ପିଏମ ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବନ୍ଧୁତ୍ୱ, ଦେଶ ପାଇ ଭଲ ପାକିସ୍ତାନ ପାଇଁ କାଳ!
Advertisement

ପିଏମ ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବନ୍ଧୁତ୍ୱ, ଦେଶ ପାଇ ଭଲ ପାକିସ୍ତାନ ପାଇଁ କାଳ!

ବିଗତ ଦିନରେ ଭାରତ ଗସ୍ତରେ ଆସିଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ତାମିଲନାଡୁର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିଲା ଅନୌପଚାରିକ ଶିଖର ବାର୍ତ୍ତା  । ଦୁହେଁଙ୍କ ମଧ୍ୟରେ ଚେନ୍ନାଇର କୋବ୍ ରିସର୍ଟରେ ବହୁ ଗୁରୁତ୍ୱ ବିଷୟରେ ଆଲୋଚନା ହୋଇଥିଲା  । ସେହି ବିଷୟରେ ଆମେ ଆପଣଙ୍କୁ ବିସ୍ତୃତ ଭାବେ କହିବାକୁ ଯାଉଛୁ...

  • ବିଗତ ଦିନରେ ଭାରତ ଗସ୍ତରେ ଆସିଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।
  • ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିଲା ଅନୌପଚାରିକ ଶିଖର ବାର୍ତ୍ତା  ।
  • ଉଭୟ ବିଶ୍ୱନେତା ଆତଙ୍କବାଦ ବିରୋଧରେ ଏକାଠି ହୋଇ ଲଢିବା ପାଇଁ ସହମତି ପ୍ରକାଶ କରିଥିଲେ ।

Trending Photos

ପିଏମ ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବନ୍ଧୁତ୍ୱ, ଦେଶ ପାଇ ଭଲ ପାକିସ୍ତାନ ପାଇଁ କାଳ!

ନୂଆଦିଲ୍ଲୀ: ବିଗତ ଦିନରେ ଭାରତ ଗସ୍ତରେ ଆସିଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ତାମିଲନାଡୁର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିଲା ଅନୌପଚାରିକ ଶିଖର ବାର୍ତ୍ତା  । ଦୁହେଁଙ୍କ ମଧ୍ୟରେ ଚେନ୍ନାଇର କୋବ୍ ରିସର୍ଟରେ ବହୁ ଗୁରୁତ୍ୱ ବିଷୟରେ ଆଲୋଚନା ହୋଇଥିଲା  । ସେହି ବିଷୟରେ ଆମେ ଆପଣଙ୍କୁ ବିସ୍ତୃତ ଭାବେ କହିବାକୁ ଯାଉଛୁ...

ମୋଦି ଚୀନର ୭୦ତମ ବର୍ଷପୂର୍ତ୍ତି ଅବସରରେ ପ୍ରଥମେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଭାରତ-ଚୀନ ମଧ୍ୟର ୨ ହଜାର ବର୍ଷ ପୁରୁଣା ସମ୍ପର୍କ ଉପରେ ମନକୁ ଛୁଇଁବା ଭଳି କଥାମାନ କହିଥିଲେ । ନିର୍ଦ୍ଦିଷ୍ଟ କେତେକ କ୍ଷେତ୍ରକୁ ଛାଡ଼ିଦେଲେ, ଅନ୍ୟ କ୍ଷେତ୍ରରେ ଉଭୟ ଭାରତ ଓ ଚୀନ ଦୁନିଆର ଆର୍ଥିକ ଶକ୍ତି ହୋଇ ରହିଆସିଛି ।  ଚଳିତ ଶତାବ୍ଦୀରେ ଆମେ ପୁଣି ଏକା ସାଙ୍ଗରେ ସେହି ସ୍ଥିତିକୁ ପ୍ରାପ୍ତ କରୁଛୁ । 

ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟ ମୋଦିଙ୍କ ସ୍ୱାଗତ ସତ୍କାରକୁ ଭୁରି ଭୁରି ପ୍ରଶଂସା କରିଥିଲେ ।  ସେ କହିଥିଲେ, ତାଙ୍କୁ ଭାରତରେ ଅଭୂତପୂର୍ବ ସମ୍ମାନ ମିଳିଛି ।  ଏହାସହ ଦୁଇ ବିଶ୍ୱନେତାଙ୍କ ମଧ୍ୟରେ ବ୍ୟବସାୟ ଓ ସଂସ୍କୃତିକୁ ନେଇ ଆଲୋଚନା ହୋଇଥିଲା ।  ତା'ପରେ ସବୁଠାରୁ ବଡ଼ ପ୍ରସଙ୍ଗର ପାଳି ଆସିଥିଲା ।  ଯାହା ଉପରେ ଭାରତ ବିଶେଷ ଭାବେ ଚୀନ ସହ ଗମ୍ଭୀର ଆଲୋଚନା କରିବାକୁ ଚାହୁଁଥିଲା । ତାହା ହେଉଛି ଆତଙ୍କବାଦ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ।  

