ଦିଲ୍ଲୀରେ ଚାଞ୍ଚଲ୍ୟ: ଦୁଇ ଝିଅଙ୍କୁ ମାରିଲେ, ଦୁଇ ସ୍ତ୍ରୀଙ୍କ ସହ ଆଠ ମହଲା ଛାତରୁ ଡେଇଁଲେ...

ଦେଶର ରାଜଧାନୀରୁ ଆସିଲା ଅଭାବନୀୟ ଘଟଣା । ଦୁଇ ସନ୍ତାନଙ୍କୁ ମାରିଲେ, ଦୁଇ ପତ୍ନୀଙ୍କ ସହ ଆଠ ମହଲା ଛାତରୁ ଡେଇଁଲେ । ଘଟଣାରେ ସ୍ୱାମୀ ଏବଂ ତାଙ୍କର ଜଣେ ପତ୍ନୀଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ପତ୍ନୀ ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । 

ଦିଲ୍ଲୀରେ ଚାଞ୍ଚଲ୍ୟ: ଦୁଇ ଝିଅଙ୍କୁ ମାରିଲେ, ଦୁଇ ସ୍ତ୍ରୀଙ୍କ ସହ ଆଠ ମହଲା ଛାତରୁ ଡେଇଁଲେ...
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ରାଜଧାନୀରୁ ଆସିଲା ଅଭାବନୀୟ ଘଟଣା । ଦୁଇ ସନ୍ତାନଙ୍କୁ ମାରିଲେ, ଦୁଇ ପତ୍ନୀଙ୍କ ସହ ଆଠ ମହଲା ଛାତରୁ ଡେଇଁଲେ । ଘଟଣାରେ ସ୍ୱାମୀ ଏବଂ ତାଙ୍କର ଜଣେ ପତ୍ନୀଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ପତ୍ନୀ ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । 

ନୂଆଦିଲ୍ଲୀ ଇନ୍ଦିରାପୁରମରେ ଚାଞ୍ଚଲ୍ୟ । ଦୁଇ ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କୁ ନେଇ ଏକ ଆପାର୍ଟମେଣ୍ଟର ୮ ନମ୍ବର ମହଲାରେ ରହୁଥିଲେ ଜନୈକ ବ୍ୟକ୍ତି । ହେଲେ ମଙ୍ଗଳବାର ଭୋରରେ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ରାଜଧାନୀରେ ହଟଚମଟ ସୃଷ୍ଟି କରିଛି । ପ୍ରଥମେ ଦୁଇ ସନ୍ତାନକୁ ତଣ୍ଡି ଚିପି ହତ୍ୟା କରିଥିଲେ । ପରେ ଦୁଇ ସ୍ତ୍ରୀଙ୍କ ସହ ମିଶି ୮ ମହଲା ଛାତରୁ ତଳକୁ ଡେଇଁଥିଲେ । ଘଟଣାରେ ଦୁଇ ଝିଅ, ଜଣେ ସ୍ତ୍ରୀଙ୍କ ସହ ଯୁବକଙ୍କ ମୃତ୍ୟୁ ହୋଇଛି । ଜୀବନ ସହ ସଙ୍ଘର୍ଷ କରୁଛନ୍ତି ଅନ୍ୟ ଜଣେ ସ୍ତ୍ରୀ । 

କୁହାଯାଉଛି, ଭୋଟ ୫ଟା ବେଳକୁ ଏହି ଘଟଣା ଘଟିଥିଲା । ଘଟଣା ସମ୍ପର୍କରେ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । 

କାହିଁକି ଏପରି ନିଷ୍ପତ୍ତି ନେଲେ ?

କାହିଁକି ଏଭଳି ନିଷ୍ପତ୍ତି ନେଲେ ? ଅର୍ଥାଭାବ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଦିଲ୍ଲୀରେ ଦୁଇ ସ୍ତ୍ରୀ ଏବଂ ଦୁଇ ସନ୍ତାନକୁ ନେଇ ଚଳିବା କଷ୍ଠକର ହୋଇପଡିଥିଲା । ତେଣୁ ପରିବାର ସହ ମୃତ୍ୟୁକୁ ବାଛି ନେଇଥିବା କୁହାଯାଉଛି । ଏବେ ତଦନ୍ତ ଚାଲିଛି । ତଦନ୍ତ ପରେ ପୁରା ଘଟଣା ପଛରୁ ପରଦା ହଟିବ । 

ଆହୁରି ପଢନ୍ତୁ; ଭୋପାଳ ଗ୍ୟାସ ଟ୍ରାଜେଡିକୁ ୩୫ ବର୍ଷ: ପୀଡ଼ିତଙ୍କ ତୃତୀୟ ପିଢ଼ି ବି ବିକଳାଙ୍ଗ