ଅମିତ ମହାନ୍ତି, ଭୁବନେଶ୍ୱର: ପୁରାଣରେ ବର୍ଣ୍ଣିତ ରହିଛି ଯେ, ଯଦି କୌଣସି ବ୍ୟକ୍ତି ଉପରେ ମା' ଲକ୍ଷ୍ମୀଙ୍କ କୃପା ପଡେ, ସେହି ବ୍ୟକ୍ତିର ଘରୁ କେବେ ଧନ ଓ ସମୃଦ୍ଧିର କମ୍ ହୁଏ ନାହିଁ । କିନ୍ତୁ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ମା' ଲକ୍ଷ୍ମୀ କଦାପି ଗୋଟିଏ ସ୍ଥାନରେ ବେଶି ଦିନ ରୁହନ୍ତି ନାହିଁ ।
ମାନ୍ୟତା ଅନୁସାରେ ବ୍ୟକ୍ତିଙ୍କ ଜୀବନରେ ଏଭଳି କିଛି ଘଟଣା ଘଟିଥାଏ, ଯାହା ସଙ୍କେତ ଦିଏ ଯେ ଆଗାମୀ ଦିନରେ ସେହି ବ୍ୟକ୍ତିର ଜୀବନରୁ ସମସ୍ତ ଦୁଃଖ ଓ ଦୁର୍ଦ୍ଧଶା ଦୂର ହେବା ସହ ଭଲ ସମୟ ଆସିବ। ତେବେ ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡିକ ବିଷୟରେ..
- ଝାଡୁ ସହ ମା' ଲକ୍ଷ୍ମୀଙ୍କ ସମ୍ପର୍କ ଗଭୀର, ଏକଥା ସମସ୍ତଙ୍କୁ ଜଣା। ଯଦି ସକାଳୁ କେହି ଝାଡୁ ଲଗାଉଥିବା ଦେଖୁଛନ୍ତି ତେବେ ଜାଣିବେ ବହୁତ ଶୀଘ୍ର ଆପଣ ମାଲାମାଲ ବା ଧନୀ ହେବାକୁ ଯାଉଛନ୍ତି ।
- ଶଙ୍ଖ ଧ୍ୱନି ଶବ୍ଦ ଶୁଣିବା ଅର୍ଥ ହେଉଛି ମା' ଲକ୍ଷ୍ମୀଙ୍କ ଆଗମନର ସଙ୍କେତ । ଯଦି ଆପଣ ଶଙ୍ଖ ଧ୍ୱନି ଶୁଣୁଛନ୍ତି, ତେବେ ଜାଣନ୍ତୁ ଶୀଘ୍ର ଆପଣଙ୍କ ଭାଗ୍ୟ ବଦଳିବ ।
- ସକାଳ ସମୟରେ ଆଖୁ ଦେଖିବା ଶୁଭ ସଙ୍କେତ । ଯଦି ଆପଣ ସକାଳେ ଆଖୁ ଦେଖୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହେବ ।
- ମା' ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା । ଯଦି ଆପଣ ଆଖପାଖରେ ପେଚା ଦେଖୁଛନ୍ତି ତେବେ ଜାଣନ୍ତୁ ମା' ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ବହୁତ ଶୀଘ୍ର ଆପଣଙ୍କୁ ମା' ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ।
- ଯଦି ଆପଣ ପାଖଆଖରେ ସବୁଜ ସୁନ୍ଦର ଦେଖୁଛନ୍ତି, ତେବେ ଜାଣନ୍ତୁ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବାକୁ ଯାଉଛି । ଏହା ସହ ଜୀବନରେ ଦେଖା ଦେଉଥିବା ସମସ୍ତ ସମସ୍ୟା ମଧ୍ୟ ଦୂର ହେବ ।
ତେବେ ଆପଣ ମାନେ ତ ଜାଣିଲେ ମା ଲକ୍ଷ୍ମୀଙ୍କର କୃପା ଓ ଆର୍ଶିବାଦ ପାଇବା ପାଇଁ ଆପଣ ମାନଙ୍କୁ କେଉଁ କେଉଁ ଶୁଭ କାର୍ଯ୍ୟ କିମ୍ଭା ଶୁଭ ମୂହୂର୍ତ୍ତକୁ ଅପେକ୍ଷା କରିବାକୁ ପଡିବ ଏବେ ଆପଣ ନିଜେ ବିଚାର କରନ୍ତୁ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ଅଛି କି ନାହିଁ ?