ଫାଇନାନ୍ସ କମ୍ପାନୀରେ ଦିନ ଦି'ପହରେ ଡକାୟତି
Advertisement

ଫାଇନାନ୍ସ କମ୍ପାନୀରେ ଦିନ ଦି'ପହରେ ଡକାୟତି

ହାଜିପୁର ସହରରେ ଦିନ ଦିପ୍ରହରରେ ଅପରାଧୀମାନେ ଏକ ବଡ଼ ଧରଣର ଲୁଟ ଘଟାଇ ପାର୍ ହୋଇ ଯାଇଛନ୍ତି । ପ୍ରାୟ ୫୫ କିଲୋ ସୁନା ଲୁଟିନେଇ ଫେରାର ହୋଇ ଯାଇଛନ୍ତି ଅପରାଧୀ । ଏହି ଲୁଟ୍ ସୁନାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।

ଫାଇନାନ୍ସ କମ୍ପାନୀରେ ଦିନ ଦି'ପହରେ ଡକାୟତି

ପିସିଆର ବ୍ୟୁରୋ, ନୂଆଦିଲ୍ଲୀ: ବିହାର ହାଜିପୁର ସହରରେ ଦିନ ଦିପହରେ ଅପରଧୀମାନେ ଏକ ବଡ଼ ଧରଣର ଲୁଟ୍  ଘଟଣାକୁ ଅନଜାମ୍ ଦେଇଛନ୍ତି । ପ୍ରାୟ ୫୫ କିଲୋ ସୁନା ଲୁଟିନେଇ ଫେରାର ହୋଇ ଯାଇଛନ୍ତି ଅପରାଧୀ । ଲୁଟ୍ ହୋଇଥିବା ଏତକ ସୁନାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ଆଳନ କରାଯାଉଛି । କୁହାଯାଉଛି, ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୮ରୁ ଅଧିକ ଦୁର୍ବୃତ୍ତ ମୁଥୁଟ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ବନ୍ଧକ ରଖି କୋଟି କୋଟି ଟଙ୍କାର ସୁନା ଲୁଟ୍ କରିଛନ୍ତି । ଏତେ ବଡ଼ ଧରଣର ଲୁଟ୍ ଘଟଣା ଯୋଗୁ ସ୍ଥାନୀୟ ପୋଲିସ ପ୍ରଶାସନ ସଜାଗ ହୋଇପଡ଼ିଛି ।

ହାଜିପୁର ସହରରେ ଦିନ ଦିପ୍ରହରରେ ଅପରାଧୀମାନେ ଏକ ବଡ଼ ଧରଣର ଲୁଟ ଘଟାଇ ପାର୍ ହୋଇ ଯାଇଛନ୍ତି । ପ୍ରାୟ ୫୫ କିଲୋ ସୁନା ଲୁଟିନେଇ ଫେରାର ହୋଇ ଯାଇଛନ୍ତି ଅପରାଧୀ । ଏହି ଲୁଟ୍ ସୁନାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ସଂଖ୍ୟାରେ ୮ ଜଣ ଥିବା ଏହି ଅପରାଧୀମାନେ ଅସ୍ତ୍ରଶସ୍ତ୍ରରେ ଥିଲେ ସଜ୍ଜିତ । ହାଜିପୁର ସିନେମା ରୋଡରେ ଥିବା ମୁଥୁଟ ଫାଇନାନ୍ସ କମ୍ପାନୀର କର୍ମଚାରୀମାନଙ୍କୁ ଗନ୍ ପଏଣ୍ଟରେ ଭୟଭୀତ କରି ନିମିଷକେ କୋଟି କୋଟି ଟଙ୍କା ମୂଲ୍ୟର ସୁନା ଉଡ଼ାଇ ନେଇ ଚମ୍ପଟ ମାରିଛନ୍ତି ଅପରାଧୀ । ସେମାନଙ୍କୁ ବିରୋଧ କରିବାରୁ ଗାର୍ଡ ଏବଂ କର୍ମଚାରୀଙ୍କୁ ଖୁବ୍ ମାଡ଼ ମାରିଥିଲେ ଦୁର୍ବୃତ୍ତ । 

ଲୁଟେରା ନିଜ ସାଥିରେ ବ୍ୟାଗ ନେଇ ଆସିଥିଲେ । ବ୍ୟାଗରେ ସୁନା ଭର୍ତ୍ତି କରି ପଳାଇ ଯାଇଥିଲେ । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୫୫ କିଲୋ ସୁନା ଲୁଟ୍ ହୋଇ ଯାଇଛି । ବାଇକରେ ଆସିଥିବା ଅପରାଧୀମାନେ ଗନ ପଏଣ୍ଟରେ ଏହି ଲୁଟ୍ ଘଟଣାକୁ ଅନଜାମ ଦେଇଥିଲେ । ତେବେ ଏହା କୌଣସି ପୁରୁଣା ଅପରାଧୀ ଗ୍ୟାଙ୍ଗର କାରନାମା ନା ସ୍ଥାନୀୟ ଯୁବକଙ୍କ ସାଜିସ୍, ସେ ନେଇ ତଦନ୍ତ କରୁଛି ପୋଲିସ । ସେପଟେ ଜମାକାରୀଙ୍କ ସୁନା ଲୁଟ୍ ହୋଇଥିବାରୁ ଏହା ସେମାନଙ୍କ ଚିନ୍ତା ବଢ଼ାଇଛି ।