ଜଣେ ଆକ୍ରାନ୍ତ ମାସକରେ ୩୦୦ରୁ ଊର୍ଦ୍ଧ୍ୱଙ୍କୁ କରିପାରେ ଆକ୍ରାନ୍ତ
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବଢିବାରେ ଲାଗିଛି। ତେବେ କୋରୋନାରୁ ମୁକ୍ତି ପାଇବାକୁ ହେଲେ ଲକଡାଉନ ଓ ସୋସିଆଲ ଡିଷ୍ଟାନସିଂ ପାଳନ କରିବା କେତେ ଜରୁରୀ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଛି। ଜଣେ କୋରୋନା ଆକ୍ରାନ୍ତ ଯଦି ଲକଡାଉନରେ ନ ରୁହନ୍ତି ବା ସୋସିଆଲ ଡିଷ୍ଟାନସିଂ ପାଳନ ନ କରନ୍ତି ତେବେ ସେ ମାସକ ମଧ୍ୟରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆକ୍ରାନ୍ତ କରିପାରନ୍ତି। ଏହା ସହିତ ଯଦି ସେ ଲକଡାଉନ କିମ୍ବା ସୋସିଆଲ ଡିଷ୍ଟାନସିଂରେ ରୁହନ୍ତି ତେବେ ସେ ମାସକ ମଧ୍ୟରେ ମାତ୍ର ୨। ୫ ଜଣ ଲୋକଙ୍କୁ ସଂକ୍ରମିତ କରିପାରିବେ ବୋଲି ଗୃହ ବିଭାଗ ସୂଚନା ଦେଇଛି।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭାଇରସର ଅନିୟନ୍ତ୍ରିତ ଭାବେ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇ, ଭିଲଓ୍ୱାଡ଼ା, ଆଗ୍ରା ପ୍ରଭୃତି ଅଞ୍ଚଳରେ ଛୋଟ ଛୋଟ ଅଞ୍ଚଳକୁ ସିଲ କରାଯିବାର ବ୍ୟବସ୍ଥା କରାଯାଉଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୪୪୨୧ ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୫୪ ନୂଆ ମାମଲା ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ଦେଶରେ ୮ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୩୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ମଧ୍ୟ ସୂଚନା ଦେଇଛି ଗୃହ ବିଭାଗ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ୱାଲ କହିଛନ୍ତି କି, ଲକଡାଉନ ସମୟରେ ଭାରତୀୟ ରେଳର ୨୫୦୦ ବଗିରେ ୪୦ ହଜାରରୁ ଊର୍ଦ୍ଧ୍ୱ ଆଇସୋଲେସନ ଓ୍ୱାର୍ଡ ମଧ୍ୟ ଖୋଲାଯାଇଛି। ପ୍ରତିଦିନ ଭିନ୍ନ ଭିନ୍ନ ଶଯ୍ୟା ପ୍ରସ୍ତୁତ କରାଯାଉଛି। ତେବେ ଏହି ବଗି ଗୁଡ଼ିକ ଦେଶର ପ୍ରାୟ ୧୩୩ଟି ସ୍ଥାନରେ ରହିଥିବା ନେଇ ସେ ସୂଚନା ଦେଇଛନ୍ତି।