ଆଇସିସି ଟେଷ୍ଟ ମାନ୍ୟତା, ବିରାଟଙ୍କ ମାନ୍ୟତାରେ ବଡ଼ ପରିବର୍ତ୍ତନ

ଆଇସିସି ଟେଷ୍ଟ ମାନ୍ୟତା ତାଲିକର ଶ୍ରେଷ୍ଠ ଦଶରେ ୪ ଭାରତୀୟ

ଆଇସିସି ଟେଷ୍ଟ ମାନ୍ୟତା, ବିରାଟଙ୍କ ମାନ୍ୟତାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଖରାପ ପ୍ରଦର୍ଶନ କରିଥିଲେ ଭାରତୀୟ ଦଳର ବିରାଟ କୋହଲି। ଉଭୟ ଇଂନିସରେ ମାତ୍ର ୨୧ ରନ କରି କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଥିଲେ। ଏହି ପ୍ରଦର୍ଶନ ବିରାଟଙ୍କୁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି।  

ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତା ଅନୁଯାୟୀ ଖରାପ ପ୍ରଦର୍ଶନ ପାଇଁ ବିରାଟ କୋହଲିଙ୍କ ମାନ୍ୟତାରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ମୋଟ ୯୧୧ ପଏଣ୍ଟ ସହିତ ଶୀର୍ଷ ମାନ୍ୟତା ହାସଲ କରିଥିବା ବିରାଟ ତଳକୁ ଖସି ଆସିଛନ୍ତି। ମୋଟ ୯୦୬ ପଏଣ୍ଟ ସହିତ ବିରାଟ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।  
ସେହିପରି ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାର ଶ୍ରେଷ୍ଠ ଦଶ ମଧ୍ୟରେ ମୋଟ ୪ ଜଣ ଭାରତୀୟ ରହିଛନ୍ତି। ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା ଓ ମୟଙ୍କ ଅଗ୍ରଓ୍ୱାଲ ଯଥାକ୍ରମେ ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛନ୍ତି। ଆଜିଙ୍କ୍ୟ ରାହାଣେଙ୍କ ମାନ୍ୟତାରେ ଗୋଟିଏ ସ୍ଥାନର ଉନ୍ନତି ହୋଇ ଅଷ୍ଟମ ସ୍ଥାନକୁ ଉଠିଛନ୍ତି।  

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମୟଙ୍କ ଅଗ୍ରଓ୍ୱାଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଟେଷ୍ଟ ମାନ୍ୟତାରେ କ୍ୟାରିୟରର ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। କ୍ୟାରିୟର ଦଶମ ସ୍ଥାନକୁ ଉଠିଛନ୍ତି ମୟଙ୍କ। ସେହିପରି ଚେତେଶ୍ୱର ପୂଜାରା ମଧ୍ୟ ଦୁଇଟି ସ୍ଥାନ ତଳକୁ ଖସି ଆସି ନବମ ସ୍ଥାନରେ ରହିଛନ୍ତି। ।

ସେହିପରି ନ୍ୟୁଜିଲାଣ୍ଡର ୮୫୩ ପଏଣ୍ଟ ସହିତ କେନ ଓ୍ୱିଲମସନ ତୃତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ମାର୍ନସ ଲାବୁସଚେଞ୍ଜ ୮୨୭ ପଏଣ୍ଟ ସହିତ ଚତୁର୍ଥ, ପାକିସ୍ତାନର ବାବର ଆଜାମ ପଞ୍ଚମ, ଅଷ୍ଟ୍ରେଲିଆର ଡାଭିଡ ଓ୍ୱାର୍ଣ୍ଣର ଷଷ୍ଠ, ଇଂଲଣ୍ଡର ଜୋଏ ରୁଟ ସପ୍ତମ ସ୍ଥାନରେ ରହିଛନ୍ତି।  

ସେପଟେ ବିରାଟ କୋହଲି ଗୋଟିଏ ସ୍ଥାନ ଖସି ଯିବାରୁ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଶୀର୍ଷ ସ୍ଥାନକୁ ପୁନର୍ବାର ଉଠିଛନ୍ତି। ସେହିପରି ରୋହିତ ଶର୍ମାଙ୍କ ସ୍ଥାନ ଅପରିବର୍ତ୍ତି ରହିଛି। ସେ ୧୩ତମ ସ୍ଥାନରେ ରୋହିତ ଶର୍ମା ରହିଛନ୍ତି।