ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୋଲିସ ଜାରି କଲା ୧୪ଟି ଟିପ୍ସ, ଟିପ୍ସ ଦେଖି ତାତିଲେ ମହିଳା
Advertisement

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୋଲିସ ଜାରି କଲା ୧୪ଟି ଟିପ୍ସ, ଟିପ୍ସ ଦେଖି ତାତିଲେ ମହିଳା

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା ପରେ ହାଇଦ୍ରାବାଦ ପୋଲିସର ସେଫ୍ଟି ଆଡଭାିଜାରୀ ଦେଖି ତାତିଲେ ମହିଳା

Anjani kumar, IPS Photo: Social media

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ହାଇଦ୍ରାବାଦରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଓ ପରେ ମର୍ଡର ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସଧ୍ୟା ସମୟରେ ଘଟିଥିବା ଏହି ଦୁଃଖଦ ଘଟଣା ପରେ ପୁଣି ଥରେ ସାରା ଦେଶରେ ନାରୀ ସମାଜର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ଭୟା ତାପରେ କାଠୁଆ ଓ ଏପରି ଅନେକ ଲୋମହର୍ଷଣକାରୀ ଘଟଣା ପରେ ଏବେ ସାମ୍ନାକୁ ଆସିଥିବା ହାଇଦ୍ରାବାଦ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ପରେ ହାଇଦ୍ରାବାଦ ପୋଲିସ ମହିଳାଙ୍କ ସୁରକ୍ଷା ପାଇଁ ୧୪ଟି ସେଫ୍ଟି ଟିପ୍ସ ଜାରି କରିଛନ୍ତି । ସେଗୁଡ଼ିକ ହେଲା

  • ଯଦି କୌଣସି ମହିଳା ଟ୍ରାଭେଲିଂ କରୁଛନ୍ତି ତେବେ ନିଜର ଲୋକେସନ ନିଜର ପରିବାର ଓ ସାଙ୍ଗମାନଙ୍କ ସିହତ ସେୟାର କରନ୍ତୁ । 
  • ଯଦି ମହିଳାମାନେ କୌଣସି ଟ୍ୟାକ୍ସି ବା ଅଟୋ ରିକ୍ସାରେ ଯାଉଛନ୍ତି ତେବେ ଟ୍ୟାକ୍ସିର ନମ୍ୱର ପ୍ଲେଟର ନମ୍ୱର ଘର ଲୋକଙ୍କ ସହିତ ସେୟାର କରନ୍ତୁ ।
  • କୌଣସି ଅଜଣା ଜାଗାକୁ ଯାଉଥିଲେ ପ୍ରଥମେ ଜାଗା ବିଷୟରେ ପଚାରି ବୁଝନ୍ତୁ ଏବଂ ରାସ୍ତାରେ କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତା ନିଅନ୍ତୁ ନାହିଁ ।
  • ସବୁବେଳେ ଭିଡ଼ ବା ଜନଗହଳି ଥିବା ସ୍ଥାନରେ ରହିବାକୁ ଚେଷ୍ଟା କରନ୍ତୁ । ରାତି ହେଉ କି ଦିନ ଖାଲି ସ୍ଥାନ ବା ଲୋକ ନ ଥିବା ଜାଗାକୁ ନ ଯିବାକୁ ଚେଷ୍ଟା କରନ୍ତୁ ।
  • ଯଦି ଆପଣଙ୍କ ଆଖ ପାଖରେ କେହି ଲୋକ ନାହାନ୍ତି ତେବେ ନିକଟରେ ଥିବା ଦୋକାନକୁ ଚାଲି ଯାଆନ୍ତୁ । ଆଉ ସବୁବେଳେ ରାସ୍ତା ବିଷୟରେ ଜାଣିବା ପାଇଁ ବା କୌଣସି ସାହାଯ୍ୟ ପାଇଁ ପୋଲିସର ବା ଟ୍ରାଫିକ ପୋଲିସର ସହାୟତା ନିଅନ୍ତୁ ।
  • ସବୁବେଳେ ପୋଲିସ ହେଲ୍ପ ଲାଇନ ନମ୍ୱର ୧୦୦ ଡାଏଲ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । 
  • ହାଇଦ୍ରାବାଦରେ ରହୁଥିବା ମହିଳାମାନଙ୍କ ପାଇଁ ହାୱାକ ଆୟ ନାମକ ମୋବାଇଲ ଆପର ସୁବିଧା ଯୋଗେଇ ଦିଆଯାଇଛି । ଯଥା ସମ୍ଭବ ଚତାର ବ୍ୟବହାର କରନ୍ତୁ । ସେହି ଆପରେ ଆପଣ ନିଜର ଲୋକେସନ ସେୟାର କରି ପାରିବେ ।
  • ଯଦି ଆପଣଙ୍କ ଆଖପାଖରେ କେହି ନାହାନ୍ତି ତେବେ ଆପଣ ଘର ଲୋକଙ୍କ ସହିତ କଥା ହେବା ପରି ଅଭିନୟ କରନ୍ତୁ । ତା ସହିତ ନିଜ ପାଖରେ ଯଦି କୌଣସି ଗାଡ଼ି ବା ଲୋକ ଅଛନ୍ତି ସେମାନଙ୍କ ବିଷୟରେ କିଛିଟା ଡିଟେଲ୍ସ ଘର ଲୋକ ସହିତ ସେୟାର କରନ୍ତୁ ।
  • ସବୁବେଳେ କନଫିଡେଣ୍ଟ ରୁହନ୍ତୁ । ଆଉ ସାମ୍ନାରେ ଥିବା ଲୋକଙ୍କ ସହିତ ସାହସର ସହିତ ମୋଟା ଗଳାରେ ଉଚ୍ଚ ସ୍ୱରରେ କଥା ହୁଅନ୍ତୁ । 
  • ଯଦି ଆପଣ ବିପଦରେ ଅଛନ୍ତି ତେବେ ପାଟି କରି ଲୋକଙ୍କୁ ଡାକନ୍ତୁ ଓ ଜନଗହଳିପୂର୍ଣ୍ଣ ସ୍ଥାନକୁ ଦୌଡନ୍ତୁ ।
  • ଲୋକାଲ ପୋଲିସକୁ ଲୋକାଲ ଗୁଣ୍ଡା ବିଷୟରେ ଅବଗତ କରାନ୍ତୁ ।
  • ଭେରିଫିକେସନ ପାଇଁ ହ୍ୱାଟ୍ସଆପ ନମ୍ୱର 9490616555 ନମ୍ୱରକୁ ମଧ୍ୟ ଫଟୋ ପଠାଇ ପାରିବେ ।

 

ହାଇଦ୍ରାବାଦର ଆଇପିଏସ ଅଫିସର ଅଞ୍ଜନି କୁମାର କଣ କରିବା ଉଚିତ କଣ ଅନୁଚିତ ସେ ନେଇ ଏହି ୧୪ଟି ଟିପ୍ସ ଥିବା ଆଡଭାଇଜୋରୀ ଜାରି କରିବା ପରେ ସୋସିଆଲ ମିଡିଆରେ ଏହି ଟିପ୍ସକୁ ନେଇ ରାଗ ଓ ବିରୋଧର ସ୍ୱର ଦେଖିବାକୁ ମିଳିଛି...