Advertisement
Article Detail0/zeeodisha/odisha668081
Zee OdishaOther Newsସାମ୍ପୂଲ ଦେଉନାହାନ୍ତି ଦିଦି, ଅଭିଯୋଗ ଆଣିଲା ICMR

ସାମ୍ପୂଲ ଦେଉନାହାନ୍ତି ଦିଦି, ଅଭିଯୋଗ ଆଣିଲା ICMR

ମମତାଙ୍କ ଉପରେ ବର୍ଷିଲା ଆଇସିଏମଆର

ସାମ୍ପୂଲ ଦେଉନାହାନ୍ତି ଦିଦି, ଅଭିଯୋଗ ଆଣିଲା ICMR

କୋଲକାତା: ବୁହାନ ସହରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ତାଣ୍ଡବ ରଚୁଛି। ଭାରତରେ ମଧ୍ୟ ଅନିୟନ୍ତ୍ରିତ ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରରୁ ଊର୍ଦ୍ଧ୍ୱ ହୋଇ ସାରିଲାଣି। ମାତ୍ର ହରିଆଣା, ଓଡ଼ିଶା, କର୍ଣ୍ଣାଟକ ଭଳି ରାଜ୍ୟରେ କଡ଼ା ପଦକ୍ଷେପ କାରଣରୁ କୋରୋନା ଉପରେ ଏକ ପ୍ରକାର ନିୟନ୍ତ୍ରଣ ଆଣିପାରିଛନ୍ତି। ମାତ୍ର ପଶ୍ଚିମବଙ୍ଗ, ଦିଲ୍ଲୀ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ କୋରୋନା ଅନିୟନ୍ତ୍ରିତ ଭାବେ ବଢି ଚାଲିଛି। ଏନେଇ ଆଇସିଏମଆର ସୂଚନା ଦେଇଛି। 

ଆଇସିଏମଆରର କୋଲକାତାରେ ଥିବା ଶାଖାର ନିର୍ଦ୍ଦେଶକ ଡାକ୍ତର ଶାନ୍ତା ଦତ୍ତ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ଶାନ୍ତା କହିଛନ୍ତି କି, ରାଜ୍ୟରେ ଦୈନିକ କେତେ କୋରୋନା ଯାଞ୍ଚ କରାଯିବ ସେନେଇ ରାଜ୍ୟ ସରକାର ଧାର୍ଯ୍ୟ କରିବେ। ଏହା ସହିତ ଦୈନିକ  କେତେ ସାମ୍ପୁଲ ଟେଷ୍ଟ ପାଇଁ ଆଇସିଏମଆରକୁ ପଠାଇବେ, ତାହା ମଧ୍ୟ  ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ମାତ୍ର ବର୍ତ୍ତମାନ ସ୍ଥିତି ଏଭଳି ରହିଛି ଯେ, ଦୈନିକ ୨୦ଟି ସାମ୍ପୂଲ ଠିକ ଭାବେ ଟେଷ୍ଟ କରାଯାଇ ପାରୁନାହିଁ। ଆମେ ଯେଉଁ ଉପଦେଶ ବା  ସତର୍କ ସୂଚନା ଦେଉଛୁ, ତାହାକୁ ରାଜ୍ୟ ସରକାର ଠିକ ଭାବେ ପାଳନ କରୁନାହି ବୋଲି ଡାକ୍ତର ଶାନ୍ତା ଅଭିଯୋଗ କରିଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି, ରାଜ୍ୟର ଗୋଟିଏ ମାତ୍ର ସ୍ଥାନରେ ଯାଞ୍ଚ କରାଯାଉଥିଲା। ମାତ୍ର ବର୍ତ୍ତମାନ ସମୟରେ ଏକାଧିକ ସ୍ଥାନରେ ଯାଞ୍ଚ କରାଯିବାର ସୁବିଧା ମଧ୍ୟ କରାଯାଇ ସାରିଲାଣି। ମାତ୍ର ରାଜ୍ୟ ସରକାର ଆବଶ୍ୟକ ପରିମାଣର ସାମ୍ପୂଲ ପଠାଉ ନଥିବା ସେ କହିଛନ୍ତି। କେବଳ ଏତିକି ନୁହେଁ, ଟେଷ୍ଟିଂ କିଟ ଯୋଗାଇ ଦେବା ନେଇ ମମତା ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ଥିଲା ବୋଲି ସେ କହିଛନ୍ତି। 

