• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ମ୍ୟାଲେରିଆ କ୍ଷେତ୍ରରେ ଦୁନିଆରେ ଭାରତର ସ୍ଥାନ ୪ର୍ଥ

 ଭାରତ ମ୍ୟାଲେରିଆ ସଂକ୍ରମଣ କ୍ଷେତ୍ରରେ ୪ର୍ଥ ସ୍ଥାନରେ ଥିବା ବେଳେ କେବଳ ଆଫ୍ରିକିଆନ ଦେଶ ନାଇଜେରିଆ, କାଙ୍ଗୋ  ଏବଂ ମୋଜମ୍ପିକ୍ ଠାରୁ ଭାରତ ପଛରେ ଅଛି ।

ମ୍ୟାଲେରିଆ କ୍ଷେତ୍ରରେ ଦୁନିଆରେ ଭାରତର ସ୍ଥାନ ୪ର୍ଥ

ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ଦ ଲ୍ୟାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ୨୦୧୭ରେ ମଶା କାମୁଡିବା ଦ୍ୱାରା ହେଉଥିବା ଘାତକ ରୋଗ ମ୍ୟାଲେରିଆ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନରେ ରହିଛି । ଦୁନିଆରେ ଘଟୁଥିବା ଅଧିକାଂଶ ଘଟଣାରେ ୪ ପ୍ରତିଶତ ଘଟଣା ଭାରତ ସାମ୍ନାକୁ ଆସୁଛି । ରିପୋର୍ଟ ମୁତାବକ ୨୦୧୭ରେ ଦୁନିଆରେ ଜଣାପଡିଥିବା ମ୍ୟାଲେରିଆର ମୋଟ ୨୧.୯ କୋଟି ଘଟଣା ମଧ୍ୟରୁ ଭାରତ ପାଖାପାଖି ଏକ କୋଟି ଘଟଣାରେ ସାମିଲ ରହିଛି । ଏହିପରି ଭାରତ ମ୍ୟାଲେରିଆ ସଂକ୍ରମଣ କ୍ଷେତ୍ରରେ ୪ର୍ଥ ସ୍ଥାନରେ ଥିବା ବେଳେ କେବଳ ଆଫ୍ରିକିଆନ ଦେଶ ନାଇଜେରିଆ, କାଙ୍ଗୋ ଲୋକତନ୍ତ୍ରିକ ଗଣରାଜ୍ୟ ଏବଂ ମୋଜମ୍ପିକ୍ ଠାରୁ ଭାରତ ପଛରେ ଅଛି । 

ଏହି ରିପୋର୍ଟ ୪୦ରୁ ଅଧିକ ବିଶେଷଜ୍ଞଙ୍କ ଦ୍ୱାରା ତିଆରି ହୋଇଛି । ଯେଉଁଥିରେ ବିଶେଷଜ୍ଞ ବାୟୋମେଡିକାଲ୍ ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ନିତି ବିଶେଷଜ୍ଞ ସମାଲି ଥିଲେ । ରିପୋର୍ଟ ତିଆରି କରିଥିବା ବିଶେଷଜ୍ଞ ନୂଆ ମୋଡାଲିଟି ଟେକନିକ୍ ପ୍ରୟୋଗ କରିଛନ୍ତି । ଏବଂ ଅନୁମାନ କରିଛନ୍ତି ୨୦୩୦ରୁ ୨୦୫୦ ଯାଏଁ ସମୟ ବେଳକୁ ମ୍ୟାଲେରିଆର ରୁପ କିପରି ରହିବ ।

ସେମାନଙ୍କ ବିଶ୍ଳେଷଣରୁ ସଙ୍କେତ ମିଳିଛି କି ସାମାଜିକ ଓ ଆର୍ଥିକ ପରିବେଶ ନିୟନ୍ତ୍ରଣର ମିଳିତ ପ୍ରଭାବରୁ ଏହି ମ୍ୟାଲେରିଆ ସଂକ୍ରମଣ କମ୍ ହେବ । ରିପୋର୍ଟ ମୁତାବକ ଭାରତ, ପୂର୍ବ ଇଣ୍ଡୋନେସିଆ ଏବଂ ପାପୁଆ ନ୍ୟୁଗିନିରେ ୨୦୩୦ ସୁଦ୍ଧା ମ୍ୟାଲେରିଆ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଛି । 

Tags: