• ବାହାଘର ପୂର୍ବରୁ ବର ଉପରକୁ ଗୁଳିମାଡ଼। ଖଲିକୋଟ ଅଞ୍ଚଳର ଘଟଣା॥
  • ବିଜେପି ସାଂସଦ ତଥା ଅଭିନେତା ସନି ଦେଓଲଙ୍କୁ କୋରୋନା।ସୂଚନା ଦେଲେ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ॥
  • ବଲାଙ୍ଗିର ପାଟଣାଗଡ଼ ତମିଆଁ ପୋଲ ଭୁଶୁଡ଼ିବା ଘଟଣା, କଟକ ଭିଜିଲାନ୍ସ ଟେକ୍ନିକାଲ୍ ଟିମ୍‌ର ତଦନ୍ତ ଆରମ୍ଭ
  • IndvsAUS: ତୃତୀୟ ଦିନିକିଆରେ ଭାରତର ବିଜୟ ଜାରି, ଟସ ଜିତି ବ୍ୟାଟିଂ ନିଷ୍ପତ୍ତି
  • ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୬,୬୦୪ ନୂଆ ଆକ୍ରାନ୍ତି ଚିହ୍ନଟ। ୫୦୧ ଜଣଙ୍କ ମୃତ୍ୟୁ ॥
  • ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୯୯,୪୧୪ ଛୁଇଁଲା॥

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି, ୨ରୁ ଅଧିକ ସନ୍ତାନ ଜନ୍ମ କଲେ ମିଳିବନି ସରକାରୀ ଚାକିରୀ

ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଆସାମରେ ବିଜେପି ସରକାରର ବଡ଼ ପଦକ୍ଷେପ । ଯେଉଁମାନଙ୍କ ୨ରୁ ଅଧିକ ସନ୍ତାନ ରହିଛି, ତାଙ୍କୁ ସରକାରୀ ଚାକିରୀ ମିଳିବ ନାହିଁ । ୨୦୨୧ ଜାନୁୟାରୀ ୧ ପରେ ନିଷ୍ପତ୍ତି ଲାଗୁ ହେବ ବୋଲି କହିଛନ୍ତି ଆସାମର ସର୍ବାନନ୍ଦ ସୋନୋୱାଲ ସରକାର । 

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି, ୨ରୁ ଅଧିକ ସନ୍ତାନ ଜନ୍ମ କଲେ ମିଳିବନି ସରକାରୀ ଚାକିରୀ
ପ୍ରତୀକାତ୍ମକ ଫଟୋ

ଗୌହାଟି: ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଆସାମରେ ବିଜେପି ସରକାରର ବଡ଼ ପଦକ୍ଷେପ । ଯେଉଁମାନଙ୍କ ୨ରୁ ଅଧିକ ସନ୍ତାନ ରହିଛି, ତାଙ୍କୁ ସରକାରୀ ଚାକିରୀ ମିଳିବ ନାହିଁ । ୨୦୨୧ ଜାନୁୟାରୀ ୧ ପରେ ନିଷ୍ପତ୍ତି ଲାଗୁ ହେବ ବୋଲି କହିଛନ୍ତି ଆସାମର ସର୍ବାନନ୍ଦ ସୋନୋୱାଲ ସରକାର । 

ସୋମବାର ଆମାମ ସରକାରଙ୍କ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।  ଜନସମ୍ପର୍କ ବିଭାଗ ତରଫରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶ ଅନୁସାରେ ଯେଉଁମାନଙ୍କ ୨ରୁ ଅଧିକ ସନ୍ତାନ ରହିଛି ୨୦୨୧ ଜାନୁୟାରୀ ୧ ପରେ ସରକାରୀ ଚାକିରୀ ପାଇଁ ସେମାନଙ୍କୁ ଯୋଗ୍ୟ ବିବେଚିତ କରାଯିବ ନାହିଁ ।

୨୦୧୭ ସେପ୍ଟେମ୍ବରରେ ଆସାମ ବିଧାନସଭାରେ ଜନସଂଖ୍ୟା ଓ ମହିଳା ସଶକ୍ତିକରଣ ନୀତି ପାସ କରାଯାଇଥିଲା । ଏହି ନୀତି ଅନୁସାରେ ସରକାରୀ ଚାକିରୀ ପାଇଁ ଆବେଦନ କରୁଥିବା ସେହି ବ୍ୟକ୍ତିଙ୍କ ପ୍ରାର୍ଥୀତ୍ୱଙ୍କୁ ଯୋଗ୍ୟ ବିବେଚିତ କରାଯିବ, ଯେଉଁମାନଙ୍କ କେବଳ ୨ଟି ସନ୍ତାନ ରହିଛି । ଏହାସହ ବର୍ତ୍ତମାନର କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଏହି ନୀତି ପାଳନ କରିବେ । 

ଶ୍ରମିକଙ୍କୁ ୩ ବିଘା ଜମି ମିଳିବ
କ୍ୟାବିନେଟ ବୈଠକରେ ନୂଆ ଭୂମିଗତ ନୀତିକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି । ଏହି ନୀତି ଅନ୍ତର୍ଗତ ଯେଉଁମାନେ ଆସାମର ମୂଳ ନିବାସୀ କିନ୍ତୁ ସେମାନଙ୍କ ପାଖରେ ଜମି ନାହିଁ  । ସେମାନଙ୍କୁ ସରକାରୀଙ୍କ ତରଫରୁ ଜମି ଦିଆଯିବ  ।  ଏହାସହ ସରକାର ଘର ନିର୍ମାଣ କରିବା ପାଇଁ ମଧ୍ୟ ଜମି ଦେବ । ସରକାରଙ୍କ ଆଦେଶାନୁସାରେ, ଏହି ଯୋଜନାର ଲାଭ ଉଠାଉଥିବା ବ୍ୟକ୍ତିମାନେ ଆଗାମୀ ୧୫ ବର୍ଷ ଯାଏ ଏହି ଜମିକୁ ବିକ୍ରି କରି ପାରିବେ ନାହିଁ  । ଏହି ବୈଠକରେ ବସ ଭଡ଼ା ୨୫ ପ୍ରତିଶତ ବୃଦ୍ଧି କରାଯିବାର ନିଷ୍ପତ୍ତି ନିଆଯାଇଛି  ।