Advertisement
Article Detail0/zeeodisha/odisha670826
Zee OdishaOther Newsକରୋନାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରାଣ ଗଲେ, ପରିବାରକୁ ମିଳିବ ୫୦ ଲକ୍ଷ

କରୋନାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରାଣ ଗଲେ, ପରିବାରକୁ ମିଳିବ ୫୦ ଲକ୍ଷ

କୋରୋନା ଯୋଦ୍ଧାଙ୍କୁ ଶହୀଦ ସମ୍ମାନ

କରୋନାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରାଣ ଗଲେ, ପରିବାରକୁ ମିଳିବ ୫୦ ଲକ୍ଷ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ରୋଗୀଙ୍କ ଚିକିତ୍ସା କଲା ବେଳେ ଏହି କରୋନା ଯୋଦ୍ଧାଙ୍କର ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ସହ ମିଶି ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ଦେବେ। ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେବା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ସେ କହିଛନ୍ତି, କରୋନା ରୋଗୀଙ୍କୁ ଚିକିତ୍ସା କଲା ବେଳେ ଯଦି କୌଣସି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ ଚାଲିଯାଏ, ତା’ହେଲେ ସେମାନଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ। 

ସେହିପରି ଅବସର ଯାଏ ସେମାନଙ୍କ ପରିବାର ଲୋକଙ୍କୁ ପୂରା ଦରମା ମିଳିବ। ଏହାସହ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା କରାଯିବ। ଅନବଦ୍ୟ ତ୍ୟାଗ ପାଇଁ ପୁରସ୍କାର ସ୍କିମ କରାଯିବ। ଏହି ପୁରସ୍କାର ଜାତୀୟ ଦିବସରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।କେନ୍ଦ୍ର ସରକାର କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ପ୍ରାଣ ହରାନ୍ତି, ତା’ହେଲେ ସେମାନଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। କେନ୍ଦ୍ରର ଏହି ଅଭିଯାନରେ ଓଡ଼ିଶା ସରକାର ସାମିଲ ହୋଇ ପ୍ରାଣ ହରାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ ପୂର୍ଣ୍ଣ ଦରମା ଦେବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ମୁଖ୍ୟମନ୍ତ୍ରୀ କଡ଼ା ନିନ୍ଦା କରିଛନ୍ତି ଓ ଆକ୍ରମଣକାରୀଙ୍କୁ ଚରମ ଚେତାବନୀ ଦେଇଛନ୍ତି। ନବୀନ କହିଛନ୍ତି, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ‌ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ। ଡାକ୍ତରଙ୍କୁ ଆକ୍ରମଣ କଲେ କିମ୍ବା କାର୍ଯ୍ୟରେ ବାଧା ଦେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆକ୍ରମଣକାରୀଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗୁ କରାଯିବ। କରୋନା ଯୋଦ୍ଧାଙ୍କ ପଛରେ ସାରା ରାଜ୍ୟବାସୀ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Add Zee News as a Preferred Source
About the Author