କାଶ୍ମୀରରେ SMS ସେବା
Advertisement
Article Detail0/zeeodisha/odisha618030

କାଶ୍ମୀରରେ SMS ସେବା

ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀ ଆକ୍ରମଣ, ଅନୁପ୍ରବେଶ କମିଥିବାବେଳେ ଅସ୍ତ୍ରବିରତି ଉଲ୍ଲଂଘନ ବୃଦ୍ଧି ପାଇଥିବା ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କାଶ୍ମୀରରେ SMS ସେବା

ବିକ୍ରମ ସାହୁ, ନୂଆଦିଲ୍ଲୀ: ଆଜି ରାତି ୧୨ଟାରୁ କାଶ୍ମୀରରେ SMS ସେବା ଆରମ୍ଭ ହେବା ସହ ଆଂଶିକ ଭାବରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ହେବାକୁ ଯାଉଛି । ଏହାସହିତ କାଶ୍ମୀରରେ ସ୍କୁଲ ଓ କଲେଜରେ ମଧ୍ୟ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ହେବ । ଗତ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ବ୍ରଡବ୍ୟାଣ୍ଡ ଓ ମେଜେଜ ସର୍ଭିସ ବନ୍ଦ କରାଯାଇଥିଲା । ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀ ଆକ୍ରମଣ, ଅନୁପ୍ରବେଶ କମିଥିବାବେଳେ ଅସ୍ତ୍ରବିରତି ଉଲ୍ଲଂଘନ ବୃଦ୍ଧି ପାଇଥିବା ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା ୩ ଶହରୁ ୨୫୦କୁ କମିଛି ବୋଲି ଜମ୍ମୁ କାଶ୍ମୀର ଡିଜିପି ଦୀଲବାଗ ସିଂହ କହିଛନ୍ତି । କାଶ୍ମୀରରେ ସୁରକ୍ଷାବଳକୁ ଶକ୍ତିଶାଳୀ କରିବା ପାଇଁ ୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ପୋଲିସକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଥିବା ସେ କହିଛନ୍ତି । ସେପଟେ ପାକିସ୍ତାନ ପଟୁ ଅନୁପ୍ରବେଶ ରୋକିବା ପାଇଁ କରାଯାଇଥିବା ବାରୁଦ ସୁଡଙ୍ଗରେ ବିସ୍ଫୋରଣ ଯୋଗୁଁ ପୁଞ୍ଛ ଜିଲ୍ଲାରେ ଜଣେ ଯୁବକ ଆହତ ହୋଇଥିବା ଜଣା ପଡ଼ିଛି । ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପାଇଁ ସୁଡଙ୍ଗ ମଧ୍ୟରେ ବାରୁଦ ରଖାଯାଇଥାଏ । ବର୍ଷା ହେଲେ ବାରୁଦ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବା ସହ କେବେ କେବେ ବିସ୍ଫୋରଣ ହୋଇଥାଏ ବୋଲି ସେନା ପକ୍ଷରୁ କୁହାଯାଇଛି ।