Advertisement
Article Detail0/zeeodisha/odisha693853
Zee OdishaOther Newsସୁରକ୍ଷା ବାହିନୀକୁ ସଫଳତା, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

ସୁରକ୍ଷା ବାହିନୀକୁ ସଫଳତା, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

କୋରାପୁଟ ଜିଲ୍ଲାର କୋଲାବ ନଦୀ ପାର୍ଶ୍ୱ ଜଙ୍ଗଲରେ ସୁରକ୍ଷା ବାହିନୀ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓସାମଗ୍ରୀ ଜବତ ହୋଇଛି |  

 

 

ସୁରକ୍ଷା ବାହିନୀକୁ ସଫଳତା, ବିପୁଳ ପରିମାଣର ମାଓସାମଗ୍ରୀ  ଜବତ

କୋରାପୁଟ: ଜିଲ୍ଲାର ଗୁପ୍ତେଶ୍ୱର କୋଲାବ ନଦୀ ପାର୍ଶ୍ୱ ଜଙ୍ଗଲରେ ପୋଲିସ ଏବଂ ବିଏସଫ ପକ୍ଷରୁ ହୋଇଥିବା ମିଳିତ ସର୍ଚ୍ଚ ଅପେରସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି | ଗତକାଲି ରାତିରେ ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତ କୋଲାବ ନଦୀ ପାର୍ଶ୍ୱ କେନ୍ଦୁଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏହାକୁ ଜବତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ |  

ବୁଧବାର ବୈପାରୀଗୁଡାସ୍ଥିତ ବିଏସଏଫ କ୍ୟାମ୍ପରେ ଆୟାଜିତ ଏକ ପ୍ରେସ ମିଟରେ ଜୟପୁର ଏସଡ଼ିପିଓ ବରୁଣ ଗୁଣ୍ତୁପାଲି ଏ ସମ୍ପର୍କରେ ଜଣାଇଛନ୍ତି | ୧୫୧ବିଏସଫ କମାଣ୍ଡାଣ୍ଟ ଅଜୟ କୁମାରଙ୍କ ନେତୃତ୍ୱରେ ଏହି ଅପେରସନ ହୋଇଥିଲା | କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବୈପାରୀଗୁଡା ଥାନା ଅଧିକାରୀ ଅଂଶୁମାନ ଦ୍ୱିବେଦୀଙ୍କ ସହ ପୋଲିସ ଟିମ ଏହି ଅପରେସନରେ ସାମିଲ ଥିଲା | ବିଏସଫର ୧୫୧ ବାଟାଲିୟନର ଯବାନଙ୍କ ସହ ପୋଲିସ ପକ୍ଷରୁ ମିଳିତ ଭାବେ ହୋଇଥିବା ଏହି ସଫଳ ଅପେରସନ ଲାଲବାହିନୀ ପାଇଁ ଏକ ସତର୍କଘଣ୍ଟି ସଦୃଶ | ଅଗାମୀ ଦିନରେ ଏହି ମିଳିତ ଅପେରସନ ଜାରି ରହିବ ନେଇ ଜଣାଇଛନ୍ତି ଏସଡିପିଓ | 

ଅପରେସନ ବେଳେ ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ 12 ବୋର ରାଇଫଲ, ୨ଟି କ୍ଲେମରମାଇନ ବାର୍, କେଡେକ୍ସ ତାର ୨୦ ମିଟର, ୮ଟି ରିଚାର୍ଜେବୁଲ ବ୍ୟାଟେରୀ, ୧ କେଜି ଗନ ପାଉଡର, ସ୍ପ୍ରିଣ୍ଚର୍ସ(ଆଇରନ ପିସେସ) ୫ କେଜି,  ମାଓ ପୁସ୍ତିକା ଏବଂ ହ୍ୟାଣ୍ଡବୁକ୍, ଗୋଟିଏ ଛୁରୀ, ଗୋଟିଏ ୱାକିଟକି, ୨ଟି ୟୁନିଫର୍ମ ବେଲ୍ଟ, ୫ଟି ବବି ଟ୍ରାପ୍ସ, ୨ଟି ବମ୍  ସ୍ୱିଚ, ୪୯ଟି ଜିଲୋଟିନ ଷ୍ଟିକ, ୪ଟି ଇଲେକଟ୍ରିକାଲ ଡିଟୋନେଟର, ଗୋଟିଏ ପ୍ଲାଷ୍ଟିକ ଡ୍ରମ, ୧୬ଟି ଲେଟରପ୍ୟାଡ |       

Add Zee News as a Preferred Source