Advertisement
Article Detail0/zeeodisha/odisha693916
Zee OdishaOther Newsବିବାଦୀୟ ନକ୍ସା ମାମଲା: ଭାରତର ଚେତାବନୀ ସତ୍ତ୍ୱେ ନେପାଳ ସଂସଦରେ ଚର୍ଚ୍ଚା ଜାରି

ବିବାଦୀୟ ନକ୍ସା ମାମଲା: ଭାରତର ଚେତାବନୀ ସତ୍ତ୍ୱେ ନେପାଳ ସଂସଦରେ ଚର୍ଚ୍ଚା ଜାରି

ଭାରତର ଚେତାବନୀ ସତ୍ତ୍ୱେ ବିବାଦୀୟ ନକ୍ସା ମାମଲା ପ୍ରସଙ୍ଗଲରେ ନେପାଳ ସଂସଦରେ ଚର୍ଚ୍ଚା ଜାରି ରହିଛି |

ବିବାଦୀୟ ନକ୍ସା ମାମଲା: ଭାରତର ଚେତାବନୀ ସତ୍ତ୍ୱେ ନେପାଳ ସଂସଦରେ ଚର୍ଚ୍ଚା ଜାରି

କାଠମାଣ୍ଡୁ: ଲିପୁଲେଖ, କାଲାପାନି, ଲିମ୍ପିୟାଧୁରା ପ୍ରଭୂତି ଭାରତୀୟ ଅଞ୍ଚଳକୁ ଦେଶର ନୂତନ ମାନଚିତ୍ରରେ ସ୍ଥାନ ଦେବାକୁ ନେଇ ନେପାଳକୁ ଚେତାବନୀ ଦେଇଥିଲା ଭାରତ | ମାତ୍ର ଏହାକୁ ବେଖାତିର କରି ଦେଶର ଜାତୀୟ ସଂସଦରେ ଏ ପ୍ରସଙ୍ଗରେ ଆରମ୍ଭ ହୋଇଛି ଆଲୋଚନା | 

ନେପାଳ ସରକାରଙ୍କ ଆଇନ, ନ୍ୟାୟ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶିବମାୟା ୟୁମ୍ଭାଗଫେ ଦେଶର ନୂତନ ମାନଚିତ୍ରକୁ ବଦଳାଇବା ପାଇଁ ସମ୍ବିଧାନ ସଂଶୋଧନ ବିଧେୟକକୁ ସଂସଦରେ ଉପସ୍ଥାପିତ କରିଥିଲେ |  ଗତ ମାସରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସଂସଦରେ ଉପସ୍ଥାପିତ ହେବାର ଥିଲା | ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସର୍ବଦଳୀୟ ବୈଠକ ଆୟୋଜିତ ହେବା ନେଇ ଚାହୁଁଥିଲେ |    

ଏହି ବିଧେୟକରେ ନେପାଳ ସମ୍ବିଧାନର ତୃତୀୟ ଅନୁସୂଚୀରେ ଦେଶର ରାଜନୈତିକତ ମାନଚିତ୍ର ପରିବର୍ତ୍ତନ କରିବା ପ୍ରସଙ୍ଗ ରହିଛି | ସମ୍ବିଧାନ ସଂଶୋଧନ ପାଇଁ ସଂସଦରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ | ଦେଶର ମାନଚିତ୍ର ପରିବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି ଏବଂ ବିରୋଧି ଦଳର ସଦସ୍ୟ |  

Add Zee News as a Preferred Source

ଭାରତର ଆପତ୍ତି ସତ୍ତ୍ୱେ ଦେଶର ମାନଚିତ୍ର ପରିବର୍ତ୍ତନ କରିବା ପ୍ରସଙ୍ଗରେ ଲାଗି ପଡିଛନ୍ତି ନେପାଳ ସରକାର | ଆଉ ଦେଶର ସମ୍ବିଧାନ ସଂଶୋଧନ ବିଧେୟକ ମଧ୍ୟ ଦେଶୀୟ ସଂସଦରେ  ଉପସ୍ଥାପନ କରିଛନ୍ତି |