Trending Photos
)
ଚଣ୍ଡିଗଡ଼: ଭାରତୀୟ ବାୟୁ ସେନାର ଲଢୁଆ ଆପାଚି ହେଲିକ୍ୟାପ୍ଟର ଆଜି ପଞ୍ଜାବର ହୋସିଆରପୁର ଜିଲ୍ଲା ଅନ୍ତର୍ଗତ ଏକ ଜମିରେ ଅବତରଣ କରିଛି। ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ସୂଚନା ମୁତାବକ ହେଲିକପ୍ଟରର କଣ୍ଟ୍ରୋଲ ପ୍ୟାନେଲରେ ତ୍ରୁଟି ଆସିବା ପରେ ପାଇଲଟଙ୍କୁ ସୂଚନା ମିଳିଥିଲା। ତେବେ ଏହି ସୁଚନା ମିଳିବା ପରେ ପାଇଲଟ ସୁରକ୍ଷିତ ଭାବେ ଆପାଚି ହେଲିକପ୍ଟରକୁ ଅବତରଣ କରାଇଥିଲେ। ପାଇଲଟ ହେଲିକପ୍ଟରଟି ପଠାନକୋଟ ଏୟାର ବସରୁ ଉଡାଣ ଭରିଥିଲା। ତେବେ ଏହି ଘଟଣା ପରେ ବିଭାଗ ଯାଞ୍ଚ ଚଳାଇଥିବା ଜଣାପଡ଼ିଛି। ଯାଞ୍ଚ ପରେ ପୁନର୍ବାର ଏହାକୁ ପଠାନକୋଟ ଏୟାରବେସ ଫେରାଇ ନିଆଯିବ ବୋଲି ଆଇଏଏଫ ପକ୍ଷରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟ ଆପାଚି ହେଲିକପ୍ଟର ଗତବର୍ଷ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ତେବେ ଚଳିତ ବର୍ଷ ଏହା ସ୍ଥଳସେନାରେ ମଧ୍ୟ ସାମିଲ ହେବାର ସମ୍ଭାବନା ଅଧିକ ରହିଛି। ଏହି ହେଲିକପ୍ଟର ସାମିଲ ହେବା ପରେ ଆବଶ୍ୟକତା ଅନୁଯାୟୀ ସ୍ଥଳସେନା ଏହାକୁ ବ୍ୟବହାର କରିପାରିବ ବୋଲି ସୂଚନା ରହିଛି।