ଶୀତ ଦିନରେ ଫ୍ଲୁ : ବୟସ୍କ ନା ଶିଶୁ, କେଉଁମାନେ ହୁଅନ୍ତି ଅଧିକ ଆକ୍ରାନ୍ତ ?
Advertisement

ଶୀତ ଦିନରେ ଫ୍ଲୁ : ବୟସ୍କ ନା ଶିଶୁ, କେଉଁମାନେ ହୁଅନ୍ତି ଅଧିକ ଆକ୍ରାନ୍ତ ?

ପରସ୍ପର ସହ କଥା ହେବା ସମୟରେ କିମ୍ବା ହାତ ମିଶାଇଲେ ଇନଫେକସନ୍ ସହଜରେ ବ୍ୟାପିଥାଏ । 

ପ୍ରତୀକାତ୍ମକ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ସାଧାରଣତଃ ପାଗ ପରିବର୍ତ୍ତନର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ । ବର୍ଷା ଟିକିଏ ହୋଇଗଲେ, ଶୀତ ବଢିଯାଏ । ଅଧିକ ଥଣ୍ଡା ହେତୁ କାଶ, କଫ, ଜ୍ୱର ଭଳି ସମସ୍ୟା ସାଧାରଣ ହୋଇଯାଏ । ଥଣ୍ଡା ପାଗ ଯୋଗୁଁ  ପ୍ରାୟ ୨୦୦ ଭାଇରସ୍ ଓ ୪ ପ୍ରକାର ହ୍ୟୁମାନ୍ ଇନଫ୍ଲୁଏନଜା (Human Influenza) ବା ଫ୍ଲୁ (Flu) ଭାଇରାଲ୍ ଇନଫେକସନର କାରଣ ହୋଇଥାଏ । ଏହା ଖୁବ୍ ଶୀଘ୍ର ଓ ସହଜରେ ବ୍ୟାପିଥାଏ । ପରସ୍ପର ସହ କଥା ହେବା ସମୟରେ କିମ୍ବା ହାତ ମିଶାଇଲେ ଇନଫେକସନ୍ ସହଜରେ ବ୍ୟାପିଥାଏ । ଚିକିତ୍ସା ପାଇଁ ଟୀକା ଦିଆଯାଏ ।

ବୟସ୍କ ନା ଶିଶୁ କେଉଁ ମାନେ ହୁଅନ୍ତି ଆକ୍ରାନ୍ତ ?

ଇନଫ୍ଲୁଏନଜା( Influenza)ର ଶିକାର ପ୍ରତ୍ୟେକଟି ବର୍ଗର ଲୋକ ହୁଅନ୍ତି । କିନ୍ତୁ ଛୋଟ ଶିଶୁ ଓ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଇନଫ୍ଲୁଏନଜା ହେବାର ସମ୍ଭାବନା ଅଧିକ ଥାଏ । କାରଣ ଏମାନଙ୍କର ରୋଗ ପ୍ରତିରୋଧକ ଶକ୍ତି( Immunity power) କମ୍ ରହିଥାଏ ।

ଇନଫ୍ଲୁଏନଜାର ପ୍ରକାର (Type of Influenza)

ସାଧାରଣତଃ ଫ୍ଲୁ ୩ ପ୍ରକାର । ଏ, ବି ଓ ସି ।

ଇନଫ୍ଲୁଏନଜାର ଲକ୍ଷଣ

  1. ବାରମ୍ବାର ଜ୍ୱର ଆସିବା
  2. ନାକ ବୋହିବା
  3. ଶୁଖିଲା କାଶ
  4. ଝାଳ ବୋହିବା
  5. ଶରୀରରେ ବ୍ୟଥା ରହିବା
  6. ମୁଣ୍ଡ ବୁଲେଇବା
  7. କ୍ଲାନ୍ତ ଅନୁଭବ ହେବା
  8. ଭୋକ ନଲାଗିବା

ବୟସ୍କଙ୍କ କ୍ଷେତ୍ରରେ ଫ୍ଲୁର ଲକ୍ଷଣ

  1. ନିଶ୍ୱାସ ନେବାରେ କଷ୍ଟ
  2. ଛାତି କିମ୍ବା ପେଟରେ ଯନ୍ତ୍ରଣା
  3. ମୁଣ୍ଡ ବୁଲେଇବା
  4. କାଶ ଓ ଛିଙ୍କ କମିବା, ପୁଣି ବଢିବା
  5. ପରିସ୍ରା କମିଯିବା

ପିଲାଙ୍କ କ୍ଷେତ୍ରରେ ଫ୍ଲୁର ଲକ୍ଷଣ

  1. ନିଶ୍ୱାସ ନେବାରେ ଯନ୍ତ୍ରଣା
  2. ଖୁବ୍ ଜୋରରେ ନିଶ୍ୱାସ ନେବା
  3. ମୁହଁ ଓ ଓଠ ଫୁଲିଯିବା
  4. 12 ସପ୍ତାହରୁ କମ୍ ବୟସର ପିଲାଙ୍କ ଠାରେ ୧୦୪ ଡ଼ିଗ୍ରୀରୁ ଅଧିକ ଜ୍ୱର ରହିବା
  5. ବାରମ୍ବାର ଜ୍ୱର ବଢ଼ିବା ଓ କମିବା

ଇନଫ୍ଲୁଏନଜାର ଚିକିତ୍ସା

  1. ଆଣ୍ଟିବାୟୋଟିକ୍ ଜରିଆରେ ଇନଫ୍ଲୁଏନଜାର ଚିକିତ୍ସା କରାଯାଇଥାଏ ।
  2. ମୁଣ୍ଡ ଓ ଶରୀର ବ୍ୟଥା କମିବା ପାଇଁ ମଧ୍ୟ ଔଷଧ ଦିଆଯାଇଥାଏ ।
  3.  ଫ୍ଲୁ ହେଲା ମାତ୍ରେ ଯଥା ସମ୍ଭବ ଘରେ ରହିବା ପାଇଁ ଚେଷ୍ଟା କରନ୍ତୁ ।
  4. ଲୋକଙ୍କ ସହ ବେଶୀ ମିଳାମିଶା କରନ୍ତୁ ନାହିଁ ।
  5. ମଦ୍ୟପାନ କିମ୍ବା କୌଣସି ନିଶାଜାତ ସାମଗ୍ରୀ ଗ୍ରହଣ କରନ୍ତୁ ନାହିଁ ।
  6. ସବୁଜ ଓ ତଟକା ପନିପରିବା  ଖାଆନ୍ତୁ ।