Add Zee News as a Preferred Source

ଆଇସିଏମଆରକୁ ବର୍ତ୍ତମାନ ସୁଦ୍ଧା ୪୨ ହଜାର ୫ ଶହ କିଟ ହସ୍ତଗତ ହୋଇଥିବା  ଶାନ୍ତା କହିଛନ୍ତି। ଓଡ଼ିଶା ଓ ଆଣ୍ଡାମାନକୁ ଅତିରିକ୍ତ କିଟ ପଠାଇବା ପରେ ମଧ୍ୟ ପଶ୍ଚିମବଙ୍ଗ ନିକଟରେ ଅତିରିକ୍ତି ୨୭ ହଜାର କିଟ ରହିଛି। ଏମିତି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ରହିଛି। କିନ୍ତୁ ଯଦି ଡାକ୍ତର ଶାନ୍ତା ଦେଇଥିବା ତଥ୍ୟ ଉପରେ ଦୃଷ୍ଟି ପକାଯାଏ ତେବେ ଏହା ଆହୁରି ଭୟାବହର ରୂପ ନେବାର ସମ୍ଭାବନା ଯଥେଷ୍ଟ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ମାତ୍ର ଏହି ସଂକ୍ରମିତଙ୍କ ମଧ୍ୟରେ ୩୫୦୦ ଲୋକ କେବଳ ମହାରାଷ୍ଟ୍ର ଓ ଦିଲ୍ଲୀରେ ରହିଛନ୍ତି। 

କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ସେତେଟା ଗୁରୁତ୍ୱ ଦେଉନାହାନ୍ତି। କାରଣ ବର୍ତ୍ତମାନ ସମୟରେ ରାଜ୍ୟ ସହିତ ଦିଲ୍ଲୀ ଓ ମହାରାଷ୍ଟ୍ର ଆକ୍ରାନ୍ତଙ୍କ ସହିତ କୌଣସି ସମ୍ପର୍କ ନାହିଁ। ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି ଯେ, ରାଜ୍ୟରେ ବର୍ତ୍ତମାନ ମଧ୍ୟ ତବଲିଗ ଜମାତ ମାନେ ଲୁଚି ରହିଛନ୍ତି। ଯାହାର ସୂଚନା ବର୍ତ୍ତମାନ ସୁଦ୍ଧା ମଧ୍ୟ ପ୍ରଦର୍ଶିତ କରାଯାଇ ନାହିଁ। ଏହି ତବଲିଗ ଜମାତ ସାମ୍ନାକୁ ଆସିଲେ ହୁଏତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିପାରେ। 

ସେପଟେ କିନ୍ତୁ କୋରୋନା ମୃତତଙ୍କ ନେଇ ରାଜ୍ୟରେ ନୂଆ ବିବାଦ ଦେଖା ଦେଇଛି। କୋରୋନା ଭାଇରସରେ ହୋଇଥିବା ମୃତ୍ୟୁକୁ ନିଶ୍ଚିତ କରିବ ପଶ୍ଚିମବଙ୍ଗରେ ଥିବା ଏକ ବିଶେଷଜ୍ଞ କମିଟି। ଏହି କମିଟି କୋରୋନା ଭାଇରସରେ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ଦେବ। ଯାହାକୁ ନେଇ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିବା ସହିତ କୌଣସି ସୂଚନା ଦେଇନଥିବା ଜଣାପଡ଼ିଛି। 

About the Author