• ରାତି ପାହିଲେ ଗଣତନ୍ତ୍ର ଦିବସ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ।
  • ଅଭିନେତା ଶାନ୍ତି ମିଶ୍ରଙ୍କ ପରଲୋକ ।
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • ରାଜ୍ୟରେ ହୁ ହୁ ହୋଇ ବଢୁଛି ତେଲ ଦର । ମାଲକାନଗିରିରେ ୯୧ ଛୁଇଁଲା ତେଲ । ରାଜଧାନୀରେ ୮୫ ପାର ।
  • ଲଦାଖରେ ଚୀନ ସେନାର ଅନୁପ୍ରବେଶ । ଭାରତୀୟ ସୀମା ମଧ୍ୟରେ ଥିବା ରାସ୍ତା ବ୍ୟବହାର କରୁଥିବା ନେଇ ଲଦାଖବାସୀଙ୍କ ସୂଚନା ।
  • ଭାରତ-ଚୀନ କର୍ପ୍‌ସ କମାଣ୍ଡର ସ୍ତରୀୟ ବୈଠକ ଶେଷ । ମୋଲ୍‌ଡୋରେ ୧୫ ଘଣ୍ଟା ଧରି ଚାଲିଥିଲା ନବମ ପର୍ଯ୍ୟାୟ ଦ୍ବିପାକ୍ଷିକ କଥାବାର୍ତ୍ତା ।

ଥମୁନି ମାନବ ଚାଲାଣ, ବାଲିଗୁଡାରୁ ୧୯ ଉଦ୍ଧାର

ପୋଲିସ ଉଦ୍ଧାର କରିଥିବା ୧୯ ଜଣଙ୍କ ମଧ୍ୟରୁ ୭ ଜଣ ଯୁବକ, ୧୨ ମହିଳା ଓ ଯୁବତୀ ଏବଂ ୩ ଜଣ ନାବାଳକ ରହିଛନ୍ତି । 

 ଥମୁନି ମାନବ ଚାଲାଣ, ବାଲିଗୁଡାରୁ ୧୯ ଉଦ୍ଧାର
illegal human trafficking in baliguda

ଚିତ୍ତରଞ୍ଜନ ନାୟକ, କନ୍ଧମାଳ: ମାନବ ଚାଲାଣ । ଦେଶରେ ଏକ ବଡ ସମସ୍ୟା ଭାବରେ ଏହା ଉଭା ହୋଇଛି । ଏକ ସୁସ୍ଥସମାଜ ପାଇଁ ଏହା ବାଧକ ସାଜୁଛି । ସରକାରୀ ଓ ପ୍ରଶାସନିକ ସ୍ତରରେ ଯେତେ କାର୍ଯ୍ୟାନୁଷ୍ଠାନ ନେଲେ ବି ଫଳ ଶୂନ । ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି ମଣିଷ । ଏମାନଙ୍କ ମଧ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବି କିଛି କମନୁହେଁ । ଏବେ ବାଲିଗୁଡାରୁ ୧୯ ଜଣଙ୍କୁ ଉଦ୍ଧାର କରାଯିବା ପରେ ଓଡିଶାରେ ମାନବ ଚାଲାଣର ସ୍ଥିତି ନେଇ ତାଜା ଚିତ୍ର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ରବିବାର ବାଲିଗୁଡା ଅଞ୍ଚଳରୁ ମାନବ ଚାଲାଣ ହେଉଥିବା କୌଣସି ସୂତ୍ରରୁ ସ୍ଥାନୀୟ ପୋଲିସକୁ ଖବର ମିଳିଥିଲା । ଆଉ ଏହାପରେ ବାଲିଗୁଡା ବସଷ୍ଟାଣ୍ଡରେ ଚଢଉ କରି ୧୯ ଜଣଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏହାସହ ଏମାନଙ୍କୁ ଚାଲାଣ କରୁଥିବା ଦଲାଲକୁ ଗିରଫ କରାଯାଇଛି । ଅଭିଯୁକ୍ତର ନାଁ ଆଶୁତୋଷ ଗଜେ । ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି । 

ପୋଲିସର ସୂଚନା ହିସାବରେ, ଅଭିଯୁକ୍ତ ଆଶୁତୋଷ ରାୟଗଡ଼ାର ଦୁର୍ଗମ ଅଞ୍ଚଳରୁ ୧୯ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏବଂ ନାବାଳକ ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଥିଲା । ଭାୟା ବାଲିଗୁଡା ଦେଇ ବାହାର ରାଜ୍ୟକୁ ପଠାଇବାର ଯୋଜନା କରିଥିଲା ଆଶୁତୋଷ । ଆଉ ଏଥିପାଇଁ ଚାଲାଣ ହେବାକୁ ଥିବା ସମସ୍ତ ୧୯ ଜଣ ବାଲିଗୁଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ଆଶୁତୋଷ ବି ଏମାନଙ୍କ ସାଙ୍ଗରେ ରହିଥିଲା । 

ତେବେ ପୋଲିସ ଉଦ୍ଧାର କରିଥିବା ୧୯ ଜଣଙ୍କ ମଧ୍ୟରୁ ୭ ଜଣ ଯୁବକ, ୧୨ ମହିଳା ଓ ଯୁବତୀ ଏବଂ ୩ ଜଣ ନାବାଳକ ରହିଛନ୍ତି । ସେମାନଙ୍କୁ ସୁଧାର ଗୃହକୁ ପଠାଯାଇଛି । ଘଟଣାରେ ଆଉ କେଉଁମାନଙ୍କ ହାତ ରହିଛି, ତାକୁ ନେଇ ତଦନ୍ତ କରୁଛି ବାଲିଗୁଡା ପୋଲିସ ।  

କହିରଖୁଛି, ଗତ ଜାନୁଆରୀରେ ମାନବ ଚାଲାଣ ନେଇ ଚିନ୍ତାବ୍ୟକ୍ତ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କହିଥିଲେ, ଦେଶରେ ମାନବ ଚାଲାଣ ଏକ ବଡ଼ ସମସ୍ୟା । 
ଓଡିଶାରୁ ବହୁ ସଂଖ୍ୟାରେ ଅନ୍ୟ ରାଜ୍ୟକୁ ମାନବ ଚାଲାଣ ହେଉଛି। ଏକ ସୁସ୍ଥ ସମାଜ ଗଠନରେ ଏହା ବାଧକ ସାଜୁଛି। ତେଣୁ ସୁସ୍ଥ ସମାଜ ପାଇଁ ମାନବ ଚାଲାଣକୁ ରୋକିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ ରାଜ୍ୟପାଳ ।