ବୁମେରାଂ ହେବକି ଆଇଏଏସଙ୍କ ଗିରଫଦାରୀ ?

ଭିଜିଲାନ୍ସ ପାଇଁ ବୁମେରାଂ ହୋଇପାରେ ଆଇଏଏସ ଅଧିକାରୀଙ୍କୁ ଗିରଫଦାରୀ । ରିମାଣ୍ଡରେ ନେବା ପୂର୍ବରୁ ଛାନଭିନ ବେଳେ ଆଇଏଏସ ଓ ତାଙ୍କ ସହଯୋଗୀ କୁହାଯାଉଥିବା ସନ୍ତୋଷ ପଟ୍ଟନାୟକଙ୍କ ଘରୁ ସେଭଳି କୌଣସି ବଡ ଧରଣର ସମ୍ପତ୍ତି ମିଳିନଥିଲା । ସେପଟେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରି ସେମାନଙ୍କ ବିରୋଧରେ ଦୋଷ ପ୍ରମାଣିତ କରିନପାରିଲେ ସାକ୍ଷ୍ୟ ପ୍ରମାଣ ଅଭାବରେ କୋର୍ଟ ମଧ୍ୟ ଜାମିନ ଦେଇପାରନ୍ତି । ଏଭଳି ପରିସ୍ଥିତିରେ ଭିଜିଲାନ୍ସ ପୂର୍ବ ପରି ପୁଣି ଥରେ ଦୁର୍ନାମ ମୁଣ୍ଡାଇବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ବୁମେରାଂ ହେବକି ଆଇଏଏସଙ୍କ ଗିରଫଦାରୀ ?

ସରୋଜ ବେହେରା, ଭୁବନେଶ୍ୱର: ଭିଜିଲାନ୍ସ ପାଇଁ ବୁମେରାଂ ହୋଇପାରେ ଆଇଏଏସ ଅଧିକାରୀଙ୍କୁ ଗିରଫଦାରୀ । ରିମାଣ୍ଡରେ ନେବା ପୂର୍ବରୁ ଛାନଭିନ ବେଳେ ଆଇଏଏସ ଓ ତାଙ୍କ ସହଯୋଗୀ କୁହାଯାଉଥିବା ସନ୍ତୋଷ ପଟ୍ଟନାୟକଙ୍କ ଘରୁ ସେଭଳି କୌଣସି ବଡ ଧରଣର ସମ୍ପତ୍ତି ମିଳିନଥିଲା । ସେପଟେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରି ସେମାନଙ୍କ ବିରୋଧରେ ଦୋଷ ପ୍ରମାଣିତ କରିନପାରିଲେ ସାକ୍ଷ୍ୟ ପ୍ରମାଣ ଅଭାବରେ କୋର୍ଟ ମଧ୍ୟ ଜାମିନ ଦେଇପାରନ୍ତି । ଏଭଳି ପରିସ୍ଥିତିରେ ଭିଜିଲାନ୍ସ ପୂର୍ବ ପରି ପୁଣି ଥରେ ଦୁର୍ନାମ ମୁଣ୍ଡାଇବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଆଇପିଏସ ପ୍ରକାଶ ମିଶ୍ରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ହେଉ ବା ତ୍ରିପୁରା କ୍ୟାଡର ଆଇପିଏସ ଅଧିକାରୀ ଜୟଦୀପ ନାୟକଙ୍କ ବିରୋଧରେ ମାମଲା । ଭିଜିଲାନ୍ସ ପୂର୍ବରୁ ମଧ୍ୟ ଅନେକ ବଡ ବଡ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରି ନିଜ ଆଡୁ ତଦନ୍ତ କରିଛି । କେବଳ ଏ ଦୁଇ ଜଣ ନୁହେଁ, ଏମାନଙ୍କ ଭଳି ଅନେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ହେଲେ ସବୁଠୁ ବଡ କଥା ହେଲା ମାମଲା ରୁଜୁ କରିବା ଓ ଏହାକୁ କୋର୍ଟରେ ପ୍ରମାଣିତ କରିବା ଦୁଇଟି ଭିନ୍ନ ଦିଗ । ଅନେକାଂଶରେ ଭିଜିଲାନ୍ସ ଏଭଳି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଦୋଷ ପ୍ରମାଣିତ କରିପାରୁନି । ଫଳରେ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହେଉଛନ୍ତି । 

ଏବେ ପୁଣି ଜଣେ ଆଇଏଏସ ଅଧିକାରୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ହେଲେ ଏହି ମାମଲାଟି ଭିଜିଲାନ୍ସ ପାଇଁ ବୁମେରାଂ ହେବ ବୋଲି ଆଶଙ୍କା କରାଯାଉଛି । ଯେଉଁ ସବୁ ଅଭିଯୋଗରେ ଭିଜିଲାନ୍ସ ଆଇଏଏସ ବିଜୟ କେତନ ଓ ତାଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ସନ୍ତୋଷ ପଟ୍ଟନାୟକଙ୍କୁ ଗିରଫ କରିଛି ସେମାନଙ୍କ ବିରୋଧରେ ବର୍ତ୍ତମାନ ଯାଏ ସେଭଳି କୌଣସି ବଳିଷ୍ଠ ପ୍ରମାଣ ପାଇନାହିଁ ଭିଜିଲାନ୍ସ । ବିଶେଷ କରି ଲାଞ୍ଚ ସିଧାସଳଖ ଆଇଏଏସ ଅଧିକାରୀଙ୍କ ନିକଟରୁ ମିଳିନାହିଁ । ଏଣୁ ଟଙ୍କା ତାଙ୍କ ନିକଟକୁ ଆସୁଥିଲା ବୋଲି ଭିଜିଲାନ୍ସର ଯୁକ୍ତିକୁ କୋର୍ଟରେ ପ୍ରମାଣିତ କରିବା କାଠିକର ପାଠ ହେବ ବୋଲି ମତ ପ୍ରକାଶ କରିଛନ୍ତି ପୂର୍ବତନ ପୋଲିସ ଡିଜି ଏସଏନ ତିୱାରୀ । 

ଯଦି ଭିଜିଲାନ୍ସ ଅଧିକାରୀ ଏହି ମାମଲାରେ ଅଭିଯୁକ୍ତ ଆଇଏଏସ ଅଧିକାରୀଙ୍କ ବିରୋଧରେ ତଥ୍ୟ ପ୍ରମାଣ ଯୋଗାଡ କରିନପାରନ୍ତି, ତେବେ ଆଗକୁ ଭିଜିଲାନ୍ସକୁ ଅନେକ ବିରୋଧରେ ସମ୍ମୁଖୀନ ହେବକୁ ପଡିପାରେ । ଅନେକ ସମୟରେ ଭିଜିଲାନ୍ସକୁ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ବ୍ୟବହାର କରାଯାଉଥିବା ନେଇ ନଜିର ରହିଛି । ବିଶେଷ କରି ସମ୍ପୃକ୍ତ ଉଦ୍ୟାନ ବିଭାଗରେ ଲକ୍ଷଲକ୍ଷ ଟଙ୍କାର ଟେଣ୍ଡର କାମ ହେଉଥିବା ବେଳେ କୌଣସି କାରଣ ପାଇଁ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଇପାରେ । ହେଲେ ଏସବୁ ଭିତରେ ଗିରଫ ଦୁଇ ଅଭିଯୁକ୍ତଙ୍କ ଘରୁ ଖାନ ତଲାସି ବେଳେ ସେଭଳି କୌଣସି ଗଚ୍ଛିତ ଅର୍ଥ ନ ମିଳିବା ଭିଜିଲାନ୍ସର ତଦନ୍ତ କୁଆଡେ ଯିବା ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ।

ସେପଟେ ଦୁଇ ଅଭିଯୁକ୍ତ ଆଇଏଏସ ବିଜୟ କେତନ ଉପାଧ୍ୟାୟ ଓ ସନ୍ତୋଷ ପଟ୍ଟନାୟକଙ୍କୁ କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା କରାଯାଉଛି । ଜେରା ଶେଷ ହେବା ପରେ ଅଭିଯୁ୍କ୍ତଙ୍କୁ କୋର୍ଟରେ ହାଜର କରିବା ପରେ କି ତଥ୍ୟ ଯୋଗାଡ କରୁଛି ଭିଜିଲାନ୍ସ ତାହା ଉପରେ ସମସ୍ତଙ୍କ ନଜର ରହିଛି ।