)
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଲିଗଡ଼ରେ ପୁଣି ଥରେ ପୋଲିସ କର୍ମୀଙ୍କ ଉପରକୁ ଆକ୍ରମଣ କରାଯାଇଛି। ଲକଡାଉନ ସମୟରେ ଆଲିଗଡ଼ର ଭୋଜପୁରା ଅଞ୍ଚଳରେ କିଛି ପରିବା ବ୍ୟବସାୟୀଙ୍କୁ ହଟାଇବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଏହି ପୋଲିସ କର୍ମୀ। ପୋଲିସ କର୍ମୀଙ୍କ ଉପରକୁ ସେଠାରେ ବ୍ୟବସାୟ କରୁଥିବା କିଛି ପରିବା ବିକାଳୀ ଆକ୍ରମଣ କରିଥିବା ସୂଚନା ମିଳିଛି।
ତେବେ ଏହି ଆକ୍ରମଣ ଖବର ପ୍ରଚାର ହେବା କ୍ଷଣି ଘଟଣାସ୍ଥଳରେ ବ୍ୟାପକ ପରିମାଣରେ ପୋଲିସଙ୍କୁ ନିୟୋଜନ କରାଯାଇଥିଲା। ଏହା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ମିଳିଥିବା ସୂଚନା ମୁତାବକ ଲକଡାଉନ ସମୟରେ ସକାଳ ୬ଟାରୁ ଆରମ୍ଭ କରି ୧୦ଟା ପର୍ଯ୍ୟନ୍ତ ବ୍ୟବସାୟ କରିବାକୁ ପରିବା ବିକାଳୀଙ୍କୁ ଅନୁମତି ମିଳିଛି। ଏହି ସମୟରେ ସାଧାରଣ ଲୋକମାନେ ମଧ୍ୟ ନିଜର ଆବଶ୍ୟକୀୟ ସାମଗ୍ରୀକୁ ମଧ୍ୟ ନେଇ ପାରିବେ। ମାତ୍ର ଆଜି ଆଲିଗଡ଼ ଅଞ୍ଚଳରେ ସକାଳ ୧୦ଟା ପରେ ଘଟଣାସ୍ଥଳରେ ପୋଲିସ ଯାଞ୍ଚ ପାଇଁ ଯାଇଥିଲା।
ସେଠାରେ ପରିବା ବିକାଳୀଙ୍କୁ ଦୋକାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ମାତ୍ର ଏଥିରେ ଉତକ୍ଷୀପ୍ତ ହୋଇ ସେଠାରେ ବ୍ୟବସାୟ କରୁଥିବା ଲୋକମାନେ ପୋଲିସ ଉପରକୁ ଢେଲାମାଡ଼ କରିଥିଲେ। ତେବେ ଘଟଣା ସ୍ଥଳରେ କିଛି ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି। ସୂଚନା ପାଇଁ ପୋଲିସ କର୍ମୀ ମାନେ ଆସି ପହଞ୍ଚିଥିଲେ। ଏପରିକି ଆକ୍ରମଣକାରୀଙ୍କୁ ଖୋଜିବା ଆରମ୍ଭ କରିଦେଇଥିବା ସୂଚନା ରହିଛି।
ଏପରିକି ସେଠାରେ ପୋଲିସ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ରହିଛି।କୁହାଯାଉଛି ଯେ ଆକ୍ରମଣାକାରୀମାନେ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ଜଣାପଡ଼ିଛି। ସୂଚନାମୁତାବକ ସୋମବାର ଏହି ଜିଲ୍ଲାରେ ଡଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ କୋରୋନା ମୃତ୍ୟୁ ହୋଇ ଯାଇଛି। ସେହିପରି ଉକ୍ତ ମୃତକଙ୍କ ସମ୍ପର୍କୀୟମାନେ ମଧ୍ୟ କୋରୋନା ପଜିଟିଭି ଆସିଥିବା ସୂଚନା ରହିଛି। ଫଳରେ ଏହି ଅଞ୍ଚଳକୁ ଏକ ପ୍ରକାର ସିଲ ମଧ୍ୟ କରିଦେଇଛି। ବ୍ୟବସାୟ ପାଇଁ ସମୟ ମଧ୍ୟ ନିର୍ଦ୍ଧାରିତ କରିଦେଇଛି।