସଫଳତା ପାଇନଥାନ୍ତି । ଶାସ୍ତ୍ରରେ ଅନେକ କାରଣ ବିଷୟରେ କୁହାଯାଇଛି ଯାହା ଟଙ୍କା ଉପାର୍ଜନ କରିବାରେ ବାଧା ସୃଷ୍ଟି କରାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଥିବା କିଛି ଜିନିଷ ଯାହାର ଧ୍ୟାନ ନ ରଖିଲେ ତାର ନକାରାତ୍ମକ ପ୍ରଭାବ ଘରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ବ୍ୟକ୍ତିକୁ କେଉଁ ବିଶେଷ ଜିନିଷ ପ୍ରତି ଧ୍ୟାନ ରଖିବା ଉଚିତ୍ ।
- ଘରେ ନୀଳ ରଙ୍ଗର ଫଟୋ , ନୀଳ ରଙ୍ଗର ଫୁଲ ଲଗାନ୍ତୁ ନାହିଁ । କାରଣ ବାସ୍ତୁ ଅନୁସାରେ ଏହା ଅଶୁଭ । ଏହା ଘରେ ଆର୍ଥିକ ସଙ୍କଟ ସୃଷ୍ଟି କରିଥାଏ ।
- ଘରର ମୂଲ୍ୟବାନ ଜିନିଷକୁ ଐଶାନ୍ୟ କୋଣରେ ରଖନ୍ତୁ । ଏହି କୋଣରେ ସକାରାତ୍ମକ ଉର୍ଜାର କେନ୍ଦ୍ର ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି ।
- ଟଙ୍କାକୁ ଅପରିଷ୍କାର ଜାଗା, ଛିଣ୍ଡା ପର୍ସରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଧନ ହାନି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
- ଟଙ୍କା ରଖିବା ସ୍ଥାନରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା, ଶ୍ରୀଯନ୍ତ୍ର, ଚରଣ ପାଦୁକା, ଗୁଆ କିମ୍ବା କଉଡ଼ି ରଖନ୍ତୁ ।
- ଘରର ମୁଖ୍ୟ ଦ୍ୱାରକୁ ସଫା ସୁନ୍ଦର ରଖନ୍ତୁ । ଏହା ଘରେ ଥିବା ନକାରାତ୍ମକ ଶକ୍ତିକୁ ଦୂର କରେ ।
- ଘରେ ଆଳତି ପ୍ରତିଦିନ କରନ୍ତୁ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡିବ ।