• ଗିରଫ ହେଲେ ଆଇଏଫଏସ ଏକେ ପାଠକ । ତାଙ୍କ ସହିତ ପୁଅ ଆକାଶ ମଧ୍ୟ ଗିରଫ II
  • ବିଧାନସଭା ସମ୍ମୁଖରୁ ୧୦ରୁ ୧୫ ଯୁବକଙ୍କୁ ଉଠାଇ ନେଲା ପୋଲିସ ।
  • ବାଇକ୍‌ରେ ଏଜି ଛକରୁ ଆସୁଥିଲା ବେଳେ ଉଠାଇ ନେଲା ॥
  • ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ।
  • ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିଜେପି କର୍ମୀ, ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ॥
  • ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ନୟାଗଡ଼ରେ କ୍ରାଇମବ୍ରାଞ୍ଚ ADG ଯଶୋବନ୍ତ ଜେଠୁଆ ।
  • ନୟାଗଡ଼ ସଦର ଥାନାରୁ ତଦନ୍ତ ଆରମ୍ଭ କଲା ୭ ଜଣିଆ ଟିମ୍॥
  • ପରୀ ହତ୍ୟାକାଣ୍ଡର ତଦନ୍ତ କରିବ SIT ଟିମ । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଇସିସି ଟି-୨୦ ମାନ୍ୟତା ତାଲିକା ପ୍ରକାଶିତ

ଆଇସିସି ଦ୍ୱାରା ସୋମବାର ଟି୨୦ ବ୍ୟାଟିଂ ମାନ୍ୟତା ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଖରାପ ପ୍ରଦର୍ଶନ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ମାନ୍ୟତାରେ ହ୍ରାସ ହୋଇଛି। ବିରାଟ ନିଜ ମାନ୍ୟତାରେ ଖସି ଯାଇ ଦଶମ ସ୍ଥାନରେ ରହିଛି।  

ଆଇସିସି ଟି-୨୦ ମାନ୍ୟତା ତାଲିକା ପ୍ରକାଶିତ

ଦୁବାଇ: ଆଇସିସି ଦ୍ୱାରା ସୋମବାର ଟି୨୦ ବ୍ୟାଟିଂ ମାନ୍ୟତା ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଖରାପ ପ୍ରଦର୍ଶନ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ମାନ୍ୟତାରେ ହ୍ରାସ ହୋଇଛି। ବିରାଟ ନିଜ ମାନ୍ୟତାରେ ଖସି ଯାଇ ଦଶମ ସ୍ଥାନରେ ରହିଛି।  

ସେପଟେ କିନ୍ତୁ ଲୋକେଶ ରାହୁଲଙ୍କ ମାନ୍ୟତାରେ ଉନ୍ନତି ଘଟି ଦ୍ୱିତୀୟ ସ୍ଥାନକୁ ଉଠିଛି। ସେହିପରି ରୋହିତ ଶର୍ମା ଏକାଦଶ ତମ ସ୍ଥାନରେ ରହିଛନ୍ତି। ନିକଟରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ବିରାଟ କୋହଲିଙ୍କୁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ କୋହଲି ଗୋଟିଏ ସ୍ଥାନ ଖସି ଆସି ମୋଟ ୬୭୩ ପଏଣ୍ଟ ସହିତ ଦଶମ ସ୍ଥାନରେ ରହିଛନ୍ତି।  

ସେହିପରି ଦକ୍ଷିଣ ଆଫ୍ରିକାଙ୍କ ଇଅନ ମୋର୍ଗାନଙ୍କୁ ୬୮୭ ପଏଣ୍ଟ ସହିତ ନବମ ସ୍ଥାନରେ ରହିଛନ୍ତି। ସେହିପରି ଆହତ ସମସ୍ୟାରେ ଯୁଝି ହେଉଥିବା ରୋହିତ ଶର୍ମାଙ୍କୁ ମଧ୍ୟ ବେଶ ନିରାଶ ହେବାକୁ ପଡ଼ିଛି। ସେ ମୋଟ ୬୬୨ ପଏଣ୍ଟ ସହିତ ଏକାଦଶତମ ସ୍ଥାନରେ ରହିଛନ୍ତି। ପାକିସ୍ତାନର ବାବର ଆଜମ ଏହି ତାଲିକାର ଶୀର୍ଷରେ ରହିଛନ୍ତି।  

ସେହିପରି ଭାରତର ୮୨୩ ପଏଣ୍ଟ ସହିତ ଭାରତର ଲୋକେଶ ରାହୁଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଯ଼ଶପ୍ରିତ ବୁମରା ସ୍ଲେଡାନ ଜ୍ୟାକସନଙ୍କ ସହିତ ଦ୍ୱାଦଶତମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ତବରେଜ ସସ୍ମି ନବମ ସ୍ଥାନ ଉଠି ଅଷ୍ଟମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଏଣ୍ଡିଲ ଫେହଲୁକଓ୍ୱାୟୋ ଷଷ୍ଠ ସ୍ଥାନରେ ରହିଛନ୍ତି।