ଏହି ଗାଁରେ ୩ ଦିନ ଧରି ପାଳନ ହୁଏ ଦୀପାବଳି ପର୍ବ
topStories0hindi590235

ଏହି ଗାଁରେ ୩ ଦିନ ଧରି ପାଳନ ହୁଏ ଦୀପାବଳି ପର୍ବ

ଆଲୋକର ପର୍ବ ଦିପାବଳୀ ପାଇଁ ସାରା ଦେଶରେ ଉତ୍ସବର ମାହୋଲ ଦେଖାଯାଇଛି। ବିଭିନ୍ନ ସଂପ୍ରଦାୟର ଲୋକେ ନିଜ ନିଜ ଶୈଳୀରେଏହି ପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ ମହାନ୍ତ ସମ୍ପ୍ରଦାୟର ଲୋକ ମାନେ ବିଶେଷ ଭାବେ ଏହି ପର୍ବ ପାଳନ କରନ୍ତି। ରୀତିନୀତି ଅନୁସାରେ ଏହି ପୂଜା ୩ ଦିନ ଧରି ପାଳନ କାରାଯାଇଥାଏ। 

  • ଆଲୋକର ପର୍ବ ଦିପାବଳୀ ପାଇଁ ସାରା ଦେଶରେ ଉତ୍ସବର ମାହୋଲ ଦେଖାଯାଇଛି
  • ବିଭିନ୍ନ ସଂପ୍ରଦାୟର ଲୋକେ ନିଜ ନିଜ ଶୈଳୀରେଏହି ପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ ମହାନ୍ତ ସମ୍ପ୍ରଦାୟର ଲୋକ ମାନେ ବିଶେଷ ଭାବେ ଏହି ପର୍ବ ପାଳନ କରନ୍ତି
  • ରୀତିନୀତି ଅନୁସାରେ ଏହି ପୂଜା ୩ ଦିନ ଧରି ପାଳନ କାରାଯାଇଥାଏ

Trending Photos

ଏହି ଗାଁରେ ୩ ଦିନ ଧରି ପାଳନ ହୁଏ ଦୀପାବଳି ପର୍ବ

ଘଟଗାଁ: ଆଲୋକର ପର୍ବ ଦିପାବଳୀ ପାଇଁ ସାରା ଦେଶରେ ଉତ୍ସବର ମାହୋଲ ଦେଖାଯାଇଛି। ବିଭିନ୍ନ ସଂପ୍ରଦାୟର ଲୋକେ ନିଜ ନିଜ ଶୈଳୀରେଏହି ପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ ମହାନ୍ତ ସମ୍ପ୍ରଦାୟର ଲୋକ ମାନେ ବିଶେଷ ଭାବେ ଏହି ପର୍ବ ପାଳନ କରନ୍ତି।  ରୀତିନୀତି ଅନୁସାରେ ଏହି ପୂଜା ୩ ଦିନ ଧରି ପାଳନ କାରାଯାଇଥାଏ। କେନ୍ଦୁଝର ଓ ମୟୁରଭଞ୍ଜ  ଜିଲ୍ଲାରେ ଏହି କୃଷି ଭିତ୍ତିକ ପର୍ବକୁ ପାଳନରେ ଏକ ସ୍ୱତନ୍ତ୍ରତା  ଦେଖାଯାଇଥାଏ। ଗୋ ମାତା, ମାଟି ମା ଓ ଇଷ୍ଟ ଦେବୀଙ୍କ ପୂଜା ସହ ଭାଇଚାରା ସମ୍ପର୍କର ଏହି ପର୍ବ ପାଳନ ଏକ ନିଆରା ଅନୁଭୂତି ଦେଇଥାଏ।
ଘଟଗାଁ ବ୍ଲକ କେନ୍ଦୁଆପଡା ଗାଁରେ ଦୀପାବଳି ପର୍ବ ୩ ଦିନ ଧରି ବେଶ ଧୁମଧାମରେ ପାଳିତ ହୋଇଥାଏ। ଏହି  ପର୍ବ ପାଳନ ପାଇଁ ଗ୍ରାମବାସୀ ନୂଆମାଟିରେ ଘରକୁ ଲିପା ପୋଛା କରିଥାନ୍ତି। ପରିବାରର ସମସ୍ତେ  ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ବର୍ଷ ସାରା ଚାଷ କାମରେ ସହାଯ୍ୟ କରି ଆସୁଥିବା ଗୋମାତାଙ୍କୁ  ପୂଜା କରିଥାନ୍ତି। ଦିପାବଳୀ ଦିନ ଅପରାହ୍ନରେ ଗାଁର ସମସ୍ତ ଗାଈଗୋରୁଙ୍କୁ ଗାଁମୁଣ୍ଡ ଗୋଠରେ ଏକାଠି କରାଯାଏ। ଗାଁର ପୂଜକ ଓ ବୟୋଜ୍ୟେଷ୍ଠ ବ୍ୟକ୍ତି  ଗ୍ରାମ ଦେବତୀଙ୍କ ସ୍ମରଣ କରି ପୂଜା ପାଠ କରିବା ସହ  ଏକ ଅଣ୍ଡାକୁ ରଖି ଗୋରୁ ମାନଙ୍କୁ ଦୌଡାଇଥାନ୍ତି। ଯେଉଁ ଲୋକଙ୍କ ଗାଈର ଖୁରାରେ ଅଣ୍ଡାଟି ଫାଟିଥାଏ ସେହି ବ୍ୟକ୍ତିଙ୍କୁ ଗାଁ ଭାଗ୍ୟଶାଳି ବ୍ୟକ୍ତି ବିବେଚିତ କରାଯାଏ।

ସେହିପରି ଦ୍ଵିତୀୟ ଦିନରେ ଗାଁ ଦାଣ୍ଡରୁ ଗୁହାଳ ପର୍ଯ୍ୟନ୍ତ ଝୋଟି ପକାଯାଇ ଥାଏ। ଝୋଟି ମାଡି ଗୋମାତା ଘରକୁ ପ୍ରବେଶ କଲେ ଭଲ ଚାଷ ହେବା ସହିତ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏହାପରେ  ଉତ୍ପାଦିତ ନୂଆ ଶସ୍ୟରେ ରୋଷେଇ କରାଯାଇ ପୂର୍ବ ପୁରୁଷଙ୍କୁ ଅର୍ପଣ କରାଯାଏ। ଏହାକୁ ବନ୍ଦନା ପର୍ବ କୁହାଯାଏ।  ଶେଷ ଦିନ ଗୋରୁଗାଈଙ୍କୁ  ନଚା ଯାଇଥାଏ। ଆନନ୍ଦ ଉଲ୍ଲାସ ସହ ଏହି ପର୍ବକୁ ଗାଁ ଲୋକେ ପାଳନ କରିଥାନ୍ତି।

 

 

Trending news