ଉଭୟ ବିଶ୍ୱନେତା ଆତଙ୍କବାଦ ବିରୋଧରେ ଏକାଠି ହୋଇ ଲଢିବା ପାଇଁ ସହମତି ପ୍ରକାଶ କରିଥିଲେ ।  ବର୍ତ୍ତମାନ ଦୁନିଆର ଶାନ୍ତି ପାଇଁ ଆତଙ୍କବାଦ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।  ଆଉଁ ଏହାର ମୁକାବିଲା ପାଇଁ ଉପାୟ ଭାରତ ଓ ଚୀନ ପରେ ରାଷ୍ଟ୍ରକୁ ଆଗକୁ ଆଗେଇ ଆସିବାକୁ ପଡ଼ିବ ।  

ଦୁଇ ରାଷ୍ଟ୍ରକୁ ଆତଙ୍କବାଦ ଭଳି ବଡ ସଙ୍କଟର ମୁକାବିଲା କରିବା ଆବଶ୍ୟକ  । ଜଟିଳ ଦୁନିଆରେ ଯେଉଁଠି ଆମ ସମାଜ ବିବିଧତାରେ ଭରି ରହିଛି  ।  ଦୁଇ ନେତା ଯେଉଁ ଦେଶରୁ ଆସନ୍ତି, ସେହି ଦେଶର କ୍ଷେତ୍ରଫଳ ଓ ଜନସଂଖ୍ୟାର ଦୃଷ୍ଟିରୁ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ଅଲଗା  । ଏହା ବ୍ୟତୀତ ଦୁଇଦେଶ ବିବିଧତାରେ ମଧ୍ୟ ଆଗରେ ।  
ଆତଙ୍କବାଦ ଉପରେ ଏହି ଆଲୋଚନା ଏତିକିରେ ଶେଷ ହୋଇ ନ ଥିଲା  ।  ପିଏମ ମୋଦି ଚୀନ ରାଷ୍ଟ୍ରପତିଙ୍କ ଆଗରେ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ଓ ଆତଙ୍କବାଦୀ ସଂଗଠନ ଲଶକର ଓ ଜୈଶର ଷଡ଼ଯନ୍ତ୍ର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ  । ଏହାସହ ଚୀନ ଆଗରେ ପାକିସ୍ତାନର ଆତଙ୍କର ଚେହେରାକୁ ପୂରା ଖୋଲି ଦେଇଥିଲା ଭାରତ  ।  
କୋବ ରିସର୍ଟରେ ମୋଦି-ଜିନପିଙ୍ଗଙ୍କ ଏହି ଆଲୋଚନାକୁ ନେଇ ପାକିସ୍ତାନ ବହୁତ ବିବ୍ରତ ହୋଇଉଠିଛି । କାରଣ ପାକିସ୍ତାନର ସମସ୍ତ ଆତଙ୍କୀ କାର୍ଯ୍ୟକଳାପକୁ ଚୀନ ବର୍ତ୍ତମାନ ଯାଏଁ ଜାତିସଂଘ ମଞ୍ଚରେ ପରଦା ପକାଇ ଆସୁଥିଲା । ତେବେ ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବେଜିଂ ଗସ୍ତରେ ଯାଇ ଆସିଥିଲେ  । ଏନେଇ ସାକ୍ଷାତ ଆଲୋଚନା ବେଳେ ଖୋଦ୍ ଜିନପିଙ୍ଗ୍ ପିଏମ ମୋଦିଙ୍କୁ ଜଣାଇଥିଲେ  ।  

ଆସନ୍ତୁ ଏବେ ଜାଣିବା ଆତଙ୍କବାଦକୁ ନେଇ ଭାରତ-ଚୀନ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାର କିଛି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ....
ପ୍ରଥମ ବଡ଼ କଥା, ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେଲେ ଭାରତର ସାଥ୍ ଚୀନ ଦେଇପାରେ ।  
ଦ୍ୱିତୀୟ ବଡ଼ କଥା, ଆତଙ୍କବାଦ ଷଡ଼ଯନ୍ତ୍ର କ୍ଷେତ୍ରରେ ଏଣିକି ପାକିସ୍ତାନକୁ ଆଉ ଚୀନର କୌଣସି କୂଟନୈତିକ ସମର୍ଥନ ମିଳିବନି ।  
ତୃତୀୟ ବଡ଼ କଥା, ପାକିସ୍ତାନ ଯଦି ଆଗକୁ ଭାରତରେ ପୁଲୱାମା ଭଳି ଆତଙ୍କବାଦୀ ଆକ୍ରମଣ କରାଇବ, ତେବେ ଏଥର ସ୍ୱୟଂ ଚୀନ ପାକିସ୍ତାନକୁ କଡ଼ା ଜବାବ ଦେଇପାରେ ।  ଜାହା ପାକିସ୍ତାନର ନିଦ ହଜାଇ ଦେଇଛି  ।